ଶ୍ରଦ୍ଧା ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ
ରାଉରକେଲା : ସେକ୍ଟର ୧୬ ସ୍ଥିତ ମାନସିକ ଭିନ୍ନକ୍ଷମ ଙ୍କ ନିମନ୍ତେ ପରିଚାଳିତ ଶ୍ରଦ୍ଧା ଅନୁଷ୍ଠାନ ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଦୀର୍ଘ ମାସକ ପୂର୍ବରୁ ଶିକ୍ଷୟିତ୍ରୀ ମାନଙ୍କ ସହାୟତାରେ ନିଜ ହାତରେ ବିଭିନ୍ନ ପ୍ରକାରର ପ୍ରସ୍ତୁତ ରାକ୍ଷୀ କୁ ଅତି ଆଗ୍ରହ ସହିତ ସେମାନଙ୍କର ସହପାଠୀ ତଥା ଶିକ୍ଷକ ଓ ଅତିଥି ମାନଙ୍କ ହାତରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରି ରାକ୍ଷୀ ବାନ୍ଧି ଖୁବ୍ ଆନନ୍ଦିତ ହୋଇଥିଲେ । ଆମ ଓଡ଼ିଶା , ସମ୍ବାଦ ତରଫରୁ ଏହି ଉପଲକ୍ଷେ ରାକ୍ଷୀ ଓ ମିଷ୍ଟାନ୍ନ ପିଲା ମାନଙ୍କୁ ବଣ୍ଟନ କରିବା ସହିତ ମାନସିକ ଭିନ୍ନକ୍ଷମ ପିଲା ଏବଂ ଉପସ୍ଥିତ ଅଭିଭାବକ କମିଟି ସଦସ୍ୟ ମାନଙ୍କୁ ନିଶା ନିବାରଣ ପାଇଁ ଏକ ସତ୍ୟ ପାଠ କରାଇଥିଲେ। ପ୍ରୟାସ ଅନୁଷ୍ଠାନ ର ସମ୍ପାଦକ ଶ୍ରୀଧର ମଲ୍ଲିକ ଏବଂ ତାଙ୍କ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଶ୍ରଦ୍ଧା ର ପିଲା ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉତ୍ସାହିତ କରି ପିଲା ମାନଙ୍କ ଉପହାର ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନ ର ପ୍ରତିଷ୍ଠାତା ସଭ୍ୟା ସଂଯୁକ୍ତା ରାଜଗୁରୁ ମହାପାତ୍ର, ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ, କମିଟି ସଭ୍ୟ ସୁମନ୍ତ କୁମାର ସ୍ଵାଇଁ , ସର୍ବେଶ୍ଵର ମାନସିଂହ, ଶିକ୍ଷୟିତ୍ରୀ ଅଞ୍ଜଳି ମହାରଣା, ସୁଜାତା ରାଉତ, ଚନ୍ଦ୍ରିକା ପାଣ୍ଡବ, ଅର୍ଚ୍ଚନା ମିଞ୍ଜ୍, ଶ୍ଵେତା ଦଣ୍ଡସେନା, ସନ୍ତୋଷୀ କୁମ୍ଭାର, ସୁକୁମାର ପାଣ୍ଡବ, ଗଗନ ମହାନ୍ତି ଓ ଧୀରେନ୍ କୁମାର ଓଝା ପ୍ରମୁଖ ଉପସ୍ଥିତ ରହି ପିଲା ମାନଙ୍କ ସହ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିଲେ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

