ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ ଆକ୍ରମଣରେ ଚାଷୀ ଗୁରୁତର

ମୟୂରଭଞ୍ଜ -୧/୨/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ତଳାପାତି ପଞ୍ଚାୟତର ଧକଟା ଗ୍ରାମର ଚାଷୀ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଧକ୍କା ଗ୍ରାମର ଚାଷୀ ବିନୟ ସିଂ ହେମ୍ବ୍ରମ (୪୭) , ତାଙ୍କ ଭାଇ ତାଙ୍କର ଗୋରୁ,ଛେଳି ଗୁଡ଼ିକୁ ଗାଁ ପାଖ ନାଳ ପାରେ ଚରାଉଥିଲୋ । ଦୁର୍ଭାଗ୍ୟ ଅପରାହ୍ନ ୨/ଟା ୨.୩୦ ଟା ପାଖାପାଖି ସମୟରେ ହଠାତ୍ ଏକ ଘଞ୍ଚ ବୁଦାମୂଳରୁ ଏକ ବଡ଼ ଭାଲୁ ବାହାରି ବିନୟକୁ ଆକ୍ରମଣ କରିଥିଲା ।ବିନୟ ଭୟଭୀତ ହୋଇ ତା ପାଖରେ ଥିବା କୁରାଢ଼ିରେ ଦୁଇ ଚୋଟା ଭାଲୁକୁ ମାରିଥିଲା । ଭାଲୁ ଟି ବିନୋଦକୁ ଛାଡି ପଳାଇଥିଲା ।ହେଲେ ତାର ତଥା ମୁହଁ କୁ ଗୁରୁତର ଭାବରେ ଖଣ୍ଡିଆ ଖାବରା କରି ପକାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ ।ତାଙ୍କର ସାନଭାଇ ଵଡ ଭାଇର ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚି ଥିଲା ।ଏକ ଘରୋଇ ପିଠିରେ ବିଳୟକୁ ରାଇରଙ୍ଗପୁର ହସ୍ପିଟାଲ ଆଣିଭର୍ତି କରିଥିଲେ । ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲ ପହଞ୍ଚି ଥିଲେ ।ପ୍ରେମ ବିବଭାଗ କର୍ମଚାରୀ ରାଇରଙ୍ଗପୁର ହସ୍ପିଟାଲରେ ପହଞ୍ଚି ତାଙ୍କର‌ ହାଲଚାଲ ବୁଝିଥିଲେ।ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବୁଝିବା ସହ ତାଙ୍କର ପରିବାରକୁ ରୋଜଗାରିଆ ମୁରବିର ଅନୁପସ୍ଥିତିରେ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବିଳ ଙ୍କ ରିପୋର୍ଟ 

Related posts

ଜିଲ୍ଲାସ୍ତରୀୟ ପlଣି ପଞ୍ଚାୟତ ପକ୍ଷ ୨୦୨୪-୨୫ ସମ୍ମିଳନୀ ଅନୁଷ୍ଠିତ 

masiha

ବରମୁଣ୍ଡା ଶାରଦୀୟ ଦୁର୍ଗାପୂଜା, ସାଂସ୍କୃତିକ ସନ୍ଧ୍ୟା,ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମାନଙ୍କ ଓଡ଼ିଶୀ ନୃତ୍ୟ

Sunil Chandra Nayak

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶର ନିର୍ମାତା ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ଵପ୍ନ ଅପୂରଣୀୟ ହୋଇ ରହିଛି : 135ତମ ଜୟନ୍ତୀ ଅବସରରେ ବିଭିନ୍ନ ବକ୍ତାଙ୍କ ଉଦବୋଧନ

Sunil Chandra Nayak

Leave a Comment

error: Content is protected !!