ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଣ୍ଟେନର କୁ ପଛ ପଟୁ ଧକ୍କା ଦେଇ ଘଟଣା ସ୍ଥଳରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ 4 ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର

କଣ୍ଟେନର କୁ ପଛ ପଟୁ ଧକ୍କା ଦେଇ ଘଟଣା ସ୍ଥଳରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ 4 ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର

ବସ୍ତା,23/06 : ବାଲେଶ୍ବର ଜିଲ୍ଲା ରୂପ୍ସା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ରୁପ୍ସା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା, ସୂଚନା ଅନୁଯାୟୀ ରବିବାର ଭୋର ସମୟରେ ବାଲେଶ୍ବର ଜିଲ୍ଲା ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରୁ ରୋଗୀ ନେଇ ଆମ୍ବୁଲାନ୍ସ ରେ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟ କୁ ଯିବା ସମୟରେ ରୁପ୍ସା ନିକଟରେ ଆମ୍ବୁଲାନ୍ସ ଟି ଆଗରେ ଯାଉଥିବା ଏକ କଣ୍ଟେନର କୁ ପଛପଟୁ ଜୋର ରେ ଧକ୍କା ଦେଇ ଥିଲା, ଯାହା ଫଳରେ ଆମ୍ବୁଲାନ୍ସ ଭିତରେ ଥିବା ଅକ୍ସିଜେନ ସିଲିଣ୍ତର ଟି ଫାଟି ଯିବା ଯୋଗୁଂ ଆମ୍ବୁଲାନ୍ସ ରେ ନିଂଆ ଲାଗି ହୁତୁ ହୁତୁ ହୋଇ ଜଳି ଯାଇ ଥିଲା, ଦୁର୍ଘଟଣା ରେ ଆମ୍ବୁଲାନ୍ସ ର ଡ୍ରାଇଭର , ହେଲପର ସମେତ ଫାର୍ମାସିଷ୍ଟ ଗୁରୁତର ହୋଇଥିବା ବେଳେ ଭିତରେ ଥିବା ରୋଗୀ ଏବଂ ସମ୍ପର୍କୀୟ ମଧ୍ଯ ଗୁରୁତର ହୋଇଛନ୍ତି, ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନ୍ଯ ଏକ ଆମ୍ବୁଲାନ୍ସ ସାହାଯ୍ଯ ରେ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟ ରେ ଭର୍ତ୍ତି କରାଇ ଥିଲେ, ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କଟକ ହସପିଟାଲ କୁ ସ୍ଥାନାନ୍ତର କରା ଯାଇଛି, ଦୁର୍ଘଟଣା ପରେ କଣ୍ଟେନର ଟି ଘଟଣା ସ୍ଥଳରୁ ଫେରାର ହୋଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

“ସ୍ୱାସ୍ଥ୍ୟ ହିଁ ସମ୍ପଦ”  ଜିଲ୍ଲାପାଳଙ୍କ ନୂତନ ପରିକଳ୍ପନା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଅଭିନବ ପ୍ରୟାସ ରେ ସରକାରୀ କର୍ମଚାରୀ ଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର

Sunil Chandra Nayak

ଅସରାଏ ବର୍ଷାରେ ରାସ୍ତା ବେହାଲ

masiha

ଦିଲ୍ଲୀ ଅଭି ମୁଖେ ଚକୋଟିଆ ଭୁଞ୍ଜିଆ ଦମ୍ପତିଙ୍କ ଯାତ୍ରା

masiha

Leave a Comment

error: Content is protected !!