ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ବେହେରାଙ୍କ ସାମ୍ବାଦିକ ସମ୍ମିଳନୀ

ବାଲେଶ୍ଵର,୧୫/୮/୨୩-ବାଲେଶ୍ଵର ଜିଲ୍ଲା ଖଇରା କଲେଜ ନିକଟ ବଣପାରିଆ ଛକ ଠାରେ ୭୭ ତମ ସ୍ବାଧୀନତା ଦିବସ ଉପଲକ୍ଷେ ଉଦଘାଟନ ହେଲା ନୂତନ କଂଗ୍ରେସ କାର୍ଯ୍ଯାଳୟ । ଏଥିରେ ବରିଷ୍ଠ କଂଗ୍ରେସ କର୍ମୀ ନବକିଶୋର କର, ଗଜେନ୍ଦ୍ର ସେଠୀ, ବେଣୁଧର ରାଉତ, ପ୍ରଶାନ୍ତ ପାତ୍ର, ଶତ୍ରୁଘ୍ନ ଦାସ, ବାବୁଲି ପାଢୀ, କାର୍ତ୍ତିକ ଓରଫ ବସନ୍ତ ପାତ୍ର, କମଳା ପାଣିଗ୍ରାହୀ, ସନାତନ ବେହେରା, ପ୍ରଶାନ୍ତ ଦାସ, ନରେଶ ବିଶ୍ବାଳ, ତପନ ଦାସ ଓ ବାବୁଲି ଜେନାଙ୍କ ସମେତ ଖଇରା – ସିମୁଳିଆ ବ୍ଲକର ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

        ଏହି ଅବସରରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ନୂତନ ବିଧାୟକ ପ୍ରାର୍ଥୀ ହିମାଂଶୁ କୁମାର ବେହେରାଙ୍କ ଆହ୍ୱାନ କ୍ରମେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ବ କରିଥିଲେ ବ୍ଲକ କଂଗ୍ରେସ ସଭାପତି ଶରତ ଚନ୍ଦ୍ର ଦାସ । ଉକ୍ତ ସମ୍ମିଳନୀରେ ଅତିଥି ଭାବେ ପୂର୍ବତନ ସାଂସଦ ଏବଂ କଂଗ୍ରେସ ଦଳର ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ, ବାଲେଶ୍ଵର ଜିଲ୍ଲା ସଭାପତି ସଞ୍ଜୀବ ଗିରି, ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା ଓ ସିମୁଳିଆ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ନିରଞ୍ଜନ ପରିଡ଼ା ପ୍ରମୁଖ ମଞ୍ଚାସୀନ ହୋଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ ଅତିଥି ମାନେ। ମୁଖ୍ୟତଃ ଭତ୍ତା, ଚାଷ, ବିଦ୍ଯୁତ୍, ଜଳସେଚନ, ଶିକ୍ଷା, ଗମନାଗମନ, ଆବାସ ଯୋଜନା, ରାସନ ଏବଂ ନିଯୁକ୍ତିକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଅତିଥି ମାନେ ପ୍ରବଳ ବର୍ଷିଥିଲେ । କଂଗ୍ରେସ ଦଳରୁ ଜିରୋରୁ ହିରୋ ହୋଇ ମନ୍ତ୍ରୀ ହେଲେ କିନ୍ତୁ ନିଜର ସ୍ବାର୍ଥ ହାସଲ ପାଇଁ ଦଳକୁ ବେଇମାନ କରିଥିବା ପଦ୍ମଲୋଚନ ପଣ୍ଡାଙ୍କୁ ଅତିଥିମାନେ ସମାଲୋଚନା କରିଥିଲେ । ଶ୍ରୀ ପଣ୍ଡା ନିଜର ସ୍ବାର୍ଥ ହାସଲ ପାଇଁ ରାଜନୀତି କରିଥିଲେ କିନ୍ତୁ ଖଇରା-ସିମୁଳିଆ ବାସୀଙ୍କ ପାଇଁ କିଛି କରିନଥିଲେ । ଯାହାବି କରିଥିଲେ ନିଜ ପରିବାର ପାଇଁ କରିଥିଲେ । କଂଗ୍ରେସ ଦଳକୁ ବେଇମାନ କରିଥିବା ଏଭଳି ଦଳବିରୋଧୀ ନେତା କୌଣସି ଦଳରୁ ଜିତିବା ସମ୍ଭାବନା ନାହିଁ । ତେଣୁ ତାଙ୍କୁ ଭୋଟ ନ ଦେଇ ହିମାଂଶୁ କୁମାର ବେହେରାଙ୍କୁ ଭୋଟ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ବେହେରା ଲୋକ ମାନଙ୍କ ପାଇଁ କିଛି କରିବାର ଆଶା ନେଇ ଆସିଛନ୍ତି କିନ୍ତୁ କିଛି ନେବା ପାଇଁ ନୁହେଁ । ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ତଥା ବିକାଶ ଏକାନ୍ତ କାମ୍ଯ ବୋଲି କହିଥିଲେ ନୂତନ ପ୍ରାର୍ଥୀ ଶ୍ରୀ ବେହେରା ସାମ୍ବାଦିକ ମାନଙ୍କ ଆଗରେ ପ୍ରକାଶ କରିଥିଲେ । ଏଥିରେ ବ୍ଲକ ଏବଂ ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସଭାପତି ଶ୍ରୀ ଗିରି ଏବଂ ଶ୍ରୀ ସେଠୀ ସମସ୍ତ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କେଗାଁ ଠାରେ ସାଇବର ଠକେଇ ସୁରକ୍ଷା ସଚେତନତା ରଥକୁ ସ୍ୱାଗତ 

masiha

ଗୁଲୁମି ଜଳପ୍ରପାତ ରେ ଦୁଇ ନାବାଳକ ପାଣିରେ ବୁଡି ମୃତ୍ୟୁ ଘଟିଥିବା ଘଟଣା କୁ ନେଇ ସନ୍ଦେହ ଘେରରେ ଉଭୟ ପରିବାରବର୍ଗ!

masiha

ଭାରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ 

Sunil Chandra Nayak

Leave a Comment

error: Content is protected !!