ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁବେନଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

ଲୁବେନଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

ମ.ରାମପୁର,୨୭/୯(ମସୀହା): କଳାହାଣ୍ଡି ଜିଲ୍ଲାର ଏକମାତ୍ର ସ୍ୱାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ଙ୍କ ଜନ୍ମ ମାଟି ଲୁବେନଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ପ୍ରଧାନ ଶିକ୍ଷୟିତ୍ରୀ ସୁଶମାରାଣୀ ମିଶ୍ର କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରି ଥିବାବେଳେ ଏଥିରେ ଅତିଥି ଭାବରେ ନୟନ କୁମାର ନାୟକଙ୍କ ସମେତ ସ୍ଵାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ଦାୟାଦ ଯୋଗେଶ୍ୱର ମାଝୀ, ବିଶୁକେସନ ମାଝୀ ପ୍ରମୁଖ ମଞ୍ଚାସୀନ ରହିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଭିଭାବକମାନେ ଉପସ୍ଥିତ ରହିଥିଲେ l ଲଳିତ ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ ସହଯୋଗ କରିଥିଲେ l ଏହି ଅବସରରେ ମିଶନ ଶକ୍ତି ଓ ଉଦ୍ୟାନ ବିଭାଗ ପକ୍ଷରୁ ଷ୍ଟଲ ଖୋଲି ସରକାରଙ୍କ ବିଭିନ୍ନ ଯୋଜନା ପ୍ରଦର୍ଶିତ କରିଥିଲେ l ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଘାଟନ ଫଳକ ଖଣିବାସୀଙ୍କ କାମରେ କେବେ ଆସିବ ? ବାମେବାରୀ ଠାରୁ ପଳାସ୍ପଙ୍ଗା ରାସ୍ତା କାର୍ଯ୍ୟରେ ବାଧକ କିଏ,ଅନୁମୋଦନ ଅଛି,ହେଲେ କାର୍ଯ୍ୟ ଆରମ୍ଭ ନାହିଁ

masiha

ଆଜିର ଦିବସର ଅନୁଚିନ୍ତା : ଜୁନ୍ ୨୮ ତାରିଖ:  ଜିନ୍-ଜାକ୍ ରୁଷୋଙ୍କ ଦର୍ଶନ,ବିଶ୍ୱଯୁଦ୍ଧ,ଭର୍ସାଇ ସନ୍ଧି, ବିଜ୍ଞାନ ପଥ ଏବଂ ଜାତୀୟ ପରିସଂଖ୍ୟାନ ଦିବସ 

Sunil Chandra Nayak

ଥୁଆମୂଳ ରାମପୁର ଠାରେ କ୍ରାନ୍ତିଯାତ୍ରା 

Sunil Chandra Nayak

Leave a Comment

error: Content is protected !!