ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାହାନଗା ଟ୍ରେନ୍ ଦୁର୍ଘଟଣା : ଶୋକ ବ୍ୟକ୍ତ କଲା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍

ଭବାନୀପାଟଣା,୦୩/୦୬-ଗତକାଲି ବାଲେଶ୍ବର ଜିଲ୍ଲା ବାହାନଗା ବଜାର ନିକଟରେ କରମଣ୍ଡଳ ଏକ୍ସପ୍ରେସ୍, ଯଶବନ୍ତପୁର-ହାୱଡ଼ା ଏକ୍ସପ୍ରେସ୍ ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚିଥିବାବେଳେ ୧୦୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ଓ ଆହତ ହୋଇଛନ୍ତି ! ଟ୍ରେନ୍ ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସମେତ ଜିଲ୍ଲା ପ୍ରଶାସନ, ବାଲେଶ୍ବର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଧାରକାରୀ ଦଳ, ରେଳ ବିଭାଗର ଉଦ୍ଧାରକାରୀ ଦଳ, ଭାରତୀୟ ବାୟୁସେନା, ଡାକ୍ତରୀ ଦଳ, ସ୍ବେଚ୍ଛାକୃତ ରକ୍ତଦାତା ସମସ୍ତେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ! ଉଦ୍ଧାର କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ତାନିଲନାଡ଼ୁର ଏକ ମନ୍ତ୍ରୀସ୍ତରୀୟ ପ୍ରତିନିଧି ଦଳ, ପୂର୍ବତନ ରେଳମନ୍ତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ! ସେହିପରି ଦୁର୍ଘଟଣାସ୍ଥଳ ପରିଦର୍ଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିକି ଫେରି ଯାଇଛନ୍ତି ! ମୃତାହତଙ୍କୁ ଦେଶ ବିଦେଶରୁ ଶୋକବାର୍ତ୍ତା ଆସି ପହଞ୍ଚୁଛି ! ଏପରି ପରିସ୍ଥିତିରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, ତରଫରୁ ଏହାର ନବନିର୍ବାଚିତ ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ତାଣ୍ଡି ବାହାନଗା ଟ୍ରେନ୍ ଦୁର୍ଘଟଣାର ମୃତାହତଙ୍କ ପାଇଁ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ! ସେହିପରି ପ୍ରଶାସନ, ସ୍ବେଚ୍ଥାସେବୀ, ଉଦ୍ଧାରକାରୀ ଓ ଡାକ୍ତରୀଦଳ, ସ୍ବେଚ୍ଛାକୃତ ରକ୍ତଦାତା ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଏକ ଶୋକବାର୍ତ୍ତା ଜାରି କରିଛନ୍ତି ! ସଭାପତି ଶ୍ରୀ ତାଣ୍ଡିଙ୍କ ସହିତ କାର୍ଯ୍ୟକାରୀ ସଭାପତି ରମଣୀ ଦୁରିଆ, ଋଷିସୂଦନ ଛତ୍ରପାଲ, ଆଶିଷରଞ୍ଜନ ନାଏକ, ସୁନୀଲଚନ୍ଦ୍ର ଦୁରିଆ, ସାଧାରଣ ସଂପାଦକ ସୂର୍ଯ୍ୟ ନାରାୟଣ କୁମାର, ଉପଦେଷ୍ଟା ମଣ୍ଡଳୀର ପ୍ରେମାନନ୍ଦ ବାଗ, ଗୋବର୍ଦ୍ଧନ ବାଗ, ଯୋଗେଶ୍ବର ସାଗର, ବିଶ୍ବନାଥ କର, ଏସ୍. ସୁଜାତା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି !

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବନ୍ଧୁଗାଁରେ ବିଶାଖାପାଟଣା ଓମନି ଆର କେ ହସପିଟାଲର ବିଶେଷଜ୍ଞ ଡାକ୍ତର କଲେ ରୋଗୀ ସେବା

Sunil Chandra Nayak

ଶତାୟୁ ବି. ବି. ହାଇସ୍କୁଲ, ଢେଙ୍କାନାଳର ଚଳିତ ବର୍ଷ ଏ ୱାନ ଗ୍ରେଡ୍ ପ୍ରାପ୍ତ ଛାତ୍ରୀ ଛାତ୍ର ରୋଟାରୀ କ୍ଲବ୍ ଦ୍ଵାରା ସମ୍ବର୍ଦ୍ଧିତ 

Sunil Chandra Nayak

ହାପି ମୋମେଣ୍ଟସ ଇଣ୍ଡିଆ ର ୧୩ ତମ ପ୍ରତିଷ୍ଠା ଦିବସ ପାଳିତ 

masiha

Leave a Comment

error: Content is protected !!