ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଠାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଠାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଜୁନାଗଡ଼ ୨/୨(ମ ନି ସ) ଜୁନାଗଡ଼ ସହର ସ୍ଥିତ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଠାରେ ଆଜି ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଉଦଯାପନି ଉତ୍ସବରେ କଲେଜ ଅଧ୍ୟକ୍ଷ ବିଭୁତ ଭୂଷଣ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଖଗେଶ୍ବର ଧଙ୍ଗଡାମାଝୀ, ସମ୍ମାନିତ ଅତିଥି ଅର୍ଗସ ପ୍ରତିନିଧି କୁମାରମଣି ଦୁର୍ଗା, ସମ୍ବାଦିକ ରଜନୀକାନ୍ତ ମିଶ୍ର, ସୁନୀଲ ସିଂ ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଖେଳ ଶିକ୍ଷକ ଆତ୍ମ ସୁରକ୍ଷା ତାଲିମ ଶିବିରର ସହ ସଂଯୋଜକ ସମୀର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ଅତିଥିମାନଙ୍କ ଦ୍ୱାରା ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଅଧ୍ୟାପିକା ତଥା ଆତ୍ମ ସୁରକ୍ଷା ତାଲିମ ଶିବିରର ସଂଯୋଜିକା ପୂର୍ଣ୍ଣମାସି ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମାଷ୍ଟର ଟ୍ରେନର ଜଳି ପରାଭୋଇ ଓ ଶିବାନୀ ଭାଟି ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରିଥିଲେ । ଏଥିରେ ଯୁକ୍ତ ୨ କଳା ଓ ବିଜ୍ଞାନର ୧୬୨ ଜଣ ଛାତ୍ର ଅଂଶଗ୍ରହଣ କରି ତାଲିମ ନେଇଥିଲେ । ଏହି କାର୍ଯ୍ୟକ୍ରମ ଗତ ଜାନୁଆରୀ ୨୦ ତାରିଖରୁ ଆରମ୍ଭ ହୋଇ ୮ ଦିନ ଧରି ଚାଲିଥିଲା ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଆଦିବାସୀ ମାନଙ୍କ ଜନ ଗର୍ଜନ ସମାବେଶ , ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଗଣ ବିକ୍ଷୋଭ ଓ ଧାରଣା 

masiha

World Environment Day was observed

ନିଟ ପରୀକ୍ଷାରେ ଡାବୁଗାଁ ର ଆଶୁତୋଷଙ୍କ କୃତିତ୍ଵ

Sunil Chandra Nayak

Leave a Comment

error: Content is protected !!