ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ବରିଷ୍ଠ ମତଦାତାଙ୍କୁ ସମ୍ମାନିତ କଲେ ଉପଜିଲ୍ଲାପାଳ ରାୟଗଡ଼ା
ରାୟଗଡ଼ା ତା 3.10.2023 0// ରାୟଗଡ଼ା ଜିଲ୍ଲାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସକୁ ରାୟଗଡ଼ା ଜିଲ୍ଲାରେ ନିଆରା ଭାବରେ ପାଳନ କରାଯାଇଅଛି । ଏହି ଅବସରରେ ନୂତନ ଭାବେ ରାୟଗଡ଼ା ଉପଜିଲ୍ଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିଥିବା ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ ବରିଷ୍ଠ ମତଦାତାଙ୍କ ଘରକୁ ଯାଇ ସମ୍ମାନିତ କରିଛନ୍ତି । ରାୟଗଡ଼ା ପୌର ପରିଷଦର ବିଭିନ୍ନ ୱାର୍ଡରେ ଶହେ ବର୍ଷ ପୂର୍ତ୍ତି କରିଥିବା ମତଦାତାଙ୍କୁ ପୁଷ୍ପଗୁଚ୍ଛ ସହ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି । ଜିଲ୍ଲାପାଳ ରାୟଗଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ବୁଥ ସ୍ତରରେ ଏକ ଶହ ବର୍ଷ ପୂର୍ତ୍ତି କରିଥିବା ମତଦାତାଙ୍କୁ ସଂପୃକ୍ତ ବୁଥ ସ୍ତରୀୟ ଅଧିକାରୀ, ସୂପରଭାଇଜର ତଥା ଅତିରିକ୍ତ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ମାନେ ବରିଷ୍ଠ ମତଦାତାଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ଏଭଳି ସ୍ଵତନ୍ତ୍ର ପ୍ରୟାସକୁ ଜିଲ୍ଲାବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।