ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜୁନାଗଡ଼ ଆତ୍ମା ଅଧ୍ୟକ୍ଷଙ୍କ ପରଲୋକ

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜୁନାଗଡ଼ ଆତ୍ମା ଅଧ୍ୟକ୍ଷଙ୍କ ପରଲୋକ

କଳାହାଣ୍ଡି ଜିଲ୍ଲା ର ବିଶିଷ୍ଟ ଚାଷୀ ନେତା, ପରିବେଶବିତ୍, ଅଧ୍ୟାପକ ତଥା ଜୁନାଗଡ଼ ଆତ୍ମାର ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ (୫୫) ଙ୍କ ପରଲୋକ ହୋଇ ଯାଇଛି। ଆଜି ସକାଳେ ତାଙ୍କ ଚାଷ ଗାଁ ତଳ ଜାରିଙ୍ଗ ପଞ୍ଚାୟତ ସ୍ଥିତ ଘଣ୍ଟବାହାଲି ଠାରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ଘରର ଛାତକୁ ଯାଇଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପରଲୋକ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ଅନେକ ବ୍ୟକ୍ତି ବିଶେଷ ସୋସିଆଲ ମିଡିଆରେ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି। ଅଶୋକ ଆତ୍ମାର ଅଧ୍ୟକ୍ଷ ସହ ଗଛ ଲଗାଇ ପରିବେଶ ରକ୍ଷା କରୁଥିବାରୁ ତାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହାସହ ଜଣେ ଆଇନଜୀବୀ ଓ ଅଧ୍ୟାପକ ଭାବେ ମଧ୍ୟ ବେଶ ପରିଚିତ ରହିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଦୁର୍ଗାପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ 

masiha

ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ

Sunil Chandra Nayak

ପ୍ରଧାନଶିକ୍ଷକ ମାନଙ୍କ ସମୀକ୍ଷା ବୈଠକ 

masiha

Leave a Comment

error: Content is protected !!