ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ପାଳିତ

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ପାଳିତ

ନବରଙ୍ଗପୁର:( ୭|୩ )ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ର ଯୁବ ରେଡକ୍ରସ ଶାଖା ଦ୍ଵାରା ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ମହିଳା ଦିବସ ସମାରୋହ ୨୦୨୪ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ସହଧର୍ମିଣୀ ତଥା ଆଲ୍ଲାହାବାଦ ବ୍ଯାଙ୍କ ର ପୂର୍ବତନ ମୁଖ୍ୟ ପ୍ରବନ୍ଧକ ଶ୍ରୀମତୀ ବବିତା ସର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରୀମତୀ ସର ଛାତ୍ରୀ ମାନଙ୍କର ସାମଗ୍ରିକ ବିକାଶ ଓ ମହାବିଦ୍ୟାଳୟ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ଓ ମହିଳା ମାନେ କୌଣସି କ୍ଷେତ୍ରରେ କମ୍ ନୁହନ୍ତି ସମ୍ପର୍କରେ ସୂଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁଶ୍ରୀ ସନ୍ତୋଷୀ ସିଂ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ l ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା ତଥା ଯୁବ ରେଡକ୍ରସ ସଂଯୋଜିକା ଡ ସଂଯୁକ୍ତା ପଣ୍ଡା ମଞ୍ଚ ପରିଚାଳନା କରିବା ସହ “ନାରୀ ହେଲେ ପାଠେlଇ ଦେଶ ଯିବ ଆଗେଇ” ଉକ୍ତି କୁ ବୁଝାଇଥିଲେ l ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ କେ ନୈନା ପାତ୍ର ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ lଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯଥା ଶ୍ରୀ ବିନୋଦ ବିହାରୀ ପ୍ରଧାନ, ଶ୍ରୀ ନୃପେନ୍ଦ୍ର ନାଥ ଖୋସଲା , ଶ୍ରୀମତୀ ତାଇରା ବେଗମ୍, ଶ୍ରୀମତୀ ରଞ୍ଜୁସା କୁମାରୀ ପ୍ରହରାଜ , ଶ୍ରୀ ଲକ୍ଷ୍ମୀକାନ୍ତ ସୌରା, ଡ ଏମ୍ ରୋହିଣୀ ଏବଂ ଶ୍ରୀ ପଞ୍ଚାନନ ଦାଶଙ୍କ ସହିତ ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଏବଂ ବହୁ ମାତ୍ରାରେ ଛାତ୍ରୀମାନେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାଇଗା ଜନଜାତି, ସମାଜ ସଂସ୍କୃତି ପରିବେଶ ଉପରେ ଜନ ଜାଗରଣ ସଭା ଅନୁଷ୍ଠିତ 

Sunil Chandra Nayak

ଖେଜୁରୀ ବଡ଼ସାହି ରୁ କାହୁବେଡା ରାସ୍ତା କାଦୁଅ ପଚ ପଚ

masiha

ସହାୟତା ଅପେକ୍ଷାରେ ପକ୍ଷାଘାତର ଶିକାର ଗଣଶିକ୍ଷକ

masiha

Leave a Comment

error: Content is protected !!