ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ କଳାହାଣ୍ଡି, ସଜାଗ ଜିଲ୍ଲା ପ୍ରଶାସନ
ଭବାନୀପାଟଣା:ଗଭୀର ଅବପାତ ଓ ସମ୍ଭାବ୍ୟ ବାତ୍ୟା ‘AKVAN’କୁ ଦୃଷ୍ଟିରେ ରଖି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ।
ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି, ସତର୍କତାମୂଳକ ପଦକ୍ଷେପ ଓ ବିପର୍ଯ୍ୟୟ ମୁକାବିଲା ଯୋଜନା ସମ୍ପର୍କରେ ମଙ୍ଗଳବାର ଦିନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରେସ୍ ବ୍ରିଫିଂ ଅନୁଷ୍ଠିତ ହୋଇଥିଲା।
ଭବାନୀପାଟଣାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର OSWAN ଭିଡିଓ କନଫରେନ୍ସ ହଲ୍ରେ ଅନୁଷ୍ଠିତ ଏହି ପ୍ରେସ୍ ବ୍ରିଫିଂରେ ବାତ୍ୟା ଓ ପ୍ରବଳ ବର୍ଷାଜନିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ ଆବଶ୍ୟକ ସତର୍କତାମୂଳକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍

