ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ସଂକ୍ଷିପ୍ତ ଭୋଟର ତାଲିକା

ପ୍ରକାଶ ପାଇଲା ସଂକ୍ଷିପ୍ତ ଭୋଟର ତାଲିକା

ବାଲେଶ୍ଵର,୨୬/୧୦/୨୩- ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ସଂକ୍ଷିପ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ବାଲେଶ୍ଵର ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ଯାଳୟ ପରିସରରେ ଏହା ପ୍ରକାଶ କରାଯାଇଛି । ଏହି ଅବସରରେ ଖଇରା ବ୍ଲକ ପରିସରରେ ଥିବା ସଭାଗୃହରେ ୨୦୨୪ ନିର୍ବାଚନ ନିମନ୍ତେ ସଂକ୍ଷିପ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି ବିଡ଼ିଓ ଅନନ୍ତ କୁମାର ହାଁସଦା । ବିଡ଼ିଓ ଶ୍ରୀ ହାଁସଦାଙ୍କୁ ସହଯୋଗ କରିଥିଲେ ବିଇଓ ଗଦାଧର ଦାସ, ସିଡିପିଓ ନଳିନୀ କୁମାରୀ ମହାରଣା, ବ୍ଲକ ନିର୍ବାଚନ ଦାୟିତ୍ୱରେ ଥିବାଶିକ୍ଷକ ଭରତ ସାହୁ, ଜିପିଇଓ ଆଶିଷ କୁମାର ଜେନା । ଏଥିରେ ସମସ୍ତ ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ସରପଞ୍ଚ ମାନେ ଉପସ୍ଥିତ ଥିଲେ । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କିପରି ପ୍ରତ୍ୟେକ ଭୋଟର ଭୋଟ ଦେଇପାରିବେ ସେଥିପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ବିଡିଓ । ଏହାସମ୍ପୂର୍ଣ୍ଣ ଭୋଟର ତାଲିକା ନୁହେଁ । ଯେଉଁମାନେ ଏହି ତାଲିକାରୁ ବାଦ୍ ପଡିଛନ୍ତି ସେମାନଙ୍କୁ ପୁଣି ତାଲିକା ଭୁକ୍ତ କରାଯିବ । ପୁନଃଶ୍ଚ ଯେଉଁମାନେ ମରି ଯାଇଛନ୍ତି ଏବଂ ଯେଉଁ ମାନଙ୍କର ଅନ୍ୟତ୍ର ବିବାହ ହୋଇଯାଇଛି ସେମାନଙ୍କୁ ତାଲିକାରୁ ବାଦ୍ ଦିଆଯିବ, ପୁଣି ଯେଉଁମାନେ ନୂତନ ଭାବେ ବୋହୂ ହୋଇ ଆସିଛନ୍ତି ସେମାନଙ୍କ ନାମ ତାଲିକା ଭୁକ୍ତ କରାଯିବ । ଏହିପରି ସମସ୍ତ ସମସ୍ତ ପ୍ରକାର ଅଭିଯୋଗକୁ ଗ୍ରହଣକରି ୨୦୨୪ ମସିହା ଜାନୁୟାରୀ ମାସରେ ଆଗାମୀ ୨୦୨୪ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ତାଲିକା ପ୍ରକାଶ ପାଇବ ବୋଲି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବିଡ଼ିଓ ସୂଚନା ପ୍ରଦାନ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଧର୍ମଗଡରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କୁ ନେଇ ଜନ ସଚେତନତା ଶୋଭାଯାତ୍ରା

ବିଶ୍ବ ହିନ୍ଦୁ ପରିଷଦର ୬୦ତମ ପୂର୍ତ୍ତି ଉପଲକ୍ଷେ ବିଶାଳ ହିନ୍ଦୁ ଜାଗରଣ ଶୋଭାଯାତ୍ରା 

masiha

ଠିକାଦାର ର ଖାମଖିଆଲି ମନୋଭାବ ଯୋଗୁଁ ଅଧାରେ ପଡ଼ିରହିଛି ଅଙ୍ଗନବାଡି କେନ୍ଦ୍ର   

masiha

Leave a Comment

error: Content is protected !!