ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଚ୍ଚ ଶିକ୍ଷା, ନୈତିକତା ଓ ମାନବିକତାର ପ୍ରତୀକ : ପ୍ରାଧ୍ୟାପକ ଡକ୍ଟର ସେକ୍ କଲିମୁଲ୍ଲା

ଉଚ୍ଚ ଶିକ୍ଷା, ନୈତିକତା ଓ ମାନବିକତାର ପ୍ରତୀକ : ପ୍ରାଧ୍ୟାପକ ଡକ୍ଟର ସେକ୍ କଲିମୁଲ୍ଲା

କଟକ : ମଣିଷ ନିଜର କର୍ମ,ତ୍ୟାଗ, ଆଦର୍ଶ ନେଇ ମହାନ୍ ହୋଇ ଉଠେ ଆଉ ସମାଜରେ ପୁଜା ପାଏ । କଳାର ପୂଜାରୀ, ଜନ ଚେତନାର ପ୍ରତୀକ, ଆଦର୍ଶ ପ୍ରଧ୍ୟାପକ ଡକ୍ଟର ସେକ୍ କଲିମୁଲ୍ଲା ଏକ ନିଆରା ପ୍ରତିଭା । ପିତା – ମରହୁମ୍(ସ୍ୱର୍ଗତ) ସେକ୍ ମହେବୁଲ୍ଲା,ମାତା – ମରହୁମା ରସନ୍ଆରା ବିବିଙ୍କ କୋଳ ମଣ୍ଡନ କରି ୧୯୫୯ ମସିହାରେ କଟକ ସଦର ୪୨ ମୌଜା କଳପଡ଼ା ପଞ୍ଚାୟତ ଉପକଣ୍ଠ ରାଉତରାପୁର ଗ୍ରାମରେ ତାଙ୍କ ଜନ୍ମ । ରେଭେନ୍ସା ବିଶ୍ଵବଦ୍ୟାଳୟରେ ର୍ଥନୀତି ବିଭାଗରେ ପିଏଚଡି ଗବେଷଣା ପରେ ୪୨ ମୌଜାସ୍ଥ ସୁଦର୍ଶନ ମହାବିଦ୍ୟାଳୟ (କୋଲଷ୍ଟର କଲେଜ)ରେ ଅର୍ଥନୀତି ବିଭାଗ ମୁଖ୍ୟ ଭାବେ ଜଣେ ଛାତ୍ରବତ୍ସଳ ପ୍ରାଧ୍ୟାପକ ଅଧୁନା ଅବସର ନେଇଛନ୍ତି । ଅବସର ପରେ ଗୋବିନ୍ଦପୁର ଡିଗ୍ରୀ ମହାବିଦ୍ୟାଳୟରେ ଅର୍ଥନୀତି ସ୍ନାତକୋତ୍ତର ବିଭାଗରେ ଶିକ୍ଷାଦାନ ସେବାରେ ବ୍ରତୀ । ପ୍ରାଧ୍ୟାପକ କଲିମୁଲ୍ଲା ଏକ ବରେଣ୍ୟ ପ୍ରତିଭା ଯାହାଙ୍କ ଜୀବନୀ ଜାତୀୟବାଦୀ ଚେତନା,ଦେଶାତ୍ମକବୋଧ,ଜାତି ପାଇଁ ତ୍ୟାଗ ଓ ସେବା ମନୋଭାବ,ଅନନ୍ୟ ଆଦର୍ଶ,ଶୋଭାନୀୟତା,ସ୍ୱାଭିମାନରେ ପରିପୂର୍ଣ୍ଣ । ଛାତ୍ର ଜୀବନରୁ ସେବାକୁ ଭଲ ପାଉଥିବା ଏହି ପ୍ରତିଭା ପୂର୍ବତନ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଉତ୍କଳ,ପୂର୍ବତନ ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ,ରାଜ୍ୟ ଆବାହକ ୱାଲ୍ଡ ହ୍ୟୁମାନ ରାଇଟ୍ସ କାଉନସିଲ୍,ଆଜୀବନ ସଦସ୍ୟ ଉତ୍କଳ ସାହିତ୍ୟ ସମାଜ,ଜାତୀୟ ଯୁବ ପ୍ରକଳ୍ପ ଏବଂ ଉପଦେଷ୍ଟା ଭାବେ ସ୍ୱପ୍ନ ଫାଉଣ୍ଡେସନ୍,ବିଶ୍ୱ କଳିଙ୍ଗ ଫାଉଣ୍ଡେସନ୍,ବାରବାଟୀ ନୃତ୍ୟ ଉତ୍ସବ କଟକ,ବଟକୃଷ୍ଣ ବିଶ୍ବାଳ ମେମୋରିଆଲ ଟ୍ରଷ୍ଟ,ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ – ଓଡ଼ିଶା (ବିସିଟି),ସରସ୍ଵତୀ କଳା ପରିଷଦ କଟକ ସଦର,ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ, ଅଞ୍ଜୁମନ ଟାଇଡେ ଇସ୍ଲାମ,ଗ୍ରାମୀଣ ସେବକ ସମାଜ, ଇଣ୍ଟରନେସନାଲ କ୍ଲବ୍ ଓ ୪୨ ମୌଜା ବିକାଶ ପରିଷଦର ଆଜୀବନ ସଦସ୍ୟ ଆଦି ଅନେକ ସଙ୍ଗଠନ ସହ ସେ ଜଡ଼ିତ, ସବୁଠି ରହିଛି ତାଙ୍କ ସମ୍ମାନ । ସେ ଏକା ଧାରରେ ଜଣେ ସୁଦକ୍ଷ ସଂଗଠକ,ଉଚ୍ଚ କୋଟିର ବକ୍ତା, ସାହିତ୍ୟିକ,ସମୀକ୍ଷକ,ସମାଜସେବୀ, ସମାଜ ସଂସ୍କାରକ,ପରିବେଶବିତ୍, ଶିକ୍ଷାବିତ୍ ଆଉ ଦକ୍ଷ ପ୍ରଶାସକ ଭାବେ ବେଶ୍ ପ୍ରତିଷ୍ଠିତ ଅସାଧାରଣ ବ୍ୟକ୍ତିତ୍ଵ । ତାଙ୍କ ଶିକ୍ଷାଦାନ ବ୍ୟବସ୍ଥା ଅତି ଉଚ୍ଚମାନର ଏବଂ ସରଳ ବୋଧଗମ୍ୟ କହିବାକୁ ଗଲେ ସେ ସାମାଜିକ ସଂସ୍କାର,ଜନ ଚେତନା ଆଉ ପ୍ରତିଭାର ବିକାଶ ଦିଗରେ କଟକ ସଦର ମାଟିର ମୁକୁଟ ବିହୀନ ସମ୍ରାଟ । ତାଙ୍କ ସାରସ୍ଵତ ସାଧନାର ସିକୃତି ସ୍ଵରୁପ ସେ ସବୁଠି ସମ୍ମାନ ଲାଭ କରିଛନ୍ତି । ଏହି ସାରସ୍ଵତ ସାଧକଙ୍କ ଜୀବନୀ ଆମ ସମୟର ଆଦର୍ଶ ।

କଟକ କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାଉରକେଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ ସମାରୋହ-୨୦୨୫

Sunil Chandra Nayak

ମାହାଲିଙ୍ଗ ଗ୍ରାମ ରେ ଯାଦବ ସମାଜ ର ୧୫ ତମ ଗୋଷ୍ଠାଷ୍ଟମୀ ପୂଜା ମହୋତ୍ସବ 

Sunil Chandra Nayak

ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ସୁନାମୁଦୀ ରେ ବିଶାଳ ନୁଆଁଖାଇ ଭେଟଘାଟ. ଅଧିକାର ହାସଲ ପାଇଁ ଆନ୍ଦୋଳନ ଆବଶ୍ୟକ – ସାଂସଦ ନିରଞ୍ଜନ.

Sunil Chandra Nayak

Leave a Comment

error: Content is protected !!