ମତ୍ସ୍ୟ ଓ ପ୍ରାଣୀ ସମାବେଶ ରେ ୩ ଟି ବ୍ଲକରୁ ୩୯ ଜଣ ଚାଷୀ ଙ୍କ ଭୁବନେଶ୍ଵର ଯାତ୍ରା
ଡାବୁଗାଁ, ୧୪/୨ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ, ଝରିଗାଁ ଓ ଚନ୍ଦହାଣ୍ଡି ବ୍ଲକ ରୁ ଭୁବନେଶ୍ଵର ବରମୁଣ୍ଡା ଖେଳ ପଡିଆ ଠାରେ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ଯୋଗ ଦେବା ନିମନ୍ତେ ୩ ଟି ବ୍ଲକରୁ ୩୯ ଜଣ ଜଣ ଚାଷୀ ଭୁବନେଶ୍ଵର ଅଭିମୁଖେ ଶୁକ୍ରବାର ସନ୍ଧ୍ୟାରେ ଯାତ୍ରା କରିଛନ୍ତି | ଡାବୁଗାଁ ବ୍ଲକ ର ମତ୍ସ୍ୟ ବିଭାଗ ର ୧୩ ଜଣ ଝରିଗାଁ ବ୍ଲକର ୧୩ ଜଣ ଓ ଚନ୍ଦହାଣ୍ଡି ବ୍ଲକ ରୁ ୧୩ ଜଣ ଲେଖାଏଁ ମୋଟ ୩୯ ଜଣ ଚାଷୀ ୧ ଟି ବସ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି | ବସରେ ଚାଷୀ ମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ୩ ଟି ବ୍ଲକ ର ୩ ଜଣ ନୋଡାଲ ଅଧିକାରୀ ରହିଛନ୍ତି | ଏହି ଯାତ୍ରା ସମୟରେ ଚନ୍ଦହାଣ୍ଡି ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ ନାୟକ, ଡାବୁଗାଁ ବ୍ଲକ ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ ଓ ଝରିଗାଁ ବ୍ଲକ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଉତ୍ତମ ଗଣ୍ଡ ପ୍ରମୁଖ ଚାଷୀ ଙ୍କ ସହିତ ଉପସ୍ଥିତ ଥିଲେ |