ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୩ ବର୍ଷରେ ପଦାର୍ପଣ : ଭଙ୍ଗା ଗୃହରେ ବିପଦ ସଂଙ୍କୁଳ ଅଵସ୍ଥାରେ ବାରଣ୍ଡା ରେ ଚାଲିଛି ଶିକ୍ଷାଦାନ : ପ୍ରଶାସନ ର ନିଘା ନାହିଁ

୪୩ ବର୍ଷରେ ପଦାର୍ପଣ : ଭଙ୍ଗା ଗୃହରେ ବିପଦ ସଂଙ୍କୁଳ ଅଵସ୍ଥାରେ ବାରଣ୍ଡା ରେ ଚାଲିଛି ଶିକ୍ଷାଦାନ : ପ୍ରଶାସନ ର ନିଘା ନାହିଁ

କନ୍ଧମାଳ:02/10.(ମନିସ): ଭଙ୍ଗା ଶ୍ରେଣୀ ଗୃହରେ ବିପଦ ସଂକୁଳ ଅଵସ୍ଥାରେ ଏବଂ ବାରଣ୍ଡା ରେ ଭବିଷ୍ୟତ ଗଢା ଚାଲିଛି l ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକରେ l ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତ ର ମେଣ୍ଡିପାଙ୍ଗା ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ୪୩ ବର୍ଷରେ ପଦାର୍ପଣ କରିଥିବା ବେଳେ ଶ୍ରେଣୀ ଗୃହ ଭଗ୍ନ ଅବସ୍ଥାରେ ରହିଛି l ବିପଦ ପୂର୍ଣ୍ଣ ଭାବେ ଶ୍ରେଣୀ ଗୃହ ଥିବାରୁ ଗୋଟିଏ କୋଠରୀ ରେ ପ୍ରଥମ ରୁ ପଞ୍ଚମ ଯାଏଁ ପାଞ୍ଚଟି ଶ୍ରେଣୀକୁ ପଢ଼ାନ୍ତି ଦୁଇ ଶିକ୍ଷକ l ୧୯୮୦ ମସିହା ରେ ସ୍ଥାପିତ ହେଇଥିବା ଏହି ବିଦ୍ୟାଳୟ ରେ ସର୍ବମୋଟ ୨୩ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି l ସ୍ଥାନ ଅଭାବରୁ ଖରା ବର୍ଷା ଶୀତ ଦିନେ ବାରଣ୍ଡାରେ ବାଧ୍ୟ ହୋଇ ପାଠପଢା ଚାଲିଛି ବୋଲି ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରା କହିଛନ୍ତି l ସରକାର ‘ସଭିଏ ପଢନ୍ତୁ ଓ ସଭିଏ ବଢନ୍ତୁ” ନାରା ଦେଇ ଶିକ୍ଷା କୁ ସାର୍ବଜନୀନ କରି ରାଜକୋଷରୁ କୋଟି କୋଟି ଅର୍ଥ ବ୍ୟୟ ବରାଦ କରୁଥିବା ବେଳେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ହେଉ ଅବା ବ୍ଲକ୍ ପ୍ରଶାସନ ର ଚରମ ଅବହେଳା ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି l ଶିକ୍ଷକ ଅଭିଭାବକ କୋମଳମତି ଶିଶୁ ମାନେ ଭୟ ଓ ଆତଙ୍କ ରେ ରହିଛନ୍ତି l କିଛିଦିନ ତଳେ ସେହି ଗ୍ରାମ ପଞ୍ଚାୟତ ର କିଲୁପଡ଼ା ପ୍ରାଥମିକ ବିଦ୍ୟାଳୟ ରେ ସ୍କୁଲ୍ ଛାତ ଭୁଶୁଡ଼ି ଯିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ଛାତ୍ର ଛାତ୍ରୀ ତଥାପି ବ୍ଲକ୍ ପ୍ରଶାସନ ବିଭାଗୀୟ ଅଧିକାରୀ ଙ୍କ ଚେତା ପଶୁନି l କିଲୁପଡ଼ା ସ୍କୁଲ ଛାତ ଭୁଶୁଡ଼ିବା ଘଟଣା ପରେ ଭୟ ରେ ଅଭିଭାବକ ପିଲାଙ୍କୁ ସ୍କୁଲକୁ ଛାଡ଼ୁ ନାହାନ୍ତି l ମରାମତି ଅଭାବରୁ ସ୍କୁଲ୍ ଛାତ କେତେବେଳେ ଯେ ଭୁଷୁଡି ପଡ଼ିବ କହିହେବ ନାହିଁ l ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀ ବ୍ଲକ୍ ପ୍ରଶାସନ କୁ ବହୁବାର ଲିଖିତ ଅଭିଯୋଗ କରିଥିଲେ ବି କାହାର ନିଘା ନାହିଁ ବୋଲି ସହକାରୀ ଶିକ୍ଷକ ସୁରେଶ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି l ସେହିଭଳି ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ ମଧ୍ୟ ଭଙ୍ଗା ଘରେ ଚାଲିଛି ବୋଲି ପାଚିକା ସିନନ୍ତୀ ମଲିକ କହିଛନ୍ତି l ନଳକୂପ ଅଚଳ ଅବସ୍ଥାରେ ରହିଛି ଫଳରେ ଚୁଆଁ ପାଣିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ, ପିଲାମାନେ ବାଧ୍ୟ ହୋଇ ଚୁଆଁ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରନ୍ତି ବୋଲି ଅଭିଭାବିକା ସୁଶିଳା ମଲିକ ପ୍ରକାଶ କରିଛନ୍ତି l ପ୍ରଶାସନ କଣ ଆଉ ଏକ ଦୁର୍ଘଟଣା କୁ ଅପେକ୍ଷା କରିଛି କି’ ବୋଲି ବୁଦ୍ଧିଜୀବୀ ମହଲ ରେ ପ୍ରଶ୍ନ ଉଠୁଛି l ତେବେ ପରିତ୍ୟକ୍ତ ସ୍କୁଲ୍ ଘର କୁ ଭାଙ୍ଗି ପ୍ରଶାସନ କେବେ ନୂତନ କୋଠା ନିର୍ମାଣ କରୁଛି ତାହା ଅଞ୍ଚଳବାସୀ ତଥା ଅଭିଭାବକ ଅପେକ୍ଷା କରିଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ସ୍ବତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆସନ୍ତା ୧୭ ଯାଏ 

masiha

ମୋବାଇଲକୁ ଲିଙ୍କ ଆସି ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ 

Sunil Chandra Nayak

ପଦ୍ମବଜାର ମାଣ୍ଡବା ସାହିରେ ୨୭ତମ କାର୍ତିକେଶ୍ବର ପୂଜା ଉପଲକ୍ଷେ କଳସଯାତ୍ରା

Sunil Chandra Nayak

Leave a Comment

error: Content is protected !!