ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ କଲୋନୀ ବିଦ୍ୟାଳୟ ରେ ଓଡ଼ିଆ ଭାଷା ବିକାଶ ମଞ୍ଚର ଶାସ୍ତ୍ରୀୟ ଭାଷା ଦିବସ ପାଳନ

ରାଉରକେଲା/ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ବିଦ୍ୟୁତ କଲୋନୀ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେଙ୍କ ସଭାପତିତ୍ବରେ ପାଳିତ ହୋଇ ଯାଇଅଛି। ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ଏହି ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଭାଷା ହେଉଛି ଗୋଟିଏ ଜାତିର ଅସ୍ମିତା।ଭାଷାରୁ ଦେଶ ଭାଷାରୁ ଜାତି ଗଠିତ ହୁଏ। ମାତୃଭାଷା ମଣିଷର ସ୍ବାଭିମାନ କୁ ପ୍ରଜ୍ଜ୍ଵଳିତ କରିଥାଏ । ଯେଉଁ ଜାତିର ଭାଷା ଯେତେ ଦୁର୍ବଳ ସେ ଜାତି ସେତେ ଦୁର୍ବଳ ବୋଲି ମତ ରଖିଥିଲେ । ମୁଖ୍ୟ ଅତିଥି କବି ତଥା ନାଟ୍ୟକାର ପ୍ରଫୁଲ୍ଲ କୁମାର ସାମଲ ଓଡ଼ିଆ ଜାତୀୟତାକୁ ନେଇ ଏକ ସୁନ୍ଦର କବିତା ପାଠ କରିଥିଲେ। ପ୍ରତିଟି ଓଡିଆ ଛାତ୍ରଛାତ୍ରୀ ଓଡ଼ିଆ ଭାଷାର ସ୍ବାଭିମାନକୁ ବଜାୟ ରଖିଲେ ଦେଶର ସ୍ବାଭିମାନ ରକ୍ଷା କରାଯାଇ ପାରିବ ବୋଲି କହିଥିଲେ । ସଭାପତି ଶ୍ରୀ ଦୁବେ କହିଲେ ଓଡ଼ିଆ ଭାଷା ଏକ ପ୍ରାଚୀନତମ ଭାଷା , ଏହାକୁ ଆମେ ସମସ୍ତେ ବ୍ୟବହାର କଲେ ଆମମାନଙ୍କ ମନରେ ଥିବା ହୀନମନ୍ୟତା ଆପେ ଆପେ ଦୂର ହୋଇଯିବ। ଏହି ସଭାରେ ଶିକ୍ଷୟତ୍ରୀ ନିବେଦିତା ମହାନ୍ତି , ବିଣାପାଣି ରାୟ, ଓଡ଼ିଆ ଭାଷା ଓ ଐତିହ୍ୟ ଉପରେ ସୁନ୍ଦର ବକ୍ତବ୍ୟ ରଖିଥିବା ବେଳେ ଶିକ୍ଷୟିତ୍ରୀ କ୍ଷଣପ୍ରଭା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା କୁ ନେଇ ବିଭିନ୍ନ ପ୍ରଶ୍ନ ପଚରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ଅମର କୁମାର ସାମଲ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପିଏମଶ୍ରୀ ସୁବାଇ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ 

Sunil Chandra Nayak

ବିଶିଷ୍ଟ ଶ୍ରମିକ ନେତା ସାଥୀ ବିଷ୍ଣୁ ମହାନ୍ତିଙ୍କ ବିୟୋଗରେ ରାଉରକେଲା ଷ୍ଟିଲ ମଜଦୂର ୟୁନିୟନ୍ ପକ୍ଷରୁ ଶୋକ ସଭା 

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!