ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଣକ୍ୟ କ୍ଲାସ ତରଫରୁ ଯୋଗ ଶିବିର ଓ ମେଧାର୍ଥୀଙ୍କୁ ସମ୍ବର୍ଦ୍ଧିତ 

ଚାଣକ୍ୟ କ୍ଲାସ ତରଫରୁ ଯୋଗ ଶିବିର ଓ ମେଧାର୍ଥୀଙ୍କୁ ସମ୍ବର୍ଦ୍ଧିତ 

  ମୟୂରଭଞ୍ଜ -ତା ୨୨/୦୬ ( ମସିହା)ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ୍ ନିମଡିହି ସ୍ଥିତ ଏମ ଚାଣକ୍ୟ କ୍ଲାସେସ ଦ୍ଵାରା ବିଶ୍ଵ ଯୋଗ ଦିବସ ଅବସରରେ ରାଇରଙ୍ଗପୁର ବିଧାୟକ ଜଳେନ ନାଏକଙ୍କ କର କମଳରେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ସମ୍ବର୍ଦ୍ଧିତ ହୋଇଛନ୍ତି l

 ଏହି ପରିପ୍ରେକ୍ଷୀରେ ଏମ ଚାଣକ୍ୟ କ୍ଲାସେସ ର ନିର୍ଦ୍ଦେଶକ ପ୍ରଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଳେନ୍ ନାଏକ , ମୁଖ୍ୟ ବକ୍ତା ଭାବେ ଶିକ୍ଷବିତ ଅମିୟ କୁମାର ଦାଶ, ବିଶେଷ ଅତିଥି ଭାବେ ବହଳଦା ବ୍ଲକ୍ ଅଧ୍ୟକ୍ଷା ଦିପାଞ୍ଜଳି ସିଂହ , ବରିଷ୍ଠ ସାମ୍ବାଦିକ ମଧୁସୂଦନ ଦାସ ଅନ୍ୟତମ ଅତିଥି ଭାବେ ରବି ନାରାୟଣ ପତି , ମାଧବ ମହାପାତ୍ର ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିନ୍ଦୁ ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ l

 ଏହି ଅବସରରେ ରାଇରଙ୍ଗପୁର କଲେଜ ଏବଂ ବହଳଦା ଧୀରୋଜଲାଲ୍ କଲେଜ ୨+ ବିଜ୍ଞାନ ରେ ଟପ୍ପର ହୋଇଥିବା ସରସ୍ଵତୀ ମୂର୍ମୁ, ଲକି ସିଂହ, କୁସୁମତି ଏବଂ ବାଲେମଣି ଙ୍କୁ ଅତିଥି ମାନଙ୍କ ଦ୍ଵାରା ଏମ ଚାଣକ୍ୟ କ୍ଳାସେସ ପକ୍ଷରୁ ଟ୍ରୋଫି ଓ ଆର୍ଥିକ ସହାୟତା ତଥା ଫୁଲ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ସହ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l

  ଏହି ଉତ୍ସବ କୁ ସଫଳ କରାଇବାରେ ଚିନ୍ମୟ ମହାନ୍ତ, ପଙ୍କଜିନି ମହାନ୍ତ, ତପସ୍ୱିନୀ ମହାପାତ୍ର, ଦିବ୍ୟଜ୍ୟୋତି ସାର, ବାବଲୁ ମହାନ୍ତ, ଘାସିରାମ ମହାନ୍ତ, ଟିଟୁନ୍ ମିଶ୍ର ଓ ଶିବ ଶଙ୍କର ସାମନ୍ତରାୟ ସହଯୋଗ କରିଥିଲେ l ଶେଷରେ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜଙ୍ଗଲୀ ଭାଲୁ ଆକ୍ରମଣରେ ବ୍ୟକ୍ତି ଗୁରୁତର

Sunil Chandra Nayak

ଜିଲ୍ଲାପାଳ,ରାୟଗଡ଼ଙ୍କ ମୁନିଗୁଡା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ଧର୍ମଗଡ ଥାନାରେ ନୂତନ ଥାନା ଅଧିକାରିଣୀଙ୍କ ଯୋଗଦାନ 

masiha

Leave a Comment

error: Content is protected !!