ଢ଼େଙ୍କାନାଳରେ ଜିଲ୍ଲା ସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ-୨୦୨୬ ପାଳିତ
ଢ଼େଙ୍କାନାଳ,ତା.୦୨.୧୦.୨୦୨୬ ରିଖ:( ): ଆଜି ଢ଼େଙ୍କାନାଳରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ-୨୦୨୬ ମହାସମାରୋହରେ ପାଳିତ ହୋଇ ଯାଇଛି।ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ବସ୍ ଷ୍ଟାଣ୍ଡ ନିକଟସ୍ଥ ଗାନ୍ଧି ପାର୍କ ଠାରେ ଆୟୋଜିତ ଉତ୍ସବରେ ମାନ୍ୟବର ସାଂସଦ ରୁଦ୍ର ନାରାୟଣ ପାଣି,ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲ,ଆରକ୍ଷୀ ଅଧିକ୍ଷକ ଆଜିଙ୍କ୍ୟ ବାବୁରାଓ ମାନେ,ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ଦିପ୍ତୀ ରଂଜନ ସେଠୀ,ଉପ-ଜିଲ୍ଲାପାଳ ପଦ୍ମ ଚରଣ ସାହୁ,ପୌର ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ଦାଶ ପ୍ରମୂଖ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଶାସ୍ତ୍ରୀଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।ଏହି ଅବସରରେ ଡକ୍ଟର ଅନୁପମା ମିଶ୍ର,ନଜରୁଲ୍ ଇସଲାମ୍ ଓ ଫାଦର ନକୁଳ ନାୟକ ଯଥାକ୍ରମେ ପବିତ୍ର ଗୀତା,କୋରାନ୍ ଓ ବାଇବେଲ ପାଠ କରିଥିଲେ।ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରି ପୁରସ୍କୃତ କରିଥିଲେ।ଏହି ଅବସରରେ ସମସ୍ତ ମଞ୍ଚାସୀନ ଅତିଥିବୁନ୍ଦଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ, ମହାତ୍ମା ଗାନ୍ଧୀଙ୍କ ଲିଖିତ ଇଂରାଜୀ ପୁସ୍ତକ ମାଇ ଏକ୍ସପିରିଏନ୍ସ ୱିଥ୍ ଟ୍ରୁଥ୍ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଉତ୍ସବରେ ବିଭିନ୍ନ ବିଭାଗୀୟ ଅଧିକାରୀ,ବିଦ୍ୟାଳୟ ଛାତ୍ର,ଛାତ୍ରୀ, ସମର ଶିକ୍ଷାର୍ଥୀ ବାହିନୀ ମାନଙ୍କ ମଧ୍ୟରେ ସ୍ଥଳବାହିନୀ,ନୌ ବାହିନୀ,ଆକାଶ ବାହିନୀ ଓ ବାଳିକା ବାହିନୀ,ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ,ସହରର ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ପ୍ରାକ୍ତନ ମନ୍ତ୍ରୀ,ବର୍ଷୀୟାନ ନେତା ବରିଷ୍ଠ ଆଡଭୋକେଟ୍ ନବୀନ ଚନ୍ଦ୍ର ନାରାୟଣ ଦାସ,ବରିଷ୍ଠ ଆଡଭୋକେଟ୍,ସମାଜସେବୀ ବସନ୍ତ କୁମାର ତ୍ରିପାଠୀ,ବର୍ଷୀୟାନ ନେତା,ସମାଜସେବୀ ଡ.ଅକ୍ଷୟ କୁମାର ମହାନ୍ତି,ଡ.ପ୍ରମୋଦ କୁମାର ନାୟକ, ଆଡଭୋକେଟ୍ ନରେଶ ମହାପାତ୍ର,ବିଶ୍ୱନାଥ ବେହେରା,ବରିଷ୍ଠ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦାନ କରି ବରପୁତ୍ର ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତୀ ଓ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ସତ୍ୟ ନାରାୟଣ କର ସଭା ସଂଯୋଜନା ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶେଷରେ ଜିଲ୍ଲା ସୂଚ଼ନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀନିବାସ ରାଉତ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଆଜି ପ୍ରତ୍ୟୁଷରେ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମ୍ ଧୂନ୍ ପରିବେଷଣ କରାଯାଇଥିଲା ବୋଲି ବରିଷ୍ଠ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।
ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

