ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାତ୍ମାଗାନ୍ଧୀ ଓ ଶାନ୍ତି ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସମାରୋହ

ମହାତ୍ମାଗାନ୍ଧୀ ଓ ଶାନ୍ତି ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସମାରୋହ

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ବାଲିଯୋଡି ଛକ ସ୍ଥିତ ଗୋପବନ୍ଧୁ ପ୍ରତିମୂର୍ତ୍ତି ପରିସରରେ ମହାନ ଜନନାୟକ ମହାତ୍ମାଗାନ୍ଧୀ ଓ ଶାନ୍ତି ଦୂତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁ ଶାସ୍ତ୍ରୀ ଙ୍କର ଜୟନ୍ତୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ଡା. ଫକୀର ଚରଣ ହୋତା ଦୀପ ପ୍ରଜ୍ଜଳନ କରି ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଆଇଡ଼ିଏଲ କାର୍ମିକ ବିଭାଗର ମୁଖ୍ୟ ରଞ୍ଜନ ମହାନ୍ତି, ସଚେତନ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ପିପି ରାୟ, ରାଜ୍ୟକର୍ମଚାରି ବୀମା ଯୋଜନାର ପ୍ରାକ୍ତନ ଅଧିକାରୀ ଡା. ଶ୍ରୀମତୀ ବିଷ୍ନୁପ୍ରିୟ ଦେଇ, ସମାଜସେବୀ ବଦସୁଦେବ ସାମଲ ଆନନ୍ତ ଜେନା,ଯଥାକ୍ରମେ ଉଦ୍ଘାଟକ , ମୁଖ୍ୟ ଅତିଥି, ସମ୍ମାନିତ ଅଥିତି ଅଥିତି ଓ ନିମନ୍ତ୍ରିତ ଅଥିତି ଓ ବକ୍ତାଭାବେ ଯୋଗ ଦେଇ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଜି ଙ୍କର କର୍ମମୟ ଜୀବନ, ସ୍ୱାଧୀନତା ସଂଗ୍ରାମ, ତାଜନୈତିକ ଚିନ୍ତାଧାରା, ସମାଜସେବା ସର୍ବୋପରି ଅଖଣ୍ଡ ଭାରତ ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରି କହିଲେ ଆଜିର ଯୁବ ଓ ଛାତ୍ର ସମାଜ ତାଙ୍କରି ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସନାତନ ସାହୁ, ବିଜୟଲଷ୍ମୀ ମିଶ୍ର, ମୁରଲୀଧର ଦାସ, କବି ଗୌରାଙ୍ଗ ଦାସ, ସୁନିତା ପରିଡା, ଝୁନୁରାଣୀ ସାହୁ. ବାସୁଦେବ ସାହୁ, ଚାନ୍ଦମଣୀ ମାଝୀ, ଅନ୍ତର୍ଯ୍ୟାମୀ ବେଉରା, ରାମଚନ୍ଦ୍ର ସାମଲ, କମଳାକାନ୍ତ ପତି, ସନାତନ ବାରିକ,କୈଳାଶ ଚନ୍ଦ୍ର ମଲ୍ଲିକ,କବିତା ସାମଲ,ଆଇନଜୀବୀ ଗୁରୁଚରଣ ସାହୁ, ସାଧୁ ଚରଣ ମହାନ୍ତ, ସଞ୍ଜୟ ବଳ,ମାଈ କାପ୍ରା ହାଁସଦା, ସୋନୀ ଦୀପ, ଗୁରୁ ଶ୍ରୀଧର ସେଠି, ବାମଦେବ ପଣ୍ଡା, ସସ୍ମିତା ଖୁଣ୍ଟିଆ, ନରେନ୍ଦ୍ର କୁମାର ମଲ୍ଲିକ, ସୁଜାତା ସାହୁ, କାଦମ୍ବିନୀ ଜେନା,ସସଦେବ ସାହୁ ରାମ ଚନ୍ଦ୍ର ପ୍ରଧାନ ଓ ଅସିତ ଦୁବେ ପ୍ରମୁଖ ଗାନ୍ଧିଜୀ, ଶାସ୍ତ୍ରିଜୀ ଙ୍କ ସମ୍ପର୍କରେ ବିଷଦ ଆଲୋଚନା କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ପାରମ୍ଭରେ ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ଅଥିତିମାନେ ମାଲ୍ୟାର୍ପଣ କରିଥିଲେ ଟ୍ରଷ୍ଟ ର ସହ ସମ୍ପାଦିକା ସଚଳା ପଣ୍ଡା ଅଥିତି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଏହି ଉତ୍ସବରେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା କର୍ମୀ, ସାମାଜିକ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତା, ସମାଜସେବୀ, ଶିକ୍ଷାବିତ ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

Sunil Chandra Nayak

ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ

masiha

ଭିଜନ ଓଡିଶା 2036 ଓ ବିକଶିତ ଭାରତ 2047 ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା

masiha

Leave a Comment

error: Content is protected !!