ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକଶିତ ଗାଁ ବିକଶିତ ଓଡିଶା, ର ସ୍ୱତନ୍ତ୍ର ଗ୍ରାମ ସଭା 

ବିକଶିତ ଗାଁ ବିକଶିତ ଓଡିଶା, ର ସ୍ୱତନ୍ତ୍ର ଗ୍ରାମ ସଭା 

ଡାବୁଗାଁ -14/2 (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସମୃଦ୍ଧ ଓଡିଶା ର ନୂତନ ପରିଭାଷା ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ନେଇ ଗ୍ରାମସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ବ୍ଲକ ଅଧୀନ ଅଞ୍ଚଳା, ମେଦନା, ଚଚରାଗୁଡା, କୋଇଲାରୀ, ଜୁନାପାଣି, ବୋରିଗାଁ, ଘୋଡ଼ାଖୁଣ୍ଟା, ନନ୍ଦପୁରା, ଜବାଗୁଡା, ବଡଓଲମା, ଡାବୁଗାଁ ଓ ଡ଼ଙ୍ଗରୀଗୁଡା ପଞ୍ଚାୟତ କାର୍ଯ୍ୟାଳୟ ରେ ଉକ୍ତ ପଞ୍ଚାୟତ ର ସରପଞ୍ଚ ମାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଗ୍ରାମସଭା ରେ ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମ ର ଆବଶ୍ୟକତା ଅନୁସାରେ ଆଗାମୀ ୫ ବର୍ଷ ପାଇଁ ପ୍ରକଳ୍ପ ଗୁଡିକ ର ତାଲିକା ପ୍ରସ୍ତୁତ କରାଯାଇଥିଲା l ଏଥିରେ ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ, ଦିଲ୍ଲୀପ ଦୀପକ ମିଶ୍ର, ଅଭିଳାଷ ନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ. ଡି ପ୍ରସାଦ, ପର୍ଶୁରାମ ମାଳି, ଅର୍ଜୁନ ଭତ୍ରା, ହଳଧର ଜାନି, ଦିବ୍ୟ ଶଙ୍କର ପୂଜାରୀ, ରୁପାଲୀ ମଣ୍ଡଳ ଓ କାମିନୀ ହରିଜନ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ, ସମସ୍ତ ସମିତି ସଭ୍ୟା ସଭ୍ୟ, ୱାର୍ଡ ସଭ୍ୟା ସଭ୍ୟ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଶିଶୁ ଯୌନ ନିର୍ଯ୍ୟାତନା ଓ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ କର୍ମଶାଳା

Sunil Chandra Nayak

ଲୁହା ଶିଳା ପଞ୍ଚାୟତର ପ୍ରାକ୍ତନ ପଞ୍ଚାୟତ ନିର୍ବାହୀ ଅଧିକାରିଣୀ ପୁଷ୍ପିତା ମହାକୁଡ଼ ଵାଦ୍ଧକ୍ଯ ଭତ୍ତା ପ୍ରଦାନ ଅନିୟମିତତା ନେଇ ଭିଜିଲାନ୍ସ ଯନ୍ତାରେ 

Sunil Chandra Nayak

ସରଧାପୂର ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର  

masiha

Leave a Comment

error: Content is protected !!