ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାରନା ଧର୍ମ କୋଡ୍ ମାନ୍ୟତା ଦାବିରେ :- ସେଙ୍ଗେଲ ପକ୍ଷରୁ ସରହାୟ ପାରାବ ଜାଜଲେ ଜୁଲୁସ୍ 

ସାରନା ଧର୍ମ କୋଡ୍ ମାନ୍ୟତା ଦାବିରେ :-

ସେଙ୍ଗେଲ ପକ୍ଷରୁ ସରହାୟ ପାରାବ ଜାଜଲେ ଜୁଲୁସ୍ 

ରାଇରଙ୍ଗପୁର- ତା ୧୪/୧୨ ; ଆଦିବାସୀ ସେଙ୍ଗେଲ ଅଭିଯାନର ରାଜ୍ୟ ସଭାପତି ନାରାନ ମୁର୍ମୁଙ୍କ ନେତୃତ୍ୱରେ ଆଦିବାସୀଙ୍କ ସରହାୟ ପାରାବ ଉପଲକ୍ଷେ ବାରିପଦା ସ୍ଥିତ ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଠାରୁ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସାର୍ନା ଧର୍ମ କୋଡ ମାନ୍ୟତା ଦାବିରେ ଜାଜଲେ ଜୁଲୁସ୍ ପ୍ରଦର୍ଶନ କରାଯାଇଛି । ଏଥିରେ ସେଙ୍ଗେଲ ଦିଶୋମ ପାର୍ଗାନା ସୁନାରାମ ସୋରେନ, ଝାରଖଣ୍ଡର ପ୍ରଦେଶ ପାର୍ଗାନା ଜୁନିଅର ମୁର୍ମୁ, ଓଡ଼ିଶା ପ୍ରଦେଶ ସଭାପତି ନରେନ୍ଦ୍ର ହେମ୍ବ୍ରମ ଓ ମାଝୀ ପାର୍ଗାନା ମାଡୱାର ରାଜ୍ୟ ସଭାପତି କାଳୁରାମ ମୁର୍ମୁ ଉପସ୍ଥିତ ଥାଇ କହିଛନ୍ତି ଯେ, ଏହି ସରହାୟ ପାରାବ ହେଉଛି ଆଦିବାସୀମାନଙ୍କର ପରମ୍ପରା, ଅସ୍ମିତା ଓ ସଂସ୍କୃତିର ପରିଚୟ ଅଟେ | ଏହାକୁ ସାରନା ଧର୍ମାବଲମ୍ବୀ ଲୋକମାନେ ପାଞ୍ଚ ଦିନ ଧରି ପାଳନ କରଥାନ୍ତି । ଏହି ପର୍ବର ବିଶେଷତା ହେଉଛି ଗୃହପାଳିତ ପଶୁମାନଙ୍କୁ ସେବା ଏବଂ ସମ୍ମାନ କରାଯାଇଥାଏ । କିନ୍ତୁ ସାର୍ନା ଧର୍ମକୁ ସରକାରୀ ମାନ୍ୟତା ନଦିଆଯିବାରୁ ଆଦିବାସୀମାନଙ୍କର ପରିଚୟ, ପରମ୍ପରା ଏବଂ ସଂସ୍କୃତି ବିଲୁପ୍ତ ହେବାରେ ଲାଗିଛି । ଆଜି ପର୍ଯ୍ୟନ୍ତ ସାରନା ଧର୍ମ କୋଡ୍ ମାନ୍ୟତା ନମିଳିବା ଆଦିବାସୀଙ୍କ ପରିଚୟ ପ୍ରତି ଅବହେଳା କରାଯାଇଛି ବୋଲି କୁହାଯାଇଛି । ଅବିଳମ୍ବେ ପ୍ରକୃତି ପୂଜକ ଆଦିବାସୀମାନଙ୍କ ପାଇଁ ସାରନା ଧର୍ମ କୋଡ୍ ମାନ୍ୟତା ପ୍ରଦାନ କରାଯିବାକୁ ଦାବି କରାଯାଇଛି । ଏହି ଅବସରରେ ଝାରଖଣ୍ଡ ପ୍ରଦେଶ ପାର୍ଗାନା ଜୁନିଅର ମୁର୍ମୁ, ପୂର୍ବି ସିଂଭୁମ ମହିଳା ମୋର୍ଚ୍ଚା ସଭାପତି କାପୁରା ହେମ୍ବ୍ରମ, ବାରିପଦା ଜୋନାଲ ପାର୍ଗାନା ମାଧବ ଚନ୍ଦ୍ର ମୁର୍ମୁ, ସାରନା ଧର୍ମ ମାଡୱାର ବାରିପଦା ଜୋନାଲ ସଭାପତି ଶ୍ରୀ ଚୈତନ୍ୟ ହେମ୍ବ୍ରମ ମୟୁରଭଞ୍ଜ ଜିଲ୍ଲା ଯୁବା ସଭାପତି ଉଦୟନାଥ ହେମ୍ବ୍ରମ, ବାହାଦୁର ମୁର୍ମୁ, ବିକାଶ ଚନ୍ଦ୍ର ହେମ୍ବ୍ରମ ସହିତ କେନ୍ଦୁଝର ଜୋନାଲ କମିଟିରୁ ସଭାପତି କଲ୍ୟାଣ ବାସ୍କେ ସହିତ ରାଜାରାମ ମାଝୀ, ଗୁନାରାମ ମୁର୍ମୁ, ନନ୍ଦ କୁମାର ମାର୍ଣ୍ଡି,, ରାଇରଙ୍ଗପୁର ଜୋନାଲ କମିଟିରୁ ଶାଙ୍ଖାଇ ହେମ୍ବ୍ରମ, ମେଘ୍ରାୟ ସୋରେନ, ପାନମଣି ହେମ୍ବ୍ରମ, ରୂପଶ୍ରୀ ମୁର୍ମୁ ସମେତ ୮୦୦ ଶହରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଉପସ୍ଥିତ ଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଖରିଫ ଧାନ ମଣ୍ଡି ଶୁଭାରମ୍ଭ କଲେ ଜିଲ୍ଲାପାଳ

masiha

ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଶୁଭାରମ୍ଭ: ଜନସହଭାଗିତା ସହିତ ଜିଲ୍ଲାସ୍ତରରେ ବ୍ୟାପକ ସଚେତନତା 

Sunil Chandra Nayak

ଆଇନଶୃଙ୍ଖଳା ଓ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି

Sunil Chandra Nayak

Leave a Comment

error: Content is protected !!