ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂସ୍କୃତ ଦିଵସ ପାଳନ 

ସଂସ୍କୃତ ଦିଵସ ପାଳନ 

ଆସିକା, ୩/୯/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ସ୍ଥିତ ଶ୍ରୀରାଜ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳନ ଅବସରରେ ସଂସ୍କୃତ ଦିବସ ଉତ୍ସବ ଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ମିନତି କୁମାରୀ ପାତ୍ରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା l ପୁରାତନ କାଳରୁ ଆଜି ପର୍ଯ୍ୟନ୍ତ ରହିଥିବା ସଂସ୍କୃତର ଆବଶ୍ୟକତା ଉପରେ ସେ ପିଲା ମାନଙ୍କୁ ମାର୍ଗଦର୍ଶନ କରିଥିଲେ l ସମ୍ମାନୀତ ଅତିଥି ଭାବେ ଧରାକୋଟ କ୍ଳଷ୍ଟରର ସି ଆର ସି ସି ଜଗନ୍ନାଥ ପଢ଼ିଆରୀ, ପିଏମଶ୍ରୀ କଳାସୁତା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣପତି ଗମାଙ୍ଗ ଯୋଗ ଦେଇ ପିଲାମାନଙ୍କ ପାଇଁ ସଂସ୍କୃତ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ l ସଂସ୍କୃତ ଦିବସ ଉପଲକ୍ଷେ ବିଦ୍ୟାଳୟରେ ସଂସ୍କୃତ ଭାଷଣ, ଶ୍ଲୋକାବୃତ୍ତି, ପ୍ରବନ୍ଧ ରଚନା, ନୃତ୍ୟ ପରିବେଷଣ ଓ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l କାର୍ଯ୍ଯକ୍ରମ ରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଶ୍ଵେତାଲୀ ପାତ୍ର,ବରିଷ୍ଠ ଶିକ୍ଷକ ବିରୁପାକ୍ଷ ପଣ୍ଡା ଉପସ୍ଥିତ ରହିଥିଲେ। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ପଣ୍ଡିତ ସୁରେଶ କୁମାର ପାତ୍ର ଓ ସଂସ୍କୃତ ଶିକ୍ଷୟିତ୍ରୀ ସୁନୀତା ପଣ୍ଡା କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ l ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ।

Related posts

ପ୍ରକାଶ ପାଇଲା ଢଗଢମାଳି ଫଳାଫଳ, ରୂପା କଏନ୍ ଜିତିଲେ ବାସନ୍ତୀ ଲତା ଓ ଜ୍ଯୋତ୍ସାରାଣୀ

masiha

ମଣ୍ଡି ରେ କୃଷକ ମାନଙ୍କ ଠାରୁ ଖରିଫ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ଓ ଟୋକନ ବୃଦ୍ଧି ନିମନ୍ତେ ଦାବୀ ପତ୍ର ପ୍ରଦାନ 

masiha

ଦାରିଙ୍ଗବାଡି ର ଶୀତ ମହୋତ୍ସବକୁ ରାଜ୍ୟସ୍ତରୀୟ କରିବା ପାଇଁ ଜିଲାପାଳଙ୍କ ନିକଟରେ ଦାବି

Sunil Chandra Nayak

Leave a Comment

error: Content is protected !!