ବିଜେଡିର ପୂର୍ବତନ ବ୍ଲକ ସଭାପତି ମାଙ୍କ ଦେହାନ୍ତ
ବନ୍ଧୁଗାଁ ତା,୨/୧୦/୨୩, // ଆଜି ବନ୍ଧୁଗାଁ ବ୍ଲକର ପୁର୍ବତନ ବିଜେଡ଼ି ସଭାପତି ଶ୍ରୀ ଏସ ନାଗା ରାଜୁ ଙ୍କ ମାଆ ସାର୍ଷାଭଦ୍ରା ବାଙ୍ଗାରାମା ଙ୍କ ପ୍ରାୟ ୭୦ ବର୍ଷ ବୟସରେ ନିଜ ବାସ ଭବନ ଠାରେ ମୃତ୍ୟୁ ହୋଇଯାଇଛି । ଅନେକ ଦିନ ହେଲା ସେ ଅସୁସ୍ଥତା କାରଣରୁ ଡାକ୍ତର ଙ୍କ ପରାମର୍ଶ ଅନୁଯାଇ ଚିକିତ୍ସା କରାଇ ଘରେ ରହିଥିଲେ । ମୃତ ମାଆ ଜଣେ ଅତି ମେଲାପି ଓ ଶାନ୍ତଶିଷ୍ଟ ମହିଳା ଥିଲେ। ତାଙ୍କର ମୃତ୍ୟୁ ସମୟରେ ପାଖରେ ଏକ ମାତ୍ର ପୁତ୍ର ଓ ବହୂ ରହିଥିବା ବେଳେ ବିବାହିତ ଦୁଇଜଣ ଝିଅ ଦୂରରେ ରହିଛନ୍ତି । ୨ ବିଭାହିତ ଝିଅ ୪ ଘଟିକା ସମୟରେ ପହଞ୍ଚି ଥିଲେ I ଆଜି ମାଆ ଙ୍କ ମୃତ୍ୟୁରେ ବନ୍ଧୁଗାଁ ବ୍ଲକ ର ଅନେକ ସମ୍ପର୍କୀୟ ବ୍ୟକ୍ତି ବିଶେଷ ଦୁଃଖ ପ୍ରକାଶ କରିବା ସହିତ ମୃତ ଆତ୍ମାର ଶାନ୍ତି ପାଇଁ ସମସ୍ତେ ସମବେଦନା ଜଣାଇଛନ୍ତି । ଶ୍ରୀ ନାଗରାଜୁ ମାନଙ୍କ ଶେଷ ଥର ପାଇଁ ମୁହଁ ଦେଖିବା ପାଇଁ ଦୂର ଦୁରାନ୍ତରୁ ଆସି ବଙ୍ଗାରାମାଙ୍କ ମୁହଁ ଦେଖିବା ସହ ପରିବାରଙ୍କୁ ସାନ୍ତ୍ୱନା ଦେଇଥିଲେ I ଏଥି ସହ କୋରାପୁଟ ଜିଲ୍ଲାର ପୂର୍ବତନ ସାଂସଦ ଶ୍ରୀ ଝିନ ହିକକା ଲଷ୍ମୀପୁର ଠାରେ ପଦଯାତ୍ରା ଶେଷ କରି ବନ୍ଧୁଗାଁ ପହଞ୍ଚି ବାଙ୍ଗାରାମାଙ୍କ ମୁହଁ ଦେଖି ଦୁଃଖ ପ୍ରକାଶ କରିଥିଲେ I ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ମଧ୍ୟ ପହଞ୍ଚି ଥିଲେ I