ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଞ୍ଜାମରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ : ୨୭,୪୩୨ଟି ମାମଲା ସମାଧାନ

ଗଞ୍ଜାମରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ : ୨୭,୪୩୨ଟି ମାମଲା ସମାଧାନ

ଛତ୍ରପୁର,ତା ୦୯/୦୫ ଗଞ୍ଜାମ ଜିଲ୍ଲା କୋର୍ଟ ପରିସରରେ ବ୍ରହ୍ମପୁର ସହିତ ଜିଲ୍ଲାର ସମସ୍ତ ଅଦାଲତରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା । ଏହି ଲୋକ ଅଦାଲତରେ ମୋଟ ୨୭,୪୩୨ଟି ମାମଲାର ଆପୋଷ ସମାଧାନ କରାଯାଇଥିବା ବେଳେ ସମୁଦାୟ ରୁ. ୩,୩୫,୦୭,୫୭୮ /- ଟଙ୍କା ପ୍ରଦାନ ପାଇଁ ଆଦେଶ ହୋଇଥିଲା I ଜାତୀୟ ଆଇନ ସେବା ପ୍ରାକରଣଙ୍କ ନିର୍ଦ୍ଦେଶକ୍ରମେ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାକରଣଙ୍କ ସମନ୍ୱୟରେ ଜିଲ୍ଲା ଆଇନ ସେବା ପ୍ରାକରଣ, ଗଞ୍ଜାମ ପକ୍ଷରୁ ଏହି ଲୋକ ଅଦାଲତର ଆୟୋଜନ କରାଯାଇଥିଲା I ପକ୍ଷମାନଙ୍କ ବ୍ୟକ୍ତିଗତ ଉପସ୍ଥିତିରେ ମାମଲାଗୁଡ଼ିକର ସମାଧାନ କରାଯାଇଥିଲା I ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାକରଣର ଅଧ୍ଯକ୍ଷ ଶ୍ରୀ ଅଶାନ୍ତ କୁମାର ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଲୋକ ଅଦାଲତ ପାଇଁ ବିଭିନ୍ନ ନ୍ୟାୟାଳୟରେ ୧୨ଟି ବେଞ୍ଚ ଗଠନ କରାଯାଇଥିଲା I ପ୍ରତ୍ୟେକ ବେଞ୍ଚରେ ଜଣେ ନ୍ୟାୟିକ ଅଧିକାରୀଙ୍କ ସହ ଜଣେ ଆଇନଜୀବୀ ଓ ସମାଜସେବୀଙ୍କୁ ସାମିଲ କରାଯାଇଥୁଲା, ଯେଉଁମାନେ ମିଳିତ ଭାବେ ମାମଲାଗୁଡ଼ିକର ଆପୋଷ ସମାଧାନ କରିଥିଲେ I ଲୋକ ଅଦାଲତରେ ଫୌଜଦାରୀ ଆପୋଷ ଯୋଗ୍ୟ ୧୩ଟି ମାମଲାର ସମାଧାନ କରାଯାଇଥିଲା I ନେଗୋସିଏବଲ ଇନଷ୍ଟ୍ରମେଣ୍ଟ ଆଇନ ଧାରା ୧୩୮ ଅନୁସାରେ ୧୫ଟି ମାମଲାର ସମାଧାନ ହୋଇ ୫୬,୬୪,୦୪୪/- ଆଦାୟ ହୋଇଥିଲା I ବ୍ୟାଙ୍କ ଋଣ ଆଦାୟ ସମ୍ବନ୍ଧୀୟ ୯୫ଟି ମାମଲାରେ ୧,୪୨,୯୨,୪୧୩/-ଟଙ୍କାର ସମାଧାନ କରାଯାଇଥିଲା I ମୋଟର ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ (MACT) ସମ୍ୱନ୍ଧୀୟ ୧୧ଟି ମାମଲାର ସମାଧାନ କରାଯାଇ ୮୦,୭୫,୦୦୦ /- କ୍ଷତିପୂରଣ ନିର୍ଦ୍ଧାରଣ ହୋଇଥିଲା I ଏହା ସହ ମୋଟର ଯାନ ଆଇନ ଅନୁସାରେ ଟ୍ରାଫିକ ଚାଲାଣ ସମ୍ବନ୍ଧୀୟ ୨୩୯ଟି ମାମଲାରେ ୫,୮୦,୬୪୭/- ଆଦାୟ ହୋଇଥିଲା I ଶ୍ରମ ବିବାଦ ସମ୍ୱନ୍ଧୀୟ ୧୮ଟି ମାମଲା, ରେଭେନ୍ୟୁ ସମ୍ବନ୍ଧୀୟ ୨୬,୦୭୩ଟି ମାମଲାର ସମାଧାନ ସହ ୨୯,୫୦, ୪୭୪ / – ଆଦାୟ କରାଯାଇଥିଲା I ସ୍ଥାୟୀ ଲୋକ ଅଦାଲତ (ଜନସେବା ସମ୍ବନ୍ଧୀୟ) ର ୪୧ଟି ମାମଲା, ବୈବାହିକ ବିବାଦ ସମ୍ୱନ୍ଧୀୟ ୨୭ଟି ମାମଲା ଏବଂ ସିଭିଲ ମାମଲାର ୪୩ଟି ମାମଲାର ସମାଧାନ ହୋଇ ୧୯,୪୫,୦୦୦/- ଟଙ୍କାର ନିଷ୍ପରି ହୋଇଥିଲା I ଏହା ବ୍ୟତୀତ ମଧ୍ୟସ୍ଥତା ଓ ଆପୋଷ ଯୋଗ୍ୟ ଅନ୍ୟାନ୍ୟ ୮୫୭ଟି ମାମଲାର ମଧ୍ଯ ସମାଧାନ କରାଯାଇଥିଲା Iଉକ୍ତ ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଅଶାନ୍ତ କୁମାର ଦାସ, ମେମ୍ୱର, ୨ୟ MACT ଶ୍ରୀ ବିଶ୍ବଜିତ ଦାଶ, ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ନରେଶ ମହାନ୍ତି, ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀମତୀ ଲଲିତା ମଞ୍ଜରୀ ପଟ୍ଟନାୟକ ଓ ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ବିବସ୍ବତ ଗୌତମ ମୋଟର ଦୁର୍ଘଟଣା ସମ୍ବନ୍ଧୀୟ ମାମଲାର ସମାଧାନରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧୁକରଣ, ଗଞ୍ଜାମର ସଚିବ ଶ୍ରୀ ବ୍ୟୋମକେଶ ନାୟକ ସମଗ୍ର ଲୋକ ଅଦାଲତର ସୁପରିଚାଳନା କରିଥିଲେ Iଉକ୍ତ ଲୋକ ଅଦାଲତରେ ଜିଲ୍ଲାର ସମସ୍ତ ବିଚାରପତି, ଆଇନଜୀବୀ, ବ୍ୟାଙ୍କ ଅଧିକାରୀ, କୋର୍ଟ କର୍ମଚାରୀ ଓ ସାଧାରଣ ଜନସାଧାରଣ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

Related posts

ଡାବୁଗାଁ ବ୍ଲକରେ +୨ ପରୀକ୍ଷାରେ ଛାତ୍ରୀ ଛାତ୍ର ମାନଙ୍କ ସଫଳତା 

masiha

ମୋଟେର ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ସାମିଲ, ଉଦଘାଟନ କଲେ ଜନ ପ୍ରତିନିଧି

masiha

ବାହାନଗା ରେଳ ଦୁର୍ଘଟଣା ଗ୍ରସ୍ତ ପରିବାରଙ୍କୁ ସାହାଯ୍ଯାର୍ଥେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏଡିଶା ବ୍ରାହ୍ମଣ ମହାସଭାର,ଵାମନଘାଟି ତରଫରୁ ସହାୟତା

Sunil Chandra Nayak

Leave a Comment

error: Content is protected !!