ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସପି ଙ୍କ ଅନୁପସ୍ଥିତରେ ଡିଏସପି କୁ ଭେଟି ଅଭିଯୋଗ କଲା ପୀଡିତା ପରିବାର ସହ ଅଲ୍ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନ

ଏସପି ଙ୍କ ଅନୁପସ୍ଥିତରେ ଡିଏସପି କୁ ଭେଟି ଅଭିଯୋଗ କଲା ପୀଡିତା ପରିବାର ସହ ଅଲ୍ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନ

ଜୁନାଗଡ଼,୨୭/୬(ମନୀ ସ) କାହା ଚାପରେ ଅଭିଯୁକ୍ତ ମାନଙ୍କୁ ଗିରଫ୍ କରୁନାହିଁ କଳାହାଣ୍ଡି ପୋଲିସ , ଗତ ତା ୩୦,୫,୨୦୨୬ ସନ୍ଧ୍ୟା ୭ ଘଣ୍ଟା ସମୟରେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ତାରାଗାଁ ଠାରେ ରହୁଥିବା ଗୋଟିଏ ଏସ୍ ସି ପରିବାର ଉପରେ ସେହି ଗାଁ ର ଶତାଧିକ ପୁରୁଷ ମହିଳା ସଂଘବଦ୍ଧ ହୋଇ କବାଟ ଭାଙ୍ଗି ଘରକୁ ପଶି ମରଣାନ୍ତକ ଆକ୍ରମଣ କରିଛନ୍ତି ,, ଆକ୍ରମଣର ଶିକାର ହୋଇଥିବା ଅଜୟ ନାଏକ, ହଲଧର ନାଏକ, ରତ୍ନାବତି ନାଏକକୁ ଥୁଆମୂଳ ରାମପୁର ପୋଲିସ ନିଜେ ଉଦ୍ଧାର କରି ପ୍ରଥମେ ଥୁଆମୂଳ ରାମପୁର ହସ୍ପିଟାଲରେ ଦେଖାଇଲେ ,,। ସ୍ଥିତି ଗମ୍ଭୀର ହେବା ହେତୁ ତିନିଜଣକୁ ଭବାନୀପାଟଣା ହସ୍ପିଟାଲକୁ ପଠାଇଲେ ..ବର୍ତ୍ତମାନ ଆଠ ଟି ଏସ୍ ସି ପରିବାର ଜୀବନ ଭୟରେ ଗାଁ ଛାଡ଼ି ଅନ୍ୟତ୍ର ପଳେଇଛନ୍ତି.. ପ୍ରକାଶ ଥାଉକି ଅପ୍ରେଲ୍ ୬ ତାରିଖ ଦିନ ସେହି ପାଖ ଗାଁ ପିତମାଣ୍ଡିର ଏସ୍ ଟି ଝିଅ ଓ ଏସ୍ ସି ପୁଅ ପ୍ରେମ ସମ୍ପର୍କ ହୋଇ କୁଆଡେ ପଳେଇଲେ,, ସେହି ସମୟରେ ମଧ୍ଯ ଗାଁ ବାସୀ ସଂଘବଦ୍ଧ ହୋଇ ଏସ୍ ସି ମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ ,, ଦୁଇଟି ଗାଁ ମିଶି ରହୁଥିବା ଆଠ ଏସ୍ ସି ପରିବାର ଜୀବନ ଭୟରେ ଦୀର୍ଘ ୧୭ ଦିନ ଗାଁ ଛାଡ଼ି ଅନ୍ୟତ୍ର ପଳେଇଥିଲେ ,, ଗାଁରେ ଶାନ୍ତି ଫେରାଇ ଆଣିବା ପାଇଁ ଦୀର୍ଘ ୧୭ ଦିନ ଧରି ସେହି ଗାଁରେ ପୋଲିସ କେମ୍ପ କରି ରହିଥିଲା ,, ତହସିଲଦାର sdpo ଆଇଆଇସି ଚାରିଟି ପଞ୍ଚାୟତର ଲୋକ ପ୍ରତିନିଧି ଏସ୍ ଟି ଏସ୍ ସି ସମାଜର ନେତୃତ୍ଵଧାରୀ ମାନଙ୍କ ଉପସ୍ଥିତରେ ଶାନ୍ତି କମିଟି ଗଠନ କରାଯାଇଥିଲା .. ଶାନ୍ତି କମିଟି ଗଠନ କରାଯିବା ସମୟରେ ପୋଲିସ ପ୍ରଶାସନର ଉପସ୍ଥିତିରେ ମଧ୍ୟ ଏସ୍ ସି ଭାଇ ଜଣକୁ ମାଡ ମାରିଥିଲେ, ତାପରେ ବି ଶାନ୍ତି କମିଟି ଗଠନ କରାଯାଇଥିଲା .. ପରବର୍ତ୍ତୀ ସମୟରେ ପୁଣିଥରେ ଏତେ ବଡ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ହୋଇ ଆଜକୁ ୨୫ ଦିନ ହେଳା ପରେ ବି ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ୍ ନ କରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି,, ପୋଲିସକୁ ପଚାରିଲେ ପୋଲିସ କହୁଛି ତଦନ୍ତ ଚାଲିଛି କାର୍ଯ୍ଯାନୁଷ୍ଠାନ ନିଆଯିବ … ପରିଶେଷରେ ଆଜି ମଙ୍ଗଳବାର ପୁଣିଥରେ ନ୍ୟାୟ ପାଇଁ ପୀଡିତା ପରିବାର ସହ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଏସପି ଙ୍କ ଅନୁପସ୍ଥିତ ଯୋଗୁଁ ଡିଏସପି ହରିବନ୍ଧୁ ଭତ୍ରାକୁ ଭେଟି ଅଭିଯୋଗ କରାଯାଇଛି..।. ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଜିଲ୍ଲା ସଭାପତି ବୃନ୍ଦାବନ ନାଗ କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ ନର୍ଲା ସଭାପତି ରଘୁନାଥ ଦୀପ୍ କଲମପୁର ସଭାପତି ବଳରାମ ଦୁର୍ଗା ଏମ୍ ରାମପୁର ଉପସଭାପତି ମହାଦେବ ଛତ୍ରୀଆ କେସିଙ୍ଗା ସାଧାରଣ ସମ୍ପାଦକ ଶ୍ୟାମ ବିଭାର ଏହିଭଳି ଅନେକ କର୍ମକର୍ତ୍ତା…ଉପସ୍ଥିତ ରହି ଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଦାସି ଗାଁ  ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ଼ ସାଂସ୍କୃତିକ ଫୁଜନ ରେ ବାପୁଜି ଉଚ୍ଚ ବିଦ୍ୟାଳୟ ର ସଫଳତା

masiha

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ତୃତୀୟ ପ୍ରତିଷ୍ଠା ଦିବସ ଓ ବନ୍ଧୁ ମିଳନ ପାଳିତ

masiha

Leave a Comment

error: Content is protected !!