ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ୟା ପ୍ରପୀଡ଼ିତ ଖାଲିନା ପଞ୍ଚାୟତରେ କଂଗ୍ରେସ ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ

ବନ୍ୟା ପ୍ରପୀଡ଼ିତ ଖାଲିନା ପଞ୍ଚାୟତରେ କଂଗ୍ରେସ ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ

ଜଳେଶ୍ଵର,୨୭/୮(ମନିସ)-ସମ୍ପ୍ରତି ବନ୍ୟାରେ ଜଳେଶ୍ୱର ବ୍ଲକର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଥିବାବେଳେ ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଖାଲିନା ପଞ୍ଚାୟତର ବନ୍ୟା ପ୍ରପୀଡ଼ିତ ପରିବାରମାନଙ୍କ ସହ ଠିଆ ହୋଇଛି କଂଗ୍ରେସ। ଆଜି ଖାଲିନା ପଞ୍ଚାୟତର ବନ୍ୟା ପ୍ରଭାବିତ ଲୋକମାନଙ୍କୁ କଂଗ୍ରେସ ପକ୍ଷରୁ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି।ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲେଶ୍ୱର ଲୋକସଭାର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ରାଜୀବ ପରିଡ଼ାଙ୍କ ନେତୃତ୍ୱରେ ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ପୂର୍ବତନ ନଗର କଂଗ୍ରେସ ସଭାପତି ଗିରିଜା ଶଙ୍କର ଦାସ, ଜଗନ୍ନାଥ ରାଉଳ, ଅଙ୍କିତ କୁମାର ପରିଡ଼ା, ନୟନ କୁମାର ପାଠୀ, ସଞୟ ଧଳଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ରହି ବନ୍ୟା ପ୍ରପୀଡ଼ିତ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନରେ ସହଯୋଗ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

Irregularities Alleged in LPG Distribution by Jay Shree Balaji Gramin HP Gas Agency in Kolnara Block

Sunil Chandra Nayak

ରାୟଗଡ଼ ରେ ପହଞ୍ଚିଲା ଅଯୋଧ୍ୟା ର ପବିତ୍ର ଅକ୍ଷତ କଳସ

masiha

ରାଉରକେଲା ଏସସି ଏବଂ ଏସଟି କର୍ମଚାରୀ ସଂଘର ସ୍ୱଚ୍ଛତା ସ୍ବାଭିମାନ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!