ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖରିଫ ଧାନ ମଣ୍ଡି ଶୁଭାରମ୍ଭ କଲେ ଜିଲ୍ଲାପାଳ

ଖରିଫ ଧାନ ମଣ୍ଡି ଶୁଭାରମ୍ଭ କଲେ ଜିଲ୍ଲାପାଳ 

ରାୟଗଡ:-ଅଦ୍ୟ ତା. ୧୭.୧୨.୨୦୨୪ ରିଖ ୧୧ ଘଟିକାରେ ଜିଲ୍ଲାପାଳ, ରାୟଗଡାଙ୍କ କରକମଳରେ ଚଳିତ ଖରିଫ ଋତୁ ୨୦୨୪-୨୫ ଧାନ କିଣା ନିମନ୍ତେ ନିୟନ୍ତ୍ରିତ ବଜାର କମିଟି, ରାୟଗଡାଠାରେ ଧାନ ମଣ୍ଡି ଉଦଘାଟନ ହୋଇଅଛି । ଏହି ଉଦଘାଟନ ସମାରୋହରେ ଶ୍ରୀ ଦାଶରଥି ସୋରେନ, ମୁଖ୍ୟ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, ରାୟଗଡା, ଶ୍ରୀ ସୀତାପତି କରୁଣାକାର ମାଝୀ, ଉପନିବନ୍ଧକ, ସମବାୟ ସମିତି ସମୂହ, ରାୟଗଡା, ଶ୍ରୀ ବାଲାଗାଡି ତିରୁପତି, K.C.C, Bank Director ଓ ଶ୍ରୀ କେ. ଏସ ରାଜୁ, ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟି, ରାୟଗଡା ଉପସ୍ଥିତ ଥିଲେ । ଏହି ସମାରୋହରେ ମଧ୍ୟ ସମ୍ପୃକ୍ତ ଭିଭାଗୀୟ ଅଧିକାରୀ ବୃନ୍ଦ, ଚାଷୀ ଏବଂ ଚାଷୀ ପ୍ରତିନିଧି ଯୋଗଦାନ କରିଥିଲେ । ଏହି ଶୁଭାରମ୍ଭ କାର୍ଯକ୍ରମ ଅବସରରେ ଚାଷୀ ମାନଙ୍କୁ FAQ ମାନର ଧାନ ମଣ୍ଡିକୁ ଆଣି ବିକ୍ରି କରିବା ସହିତ ସରକାରଙ୍କ ସର୍ବନିମ୍ନ ସହାୟତା ମୂଲ୍ୟ @ ୨୩୦୦ ଟଙ୍କ। କୁଇଣ୍ଟାଲ ପ୍ରତି ଏବଂ ଇନପୁଟ୍ ସହାୟତା @ ୮୦୦ ଟଙ୍କ। (ସର୍ବମୋଟ @୩୧୦୦ ଟଙ୍କ। କୁଇଣ୍ଟାଲ ପ୍ରତି)ର ଲାଭ ଉଠେଇବା ପାଇଁ ସଚେତନ କରାଗଲା ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ବିଭାଗର ମକଡ୍ରିଲ 

Sunil Chandra Nayak

ଅନିଶ୍ଚିତତା ମଧ୍ଯରେ ଧର୍ମଗଡ ଇଲେକ୍ଟ୍ରିକ ଡିଭିଜନ। ଧର୍ମଗଡ଼ ଇଲେକ୍ଟ୍ରିକାଲ ଡିଭିଜନ ସ୍ଥାନାନ୍ତିକରଣ ପ୍ରସଙ୍ଗକୁ ନେଇ  ବିଧାନସଭାରେ ପ୍ରଶ୍ନ ଉଠାଇଲେ ଧର୍ମଗଡ ବିଧାୟକ…

masiha

ଭାରତୀୟ ମଜଦୁର ସଂଘର ୧୪୭ତମ କାର୍ଯ୍ଯକାରିଣୀ ଅନୁଷ୍ଠିତ

masiha

Leave a Comment

error: Content is protected !!