ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୌରପାଳିକା ଏ.ଟି.ଏମ ନାଳ ସ୍ଲାପ ମରାମତି ହେଲା,ୟୁନିଅନ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ନାଳର ସ୍ଲାପ ମରାମତି କେବେ?

ପୌରପାଳିକା ଏ.ଟି.ଏମ ନାଳ ସ୍ଲାପ ମରାମତି ହେଲା,ୟୁନିଅନ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ନାଳର ସ୍ଲାପ ମରାମତି କେବେ?

 ଯୋଡ଼ା(ମ ସୀ ହା)ରାଜ୍ୟର ପ୍ରମୁଖ ପୌରପାଳିକା ମଧ୍ୟରୁ ଯୋଡ଼ା ପୌରପାଳିକା ଅନ୍ୟତମ ।ଏପରିକି ବିଗତ ବର୍ଷରେ ଯୋଡ଼ା ପୌରପାଳିକା ନିଜର କର୍ଯ୍ୟପ୍ରଣାଳି ତଥା ନିଜ ଅଧୀନରେ ଥିବା ସମସ୍ତ ୱାର୍ଡ ଗୁଡିକର ବିଭିନ୍ନ ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପୌରକାର୍ଯ୍ୟଳୟ ବହୁବାର ପୁରସ୍କୃତ ହୋଇଥିବାର ନଜିର ରହିଛି।ହେଲେ ଗତ କିଛି ଦିନ ଧରି ସ୍ୱଚ୍ଛତା ଦିଗରେ ଘାସବଣ ବଢିବା ସହ ସହରର ଏକାଧିକ ନାଳ ଉପର ସୁରକ୍ଷା ସ୍ଲାପ ଭାଙ୍ଗିବାର ଦେଖିବାକୁ ମିଳେ। ତେବେ କାଦୁଆ, ବର୍ଷା ପାଣିରେ ଯଦି ଉକ୍ତ ଭଗ୍ନ ସ୍ଲାପ ଦୃଶ୍ୟମାନ ଯଦି ନହୁଏ ଅବା ଉକ୍ତ ନାଳ ମଧ୍ୟେ କେହି ଯଦି ପଡ଼ିଯାଏ,ତେବେ ଆଣ୍ଠୁ ଗଣ୍ଠି ଭାଙ୍ଗିବା ଥୟ ।ଏପରି କୌଣସି ଯାନବାହନ ତଥା ମୋଟର ସାଇକେଲ ଆରୋହୀଙ୍କ ପାଇଁ ଉକ୍ତ ସ୍ଥାନ ଗୁରୁତ୍ୱର ବିଷୟ ବୋଲି ଅନେକଙ୍କ ମଧ୍ୟରେ ଆଲୋଚନା ହୁଏ।ତେବେ ଦେଖିବାକୁ ଗଲେ ଗତ କିଛି ଦିନ ତଳେ ଖବର ପ୍ରକାଶିତ ହେବା ଦ୍ଵାରା ପୌରପାଳିକା ନିକଟରେ ପ୍ରାଚୀରକୁ ଲାଗିକରି ଥିବା ଏ.ଟି.ଏମ ସମ୍ମୁଖ ନାଳ ସ୍ଲାପ ଯେପରି ଯଥା ସମ୍ଭବ ମରାମତି ସମ୍ଭବ ହୋଇଛି ଠିକ ସେହିପରି ୟୁନିଅନ ବ୍ୟାଙ୍କ ସହିତ ବାଦଥିବା କେତକ ନାଳର ସ୍ଲାପ ମରାମତି ହୋଇଲେ ସହରବାସୀ ତଥା ୱାର୍ଡବାସୀ ନିଜକୁ ସବୁ ସମୟରେ ସୁରକ୍ଷିତ ଅନୁଭବ କରି ପାରିବେ l

ଯୋଡ଼ାରୁ ଦେବ ଦାସ ସାହୁଙ୍କ ରିପୋର୍ଟ୍

Related posts

ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ପ୍ରତୀକ ଆନ୍ଦୋଳନ ସ୍ଵରୂପ କଳା ବ୍ୟାଜ୍ ପରିଧାନ ଆଜି ସପ୍ତମ ଦିନରେ

ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ସାଗର ସାହିତ୍ୟ ସଂସଦ ପକ୍ଷରୁ ଲକ୍ଷ୍ମୀପୁଜା ବିଶେଷାଙ୍କ ସିନ୍ଧୁସୂତା ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!