ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁବେନଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

ଲୁବେନଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

ମ.ରାମପୁର,୨୭/୯(ମସୀହା): କଳାହାଣ୍ଡି ଜିଲ୍ଲାର ଏକମାତ୍ର ସ୍ୱାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ଙ୍କ ଜନ୍ମ ମାଟି ଲୁବେନଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ପ୍ରଧାନ ଶିକ୍ଷୟିତ୍ରୀ ସୁଶମାରାଣୀ ମିଶ୍ର କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରି ଥିବାବେଳେ ଏଥିରେ ଅତିଥି ଭାବରେ ନୟନ କୁମାର ନାୟକଙ୍କ ସମେତ ସ୍ଵାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ଦାୟାଦ ଯୋଗେଶ୍ୱର ମାଝୀ, ବିଶୁକେସନ ମାଝୀ ପ୍ରମୁଖ ମଞ୍ଚାସୀନ ରହିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଭିଭାବକମାନେ ଉପସ୍ଥିତ ରହିଥିଲେ l ଲଳିତ ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ ସହଯୋଗ କରିଥିଲେ l ଏହି ଅବସରରେ ମିଶନ ଶକ୍ତି ଓ ଉଦ୍ୟାନ ବିଭାଗ ପକ୍ଷରୁ ଷ୍ଟଲ ଖୋଲି ସରକାରଙ୍କ ବିଭିନ୍ନ ଯୋଜନା ପ୍ରଦର୍ଶିତ କରିଥିଲେ l ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

୧ – ଅବସରପ୍ରାପ୍ତ ବୀର ସୈନିକ ,ଆଗାମୀ ଦିନରେ ଡାକରା ଆସିଲେ ଯୁଦ୍ଧରେ ହେବେ ସାମିଲ୍। ଦେଶ ମାତୃକାର ସେବା ପାଇଁ ପ୍ରତିଶ୍ରୁତିବଦ୍ଧ , ୨ – ଗାଧୋଇବାକୁ ଯାଉଥିବା ବେଳେ ଗଛ ଡାଳ ପଡି ଯୁବକଙ୍କର ମୃତ୍ୟୁ , ୩ -ଟ୍ରକ ଧକ୍କାରେ ଜଣଙ୍କ ର ମୃତ୍ୟୁ 

masiha

ନିରବ ଦ୍ରଷ୍ଟା ପ୍ରଶାସନ : ବର୍ଷା ହେଲେ ଯାତାୟତ ପାଇଁ ପଡାଲଗୁଡା ଗ୍ରାମବାସୀ ହେଉଛନ୍ତି ହନ୍ତସନ୍ତ

Sunil Chandra Nayak

ଜବର ଦଖଲରେ ସର୍ବ ସାଧାରଣଙ୍କ ରାସ୍ତା:ପ୍ରଶାସନ କରୁଛି କଣ?

Sunil Chandra Nayak

Leave a Comment

error: Content is protected !!