ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷତାଭିତ୍ତିକ ତାଲିମ ଦ୍ୱାରା ପୀଡିତାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଆମର ମୂଳ ଲକ୍ଷ୍ୟ :ଉପମୁଖ୍ୟମନ୍ତ୍ରୀ

ଦକ୍ଷତାଭିତ୍ତିକ ତାଲିମ ଦ୍ୱାରା ପୀଡିତାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଆମର ମୂଳ ଲକ୍ଷ୍ୟ :ଉପମୁଖ୍ୟମନ୍ତ୍ରୀ

ମହିଳା ହିଂସା ପ୍ରତି ଶୂନ୍ୟ ସହନଶୀଳତା ସରକାରଙ୍କ ପ୍ରତିବଦ୍ଧତା 

ଭୁବନେଶ୍ୱର,: ଆଜି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ସଭା ଗୃହରେ ଲିଙ୍ଗଭିତ୍ତିକ ହିଂସା ଏବଂ ପୀଡିତାମାନଙ୍କ ମାନସିକ ଆଘାତ ଯତ୍ନ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲିଙ୍ଗଭିତ୍ତିକ ହିଂସା ପ୍ରତି ସରକାର ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି ବୋଲି ଦୃଢ ମତ ରଖିଥିଲେ । ସଖୀ-ୱାନ ଷ୍ଟପ ସେଣ୍ଟର ଭଳି କେନ୍ଦ୍ର ମାନଙ୍କରେ ରହୁଥିବା ପୀଡିତ ମାନଙ୍କ ଦକ୍ଷତା ବିକାଶ ଉପରେ ଧ୍ୟାନ ଦେଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଆତ୍ମବିଶ୍ଵାସକୁ ପୁନର୍ଜିବିତ କରି ବଞ୍ଚିବାର ରାହା ପ୍ରଦାନ କରିବାକୁ ସେ ମତ ପ୍ରକାଶ କରିଥିଲେ । ଲିଙ୍ଗଭିତ୍ତିକ ହିଂସା ସହ ଜଡ଼ିତ କେସଗୁଡିକୁ ସମ୍ବେଦନଶୀଳ ଭାବେ ସମାଧାନ କରିବା ପାଇଁ ସେ ପୋଲିସ କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି । 

ଏହି ଅବସରରେ ଶ୍ରୀମତୀ ଶୁଭା ଶର୍ମା, ପ୍ରମୁଖ ଶାସନ ସଚିବ, ମହିଳା ଶିଶୁ ବିକାଶ ବିଭାଗ ତଥା ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଲିଙ୍ଗଭିତ୍ତିକ ହିଂସାକୁ ରୋକିବା ନିମନ୍ତେ ରାଜ୍ୟସରକାରଙ୍କ ସମସ୍ତ ବିଭାଗକୁ ସମନ୍ଵୟରେ କାର୍ଯ୍ୟ କରିବାକୁ ପଡିବ ବୋଲି ସେ ଉଲ୍ଲେଖ କରିଥିଲେ । କେବଳ ସହାନୁଭୁତି ନୁହେଁ ପୀଡ଼ିତାମାନଙ୍କ ମନକୁ ବୁଝି ସେମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଏହି କର୍ମଶାଳାର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିରୋଧୀ ଅପରାଧ ଶାଖା, ପୋଲିସ ମହାନିରୀକ୍ଷକ, ଶ୍ରୀମତୀ ସାଇନି ଏସ. ନିଜ ପରିବାର ସଦସ୍ୟଙ୍କ ଦ୍ଵାରା ମହିଳାମାନଙ୍କ ପ୍ରତି ବଢୁଥିବା ହିଂସାକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ । ଏଥିପାଇଁ ସମାଜର ମନୋଭାବରେ ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ସେ ଦୃଢ ମତ ରଖିଥିଲେ । ୟୁଏନଏଫପିଏ ଇଣ୍ଡିଆ ରିପ୍ରେଜେଣ୍ଟେଟିଭ ଓ କଣ୍ଟ୍ରି ଡିରେକ୍ଟର, ଭୁଟାନ, ମିସ ଆନ୍ଦ୍ରିୟା ଏମ. ୱଜନର ଓଡ଼ିଶାରେ ମହିଳା ସଶକ୍ତିକରଣ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଲିଙ୍ଗଭିତ୍ତିକ ହିଂସା ଲୋପ କରିବା ନିମନ୍ତେ ସେ ସାମୁହିକ କର୍ତ୍ତବ୍ୟ ଉପରେ ଗୁରୁତ୍ଵାରୋପ କରିଛନ୍ତି । ଏହି କର୍ମଶାଳାରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସମାଜସେବୀ ତଥା ହାଇଦ୍ରାବାଦସ୍ଥିତ ପ୍ରଜ୍ଜ୍ଵଳା ସାମାଜିକ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀମତୀ ସୁନିତା କ୍ରୀଷ୍ଣନ କାର୍ଯ୍ୟକ୍ରମରେ ସମ୍ବଳ ବ୍ୟକ୍ତି ଭାବେ ଯୋଗଦାନ କରି ବିଶେଷ ଉପସ୍ଥାପନା ସହ ଅଂଶଗ୍ରହଣକାରୀମାନଙ୍କୁ ଏହି ପ୍ରସଙ୍ଗରେ ସୂଚନା ପ୍ରଦାନ କରିବା ସହ ବିଶଦ ଆଲୋଚନା କରିଥିଲେ । 

ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ପ୍ରମୁଖ ବ୍ୟକ୍ତିବିଶେଷ, ଅନୁଷ୍ଠାନର କର୍ମକର୍ତ୍ତା, ନୀତି ପ୍ରସ୍ତୁତକାରୀ, ଆଇନଜୀବୀ, ପରାମର୍ଶ ସେବା ପ୍ରଦାନକାରୀ, ସ୍ଵାସ୍ଥ୍ୟସେବା ପ୍ରଦାନକାରୀ, ଜିଲ୍ଲା ସୁରକ୍ଷା ଅଧିକାରୀ, ମାନସିକ ସ୍ଵାସ୍ଥ୍ୟ ବିଶେଷଜ୍ଞ, ସଖୀ-ୱାନ ଷ୍ଟପ ସେଣ୍ଟର ଓ ଶକ୍ତି ସଦନର କର୍ମକର୍ତ୍ତା, ନାଗରିକ ସମାଜ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀବୃନ୍ଦ, ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧିକାରୀବୃନ୍ଦ ଆଦି ଉପସ୍ଥିତ ଥିଲେ ।

ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଅବ୍ୟବସ୍ଥାରେ ରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ

Sunil Chandra Nayak

ଆମ୍ବପଡା ଗ୍ରାମରେ ବାଦୀପାଲା ଉଦଯାପିତ

ବଳଦିଆମାଲ ଏମକେଏମସିଇ ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!