ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଜିବି ପକ୍ଷରୁ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ

ଓଜିବି ପକ୍ଷରୁ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରା.ପ. ର ସାନଡୁଙ୍ଗୁରିଗୁଡ଼ା ଗ୍ରାମରେ ଆର୍ଥିକ ସାକ୍ଷରତା ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଥିଲା l ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ତେରେସିଂହା ଶାଖା ପକ୍ଷରୁ ଆୟୋଜିତ ଏହି ଶିବିରରେ ଶାଖା ପରିଚାଳକ ଦୀନମଣି ନାଏକ, ତେରେସିଂହା ସରପଞ୍ଚ ପ୍ରମୋଦ ସୁନା, ଲଛମନ ସୁନା ଉପସ୍ଥିତ ରହିଥିଲେ l ଶାଖା ପରିଚାଳକ ଶ୍ରୀ ନାଏକ ବ୍ୟାଙ୍କର ବିଭିନ୍ନ ଯୋଜନା ଯଥା- ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଅଟଳ ପେନସନ ଯୋଜନା, ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ପ୍ରଦାନ ଇତ୍ୟାଦି ଯୋଜନା ସମ୍ପର୍କରେ ଉପସ୍ଥିତ ସଦସ୍ୟାମାନଙ୍କୁ ଅବଗତ କରାଇଥିଲେ l ଉକ୍ତ ଶିବିରରେ ଆମ୍ବେଦକର ସ୍ୱୟଂ ସହାୟିକା ଗୋଷ୍ଠୀ ସଭାନେତ୍ରୀ କୈବତୀ ସୁନା, ସମ୍ପାଦିକା ବନିତା ସୁନାଙ୍କ ସମେତ ସ୍ଥାନୀୟ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଯୋଗ ଦେଇଥିଲେ l ଏଥିରେ ବ୍ୟାଙ୍କ କର୍ମଚାରୀ ସୁଶାନ୍ତ ରଣା ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ରୁପ୍ରା ଠାରେ ବନ ମହୋତ୍ସବ ପାଳନ ସହିତ ବୃକ୍ଷ ରୋପଣ ଅନୁଷ୍ଠିତ 

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂତନ କମିଟି ଗଠିତ 

Sunil Chandra Nayak

ସଂସ୍କୃତ ଦିଵସ ପାଳନ 

Sunil Chandra Nayak

Leave a Comment

error: Content is protected !!