ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟରେ ବାତ୍ୟା ‘ରେମାଲ’ର ପ୍ରଭାବ । ଉପକୂଳରେ ୨୫,୨୬ ତାରିଖରେ ବର୍ଷା ସହ ଘଣ୍ଟାକୁ ୮୦ କିମି ପବନ ବହିବ । ୪ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ 

ରାଜ୍ୟରେ ବାତ୍ୟା ‘ରେମାଲ’ର ପ୍ରଭାବ । ଉପକୂଳରେ ୨୫,୨୬ ତାରିଖରେ ବର୍ଷା ସହ ଘଣ୍ଟାକୁ ୮୦ କିମି ପବନ ବହିବ । ୪ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ 

ସାମ୍ଭାବ୍ୟ ଭୀଷଣ ବାତ୍ୟାର ପ୍ରଭାବ ଓଡ଼ିଶାରେ ସିଧା ସଳଖ ନପଡିଲେ ବି ଏହାର ପରୋକ୍ଷ ପ୍ରଭାବ ରହିବ । ଏଥିପାଇଁ ରାଜ୍ୟର ୪ ଟି ଯାକ ବନ୍ଦରକୁ ୧ ନମ୍ବର ବିପଦ ସଂକେତ ଦିଆଯାଇଛି। ଓଡ଼ିଶା ଉପକୂଳରେ ୨୫ ତାରିଖରେ ୪୦ ରୁ ୫୦ କିମି ବେଗରେ ପବନ ବହିବ। ଝଟକା ପବନ ୬୦ କିମି ରହିବ। ୨୬ ସକାଳେ ବୃଦ୍ଧି ପାଇଁ ପବନର ବେଗ ଘଣ୍ଟା ପ୍ରତି ୮୦ କିମି ରହିବ। ୨୫ ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ରେ ପ୍ରବଳ ବର୍ଷା ହେବ।୨୬ ରେ ଭଦ୍ରକ ଓ ବାଲେଶ୍ୱର ରେ ଅତି ପ୍ରବଳ ବର୍ଷା ସହ ମୟୁରଭଞ୍ଜ ଓ କେନ୍ଦ୍ରାପଡା ରେ ପ୍ରବଳ ବର୍ଷା ସହ ଉତ୍ତର ଓଡ଼ିଶାର କିଛି ପକେଟ୍ ରେ ବର୍ଷା ରହିବ।

କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ଶକ୍ତିଶାଳୀ ହେଉଛି, ଯାହା ବର୍ତ୍ତମାନ ଉତ୍ତର ପୂର୍ବ ଦିଗରେ ଗତି କରୁଚି। ଆସନ୍ତାକାଲି ସକାଳେ ବାତ୍ୟାର ରୂପ ନେବା ପରେ ଉତ୍ତର ଦିଗରେ ଗତି କରିବା ଆରମ୍ଭ କରିବ। ୨୫ ସନ୍ଧ୍ୟାରେ ଭିଷଣ ବାତ୍ୟାରେ ପରିଣତ ହେବ। ସେହି ସମାନ ଭାବେ ଉତ୍ତର ଦିଗରେ ଗତି କରି ବାଂଲାଦେଶ ସଂଲଗ୍ନ ପଶ୍ଚିମବଙ୍ଗ ର ସାଗର ଦ୍ଵିପ ଓ ଖେପୂପରା ମଧ୍ୟରେ ୨୬ ମଧ୍ୟରାତ୍ରୀରେ ଭୀଷଣ ବାତ୍ୟା ହେଇ ଉପକୂଳ ଅତିକ୍ରମ କରିବ।

ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ମହା ସମାରୋହ ସହ ଉଦଯାପନ ହେଲା ନବରଙ୍ଗପୁର ର ପୁଷ୍ ପୁନେଇ ପରବ ୨୦୨୫ 

masiha

ରାସ୍ତା ଉପରେ ଓହଳି ରହିଛି ବିଦ୍ୟୁତ ତାର 

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!