ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୬ ପାଳିତ 

ଗୋଲାମୁଣ୍ଡାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୬ ପାଳିତ 

କଳାହାଣ୍ଡି ଜିଲ୍ଲା, ଗୋଲାମୁଣ୍ଡା ବ୍ଲକ ଠାରେ ଗତକାଲି ଚାଷୀଙ୍କ ଆୟ ବୃଦ୍ଧି ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ମଙ୍ଗଳବାର ଗୋଲାମୁଣ୍ଡା ଶିବାଜୀ ଷ୍ଟାଡିୟମଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଘୁମୁରା ବାଦ୍ୟର ତାଳେ ଅତିଥିମାନଙ୍କୁ ସ୍ୱାଗତ କରାଯାଇ ମେଳାର ଶୁଭାରମ୍ଭ ହୋଇଥିଲା । ବିଡିଓ ତ୍ରିପୁରା ମହାନନ୍ଦ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାରେ ଗୋଲାମୁଣ୍ଡା ସମିତି ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଉପଖଣ୍ଡ ପ୍ରାଣୀସମ୍ପଦ ଅଧିକାରୀ ଡ଼ଃ.ମଧୁସୂଦନ ଦାସ ଯୋଗଦେଇଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠୀ, ଡା. ସନ୍ୟାସୀ ଶତପଥୀ,ଡ଼ଃ.ଦିବ୍ୟପ୍ରକାଶ ମିଶ୍ର,ତହସିଲଦାର ଚନ୍ଦନ କୁମାର ନାୟକ,ସାଂସଦ ପ୍ରତିନିଧି ପ୍ରସନ୍ନ କୁମାର ରାଉତ,ବରିଷ୍ଟ ସମାଜ ସେବୀ ଶ୍ୟାମସୁନ୍ଦର ଅଗ୍ରୱାଲା,ଭୃଷବ ନାଏକ,ଦିଲୀପ ମାଝୀ,କୃଷ୍ଣ ନାଗ, ବରିଷ୍ଟ ସାମ୍ୱାଦିକ ସୁଧୀର ସାହୁ ଙ୍କ ସମେତ ବିଭିନ୍ନ ଅଧିକାରୀ ଓ ଅତିଥି ଉପସ୍ଥିତ ଥିଲେ । ଅତିଥିମାନେ ମତ୍ସ୍ୟଚାଷ, ଗୋପାଳନ,ଛେଳି,ମେଣ୍ଢା ଓ କୁକୁଡ଼ା ପାଳନ ଭଳି ବିକଳ୍ପ ଜୀବିକା ଆପଣାଇବା ସହ ଆଧୁନିକ ଜ୍ଞାନକୌଶଳ ଓ ସରକାରୀ ଯୋଜନାର ସୁଯୋଗ ନେବାକୁ ଚାଷୀଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ହିତାଧିକାରୀଙ୍କୁ ଗୋରୁ ଗୁହାଳ,ଛେଳି ଓ ମେଣ୍ଢା ଗୁହାଳ, କୁକୁଡ଼ା ଫାର୍ମ ନିର୍ମାଣ ଏବଂ ମାଛଚାଷ ପାଇଁ ପୋଖରୀ ଖନନ ନିମନ୍ତେ କାର୍ଯ୍ୟାଦେଶ ସହ ଯୋଜନା ଅନୁଯାୟୀ ସବସିଡି ପ୍ରଦାନ କରାଯାଇଥିଲା । ତେବେ ଯୋଜନାର ପ୍ରକୃତ ସଫଳତା ପାଇଁ ହିତାଧିକାରୀଙ୍କୁ ନିୟମିତ ବୈଷୟିକ ପରାମର୍ଶ,ତାଲିମ ଓ ବଜାର ସଂଯୋଗ ଯୋଗାଇଦେବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲI I

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଅତିରିକ୍ତ ଜିଲ୍ଲାପାଳ ଓ ଆର୍ ଜି ଏଚ ଅଧ୍ୟକ୍ଷଙ୍କ ସହ ବିଭିନ୍ନ ସମସ୍ୟା ଉପରେ ବିଧାୟକ ଦୁର୍ଗା ତନ୍ତୀଙ୍କ ଆଲୋଚନା 

masiha

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତା ଫଳାଫଳ, ସୁବର୍ଣ୍ଣପୁର ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

masiha

ବିଜେଡିର ପୂର୍ବତନ ବ୍ଲକ ସଭାପତି ମାଙ୍କ ଦେହାନ୍ତ

masiha

Leave a Comment

error: Content is protected !!