ଭାଗବତ ଶାଖାରେ ନନ୍ଦୋତ୍ସବ ପାଳନ
ରାଉରକେଲା: ସେକ୍ଟର ୬ ସ୍ଥିତ ଭକ୍ତି, ଜ୍ଞାନ, ବୈରାଗ୍ୟ ଭାଗବତ ଶାଖାର ପ୍ରମୁଖା ପୁଷ୍ପଲତା ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଅତି ଆନନ୍ଦ ,ଉଲ୍ଲାସରେ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟସ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ ଜ୍ଞାନର ସମ୍ପ୍ରସାରଣ, ନିଜର ବୁଦ୍ଧିକୁ ଉଚିତ ମାର୍ଗରେ ପରିଚାଳିତ ତଥା ଭଗବାନଙ୍କ ନାମ,ଜପ,ଗୀତା ଭାଗବତ ପଠନ ଓ ତା’ର ଭାବାର୍ଥ କୁ ବୁଝିବା, ଭଜନ କୀର୍ତ୍ତନ ସହ ପରୋପକାର,ଅନ୍ୟର ସୁଖ ଦୁଃଖରେ ସାଥୀ ହୋଇ ନିଜକୁ ଭଗବାନଙ୍କ ଚରଣାଶ୍ରିତ କରାଇବାରେ ହିଁ ମଣିଷ ପ୍ରକୃତ ଆନନ୍ଦ ପାଇଥାଏ ବୋଲି ଶ୍ରୀ ରାଉତ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ପୁଷ୍ପଲତା ସାହୁ, ବିଜୟଲକ୍ଷ୍ମୀ ମହାରଣା,ମମିତା, ଅଞ୍ଜଳି, ପଦ୍ମାବତୀ,କୈଳାସୀ, ଜୟଶ୍ରୀ, ସଂଗୀତା, ଗୀତାରାଣୀ, ମମତାମୟୀ, ରଶ୍ମିତା, ପୁଷ୍ପାଞ୍ଜଳି ଦେ, ପ୍ରମିଳା,ଲିଲି, ନୟନା,ସାଜି, ପୂଜା, ବନ୍ଦିତା, ପ୍ରମିଳା ସିଂ, ସୁସ୍ମିତା, ପଙ୍କଜିନୀ, ମୋନାଲିସା, ଲଳିତା ପ୍ରମୁଖ ଯୋଗଦେଇ ଭଗବାନ ଶ୍ରୀକୃଷ୍ଣ ଙ୍କର ଭଜନ କୀର୍ତ୍ତନ କରି ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କରିଥିଲେ। ଏହି ଅବସରରେ ଭଉଣୀ ଭବାନୀ ସାହୁ ଙ୍କର ୩୦ତମ ବିବାହ ବାର୍ଷିକୀ ଉପଲକ୍ଷେ ଅନୁଷ୍ଠାନର ସମସ୍ତ ସଦସ୍ୟା ଶୁଭେଚ୍ଛା ଜଣାଇବା ସହ ବନ୍ଦାପନା କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

