ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଯୋଗଦାନ

ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଯୋଗଦାନ 

ଥୁଆମୂଳ ରାମପୁର: ୨୭/୧୦- (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଧ୍ରୃବ ଚରଣ ମୁଦୁଲୀ ଯୋଗଦାନ କରିଥିବା ଜଣାପଡିଛି। ଏହି ବ୍ଳକରେ ପୂର୍ବରୁ ବିଡ଼ିଓ ଶୁଭକାନ୍ତ ନାୟକ କାର୍ଯ୍ଯରତ ଥିଲେ, ତାଙ୍କୁ କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ କୁ ବଦଳି ହୋଇଥିବା ବେଳେ ନୂତନ ବିଡ଼ିଓ ମୁଦୁଲି ବର୍ତ୍ତମାନ ଏହି ବ୍ଳକରେ ଯୋଗଦାନ କରିଛନ୍ତି। ବିଡିଓ ଶ୍ରୀଯୁକ୍ତ ମୁଦୁଲି ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ଯରତ ରହିଥିଲେ ତେବେ ଶ୍ରୀଯୁକ୍ତ ଧ୍ରୃବ ଚରଣ ମୁଦୁଲି ୨୭/୧୦/୨୦୨୩ ରିଖ ଶୁକ୍ରବାର ଦିନ ଥୁଆମୂଳ ରାମପୁର ବ୍ଲକରେ ନିଜ କର୍ମକ୍ଷେତ୍ରରେ ଯୋଗଦାନ କରିଛନ୍ତି। ଏହି ଅବସରରେ ଥୁଆମୂଳ ରାମପୁର ବ୍ଲକର ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ନୂତନ ବିଡ଼ିଓଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ତେବେ ଥୁଆମୂଳ ରାମପୁର ବ୍ଲକରେ ଥିବା ୨୪ ଗୋଟି ପଞ୍ଚାୟତରେ ଏପର୍ଯ୍ୟନ୍ତ ମୌଳିକ ସୁବିଧା ପହଞ୍ଚି ପାରିନାହିଁ ସେ ସମସ୍ୟା ଗୁଡିକର ସମାଧାନ ଦିଗରେ ଅଧିକ ଗୁରୁତ୍ଵ ଦିଆଯିବା ସହ ସରକାରଙ୍କ ତରଫରୁ ଆସୁଥିବା ପ୍ରତ୍ୟେକ ଯୋଜନା କେଉଁ ଭଳି ଭାବରେ ସମସ୍ତ ପଞ୍ଚାୟତକୁ ପହଞ୍ଚି ପାରିବ ସେନେଇ ଚେଷ୍ଟା କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବାଲିଗୁଡ଼ା ଏନଏସିରେ ହେଉଥ‌ିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର

Sunil Chandra Nayak

ବ୍ଲକ ସ୍ତରୀୟ ସ୍ଥାୟୀ ଦରମା ଦାବିରେ ଜିପିଏଲଏଫ କର୍ମୀଙ୍କ ଧାରଣା

Sunil Chandra Nayak

ରୁପ୍ରାରେ ଖୋଲିଲା ନୂଆ ଠିପି ବନ୍ଦ ବିଦେଶୀ ମଦ ଦୋକାନ 

Sunil Chandra Nayak

Leave a Comment

error: Content is protected !!