ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଉଡୋଳା ପଞ୍ଚାୟତ ରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

କାଉଡୋଳା ପଞ୍ଚାୟତ ରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ରେ ସରପଞ୍ଚ ଦେବିସିଂ ତାଣ୍ଡି ଙ୍କ ଅଧ୍ୟକ୍ଷତା ରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ବ୍ଲକ ଏକାଉଣ୍ଟଟେଣ୍ଟ ଅଶୋକ କୁମାର ସେଠି, ଭାରପ୍ରାପ୍ତ ଜିପିଇଓ ବିରଞ୍ଚି ଖରସେଲ, କନିଷ୍ଠ ଯନ୍ତ୍ରୀ ପି. ପ୍ରକାଶ ସିଂ, ପୂର୍ବତନ ସରପଞ୍ଚ ଭିକାରୀ ଚରଣ ମାଝୀ ମଞ୍ଚ ରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ରହିଥିବା ଲୋକାଭିମୁଖୀ ଯୋଜନା ଉପରେ ଜନ ସାଧାରଣ ଙ୍କୁ ସୁଚିତ କରିଥିଲେ। ଓଡିଶା ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ବିଜେଡି ସରକାର ହିଁ ଏକମାତ୍ର ବିକଳ୍ପ ଜନ ପ୍ରତିନିଧିମାନେ କହିଥିଲ। ସଚେତନତା କାର୍ଯ୍ୟକ୍ରମ ରେ ବିଭିନ୍ନ ସରକାରୀ ବିଭାଗର ଷ୍ଟଲ ରେ ଲୋକଙ୍କୁ ରାଜ୍ୟ ସରକାରଙ୍କ ସରକାରୀ ସ୍ତରରେ ରହିଥିବା ଯୋଜନା ବିଷୟରେ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମ ପରିଶେଷରେ ଲୋଇସିଙ୍ଗା ବଜାସାଲ ସମ୍ବଲପୁରୀ ସାଂସ୍କୃତିକ ଗ୍ରୁପ ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଦର୍ଶକ ମଜା ଉଠାଇଥିଲେ।।କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ର ମହିଳା କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା, ଅଙ୍ଗନୱାଡି କର୍ମି ସମେତ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। କାଉଡୋଳା ପିଇଓ ରୋହିତ ଠାକୁର ପଞ୍ଚାୟତ କର୍ମଚାରୀ ମାନେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନମିତା ବୁଖରା : ଶିକ୍ଷା ପାଇଁ ସମର୍ପିତ ପ୍ରାଣ ଟିଏ

Sunil Chandra Nayak

ଜହ୍ନ ରାଇଜରେ ସାଙ୍ଗ କୁ ଖଣ୍ଡେ ଜାଗା ଦେଲେ ସମାଜସେବୀ ସୌମ୍ୟା 

Sunil Chandra Nayak

ନବରଙ୍ଗପୁରରେ ପଲ୍ସ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ, ବିଧାୟକ ନିଜେ ଶିଶୁକୁ ପୋଲିଓ ବୁନ୍ଦା ଖୁଆଇଲେ 

Sunil Chandra Nayak

Leave a Comment

error: Content is protected !!