ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ(ନାସ)ର ନୂଆଖାଈ ଭେଟଘାଟ ଉତ୍ସବ ସଂପନ୍ନ 

ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ(ନାସ)ର ନୂଆଖାଈ ଭେଟଘାଟ ଉତ୍ସବ ସଂପନ୍ନ 

ନୂଆପଡା// ,ନୂଆପଡା ଜ଼ୀଲ୍ଲା ଆଦର୍ଶ ସାମ୍ବାଦିକ ସଂଘ(ନାସ)ର ସ୍ଥାୟୀ ସଭାପତି ବରିଷ୍ଠ ସାମ୍ବାଦିକ ମୋତିଲାଲ ବାଗ ଙ୍କ ଅଧ୍ୟକ୍ଷତା ରେ ବୁଧବାର ସିନାପାଲି ପଞ୍ଚାୟତ ସମିତି ଡାକବଙ୍ଗଳା ଠାରେ ସଂଘ ପକ୍ଷରୁ ନୂଆଖାଈ ଭେଟଘାଟ ଉତ୍ସବ ୨୦୨୩ ଓ ସାଧାରଣ ବୈଠକ ହର୍ଷଉଲ୍ଲାସ ରେ ଅନୁଷ୍ଠିତ ହୋଇଯାଇଛି । ଭେଟଘାଟ ଉତ୍ସବ ସାଂସ୍କୃତିକ ସଭାରେ ଅତିଥିଭାବରେ ବରିଷ୍ଠ ସାମ୍ବାଦିକ ତଥା ସଂଘ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ସହିସ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଜିତ କୁମାର ଯୋଶୀ,ସଂଘ ସାଧାରଣ ସମ୍ପାଦକ ଟିକେଶ୍ୱର ନାଗ,ସଂଘ ଉପ ସଭାପତି ଜଗନ୍ନାଥ ସାଗର, କୋଷାଧ୍ୟକ୍ଷ ମାଧବ ପ୍ରସାଦ ସାହୁ ପ୍ରମୁଖ ଆସନ ଅଳଙ୍କୃତ କରି ଉଦବୋଧନ ଦେଇଛନ୍ତି । ପଶ୍ଚିମ ଓଡିଶାର କୃଷିଭିର୍ତ୍ତିକ ଗଣ ପର୍ବ ନୂଆଖାଈ ଶେଷ ହୋଇଯାଇଥିବା ବେଳେ,ବୁଧବାର ସଂଘ ପକ୍ଷରୁ ଧୁମଧାମ ସହକାରେ ଭେଟଘାଟ ଉତ୍ସବ ୨୦୨୩ ପାଳନ କରାଯାଇଛି । ସଂଘକୁ ସୁଦୃଢ କରି ଏକ ଶକ୍ତିଶାଳୀ ସଂଘ ରୂପେ ଗଢି ବାପାଇଁ ସମସ୍ତ ସାମ୍ବାଦିକ ସଂକଳ୍ପ ବଦ୍ଦ । ଏହି ଅବସରରେ ସଂଘ ଆଗାମୀ ଦିନର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି । ନିର୍ଭୀକ ନିରପେକ୍ଷ ସାମ୍ବାଦିକତା କରିବା ସହିତ ସାଧାରଣ ଲୋକଙ୍କ ସ୍ୱରକୁ ଶାଣିତ କରିବା ସଂଘର ମୂଳ ମନ୍ତ୍ର । ସମସ୍ତ ସଭ୍ୟ ଙ୍କ ନିଷ୍ଠାପର ସାଧାନା ଓ କର୍ତ୍ତବ୍ୟ ପରାୟଣରେ ସଂଘ ଅଗ୍ରଗତି ନିଶ୍ଚୟ କରିବ ବୋଲି ସଂଘ ନେତୃ ବୃନ୍ଧ ଦୃଢତାର ସହିତ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସିନାପାଲି ବ୍ଲକ ସଂଯୋଜକ ବିହାରିଲାଲ ଜଗତ,ବୋଡେ଼ନ ବ୍ଲକ ସଂଯୋଜକ ଜଗତ ରାମ ଦଣ୍ଡସେନା, କୋମନା ବ୍ଲକ ସଂଯୋଜକ ପ୍ରଶାନ୍ତ କୁମାର ଭୋଇ, ନୂଆପଡା ବ୍ଲକ ସଂଯୋଜକ ପୁଷ୍ପାଞ୍ଜଳି ଦେବାଙ୍ଗନ,ସଂଘ ସହ ସମ୍ପାଦକ ଦିଲ୍ଲୀପ କୁମାର ଦଳପତି ସମେତ ପାଞ୍ଚ ଗୋଟି ବ୍ଲକ ଏବଂ ତିନି ଗୋଟି ଏନ ଏ ସି ର ସମସ୍ତ ସାମ୍ବାଦିକ,ସାମ୍ବାଦିକା ଯୋଗଦେଇ ନୂଆଖାଈ ଭେଟଘାଟ କୁ ସଫଳ କରିଛନ୍ତି । ପରିଶେଷରେ ସିନାପାଲି ବ୍ଲକ ସଂଯୋଜକ ବିହାରିଲାଲ ଜଗତ ଧନ୍ୟବାଦ ଅର୍ପଣ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

RAYAGADA DIVISION CELEBRATES 79TH INDEPENDENCE DAY  

Sunil Chandra Nayak

ବିକଶିତ ଭାରତକୁ ଫଳବତୀ କରିବେ ରାଷ୍ଟ୍ର ପ୍ରେମୀ ଯୁବପିଢୀ 

masiha

ଧର୍ମପ୍ରାଣାଙ୍କ ପରଲୋକ

masiha

Leave a Comment

error: Content is protected !!