ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓ ସି ୱାଇ ଏସ ଡି ମିଳିତ ଆନୁକୁଲ୍ୟରେ ୱାର୍ଡ ସଭ୍ୟ ସଭ୍ୟା ଙ୍କୁ ପ୍ରାରମ୍ଭିକ ପ୍ରଶିକ୍ଷଣ ଉଦଯାପିତ

ବନ୍ଧୁଗାଁ ତା ୧/୨/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ୪ ଟି ପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟା ମାନଙ୍କୁ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓ ସି ୱାଇ ଏସ ଡି ର ମିଳିତ ଆନୁକୁଲ୍ୟରେ ତିନି ଦିନ ଧରି ପ୍ରାରମ୍ଭିକ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି । ପ୍ରଥମ ଦିନ ବନ୍ଧୁଗାଁ ବ୍ଲକ ଜି ପି ଓ ଶ୍ରୀ ଶ୍ରୀନିବାସ ପଟ୍ଟନାୟକ ଓ ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜଳିତ କରିବା ସହିତ ଉପସ୍ଥିତ ଥିବା ସମସ୍ତ ୱାର୍ଡ ସଭ୍ୟ ସଭ୍ୟାଙ୍କୁ ନିଜ ୱାର୍ଡ ଓ ପଞ୍ଚାୟତ ଠାରେ ନିଜର ଭୂମିକା, ପଲ୍ଲୀ ସଭା, ଗ୍ରାମ ସଭା ଠାରେ ଦାୟିତ୍ୱ କିପରି ଭାବରେ କରିପାରିବେ ତାହା ଏହି ତାଲିମ ମଧ୍ୟମରେ ଭଲ ଭାବରେ ଜାଣି ପାରିବେ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଏସ ଆଇ ଆର ଡି) ରୁ ତାଲିମ ଦାତା ପ୍ରଦୀପ ମାଲ ବିଶୋଇ ଓ ଗୋପିନାଥ ପ୍ରଧାନ ଉପସ୍ଥିତ ଥିବା 55 ଜଣ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ଅତି ସୁନ୍ଦର ଭାବରେ ସଶକ୍ତ ଗ୍ରାମ ପଞ୍ଚାୟତ ଗଠନ ଓ ଲୋକ ପ୍ରତିନିଧି ମାନଙ୍କ ଭୂମିକା ସହିତ ତ୍ରିସ୍ତରୀୟ ପଞ୍ଚାୟତ ରାଜ ସମନ୍ଦରେ ପ୍ରାରମ୍ଭିକ ପ୍ରଶିକ୍ଷଣ ଦେଇଥିଲେ । ସି ୱାଇ ଏସ ଡି ବରିଷ୍ଟ କିରାଣି ନିରଞ୍ଜନ ଗୌଡ ଓ ତ୍ରିପତି ପଣ୍ଡା ଙ୍କ ଦ୍ଵାରା ପ୍ରାରମ୍ଭିକ ପ୍ରଶିକ୍ଷଣ କୁ ପରିଚାଳନା କରି ଥିଲେ । ଆଜି ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଙ୍କୁ ନିଲାବାଡି ଏସ ଏସ ଡି କନ୍ୟା ଆଶ୍ରମ ସ୍କୁଲ୍ ଯାଇ ୫ ଟି ସ୍ଵମର୍ଟ ସ୍କୁଲ ଦେଖି ଫେରିବା ପରେ ସମସ୍ତଙ୍କୁ ତାଲିମ ପ୍ରମାଣ ପତ୍ର ଜି ପି ଓ ଙ୍କ ଦ୍ଵାରା ପ୍ରଦାନ କରାଯାଇଛି ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ବିଶ୍ବ ଫଟୋଗ୍ରାଫି ଦିବସ

Sunil Chandra Nayak

ବିଧାୟକ ଦ୍ବାରା ରାସନକାର୍ଡ, ଆବାସ ଗୃହ, ମୋବାଇଲ ଫୋନ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ଆପୋଲୋ ହସ୍ପିଟାଲ ପକ୍ଷରୁ ୟୁରୋଲୋଜି ସମ୍ପର୍କିତ ଦ୍ବିଦିବସୀୟ ସମ୍ମିଳନୀ ଅନୁଷ୍ଠିତ

masiha

Leave a Comment

error: Content is protected !!