ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇବର ସୁରକ୍ଷା ସଚେତନତା ରଥ କୁ ବିପୁଳ ସମର୍ଦ୍ଧନା

ସାଇବର ସୁରକ୍ଷା ସଚେତନତା ରଥ କୁ ବିପୁଳ ସମର୍ଦ୍ଧନା

ତେନ୍ତୁଳିଖୁଣ୍ଟି ୦୩/୧୦/୨୩ -ତେନ୍ତୁଳିଖୁଣ୍ଟି ବ୍ଲକରେ ଆଜି ସାଇବର ସୁରକ୍ଷା ସଚେତନତା ରଥ ଆସିଥିଲା ପ୍ରଥମେ କୁର୍ମାକୋଟ ଦିବ୍ୟ ହୃଦୟ ବାଳିକା ବିଦ୍ୟାଳୟ ରେ ବ୍ଳକର ସମସ୍ତ ଅଙ୍ଗନବାଡି ବିଦ୍ୟାଳୟ ର ସମସ୍ତ ଶିକ୍ଷକ ,ଛାତ୍ରଛାତ୍ରୀ, ତେନ୍ତୁଳିଖୁଣ୍ଟି ଥାନା ର ସମସ୍ତ କର୍ମଚାରୀ ଉପସ୍ଥିତ,ବ୍ଳକର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ରେ ବେଣ୍ଡ ବାଜା ସହ ନାଚ ଗୀତ ମସଗୁଲ ହୋଇ ପୂଜାର୍ଚ୍ଚନା କରି ସ୍ୱାଗତ କରିଥିଲେ।ଏହି ବିଦ୍ୟାଳୟ ରେ ମିଟିଂ ଗୃହ ରେ ସାଇବର ଠକେଇ ର ସଚେତନତା ନେଇ ବୈଠକ ହୋଇଥିଲା ଏଥିରେ ନବରଙ୍ଗପୁର ଅତିରିକ୍ତ ସୁପରଟେଣ୍ଟ ବଟ କୃଷ୍ଣ ମିଶ୍ର, ଏସ ଡ଼ି ପି ଓ ଆଦିତ୍ୟ ସେନ,ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ କୁମାର ପାଣିଗ୍ରାହୀ, ଚେୟାରମ୍ୟାନ ନିଲେନ୍ଦ୍ରୀ ନାୟକ,ତେନ୍ତୁଳିଖୁଣ୍ଟି ସମିତିସଭ୍ୟ ମଧୁସ୍ମିତା ପାଣିଗ୍ରାହୀ, ଏସ ବି ଆଇ ଅଞ୍ଚଳଗୁମା ବ୍ୟାଙ୍କ ର ମ୍ୟାନେଜର, ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ଉପସ୍ଥିତ ରହି ମଞ୍ଚାସିନ ହୋଇଥିଲେ। ଦିବ୍ୟ ହୃଦୟ ବିଦ୍ୟାଳୟ ରୁ ନୋଡ଼ାଲ ବାପୁଜି ହାଇସ୍କୁଲରେ ସାଇବର ଠକେଇର ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ,ଶିକ୍ଷକ, ଶିକ୍ଷୟିତ୍ରୀ ,ଉପସ୍ଥିତ ରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉମର୍ସିଙ୍ଗ ନାୟକ ଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ସାଇବର ଠକେଇ ର ଠକେଇ ହୋଇଥିବା ଶିକ୍ଷକ ବ୍ୟକ୍ତି ଜଣେ କେମିତି ଠକେଇ ହୋଇଥିଲେ ସେ ବିଷୟରେ ଛାତ୍ରଛାତ୍ରୀ ଙ୍କୁ ବୁଝେଇ ଥିଲେ। ସାଇବର ଠକେଇ ରୁ ମୁକ୍ତି ପାଇବା ର ପ୍ରଥମ ମାର୍ଗ ସଚେତନ ରହିବା ଦ୍ଵିତୀୟ ରେ ଆମେ ବ୍ୟବହାର କରୁଥିବା ମୋବାଇଲ , ଏ ଟି ଏମ ଆଦି ରେ କଠିନ ପାସ ୱାର୍ଡ ବ୍ୟବହାର କରିବା ଅଫର ଯୁକ୍ତ ମେଲ ବା ମେସେଞ୍ଜର ର ଉତ୍ତର ନ ଦେବା ସମୟ ବ୍ୟବଧାନ ରେ ପାସୱାର୍ଡ ପରିବର୍ତ୍ତନ କରିବା ଲୋନ ପାଇଁ କୌଣସି ଲୋନ ଆ ପ ର ବ୍ୟବହାର ନ କରିବା ଅଜଣା ନମ୍ବର ରୁ ଆସୁଥିବା କଲ ବା ଏସ ଏମ ଏସ ମଧ୍ୟମରେଆସୁଥିବା ଲିଂକବ ଗ୍ରହଣ ନ କରିବା ଆଦି ବିଷୟରେ ସଚେତନ କରାଯାଇଥିଲା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପିଠାକୁଟୁଣୀ ଗ୍ରାମରେ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ଆନୁକୁଲ୍ୟରେ ସଚେତନତା ଶିବିର

masiha

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧାରଣ ସମ୍ପାଦକ ଙ୍କୁ ବ୍ୟାଙ୍କ କର୍ମଚାରୀ ଙ୍କ ଦୁର୍ବ୍ୟବହାର କୁ ନେଇ ଥାନା ଦ୍ୱାରସ୍ଥ ଜିଲ୍ଲା ସାମ୍ବାଦିକ ସଙ୍ଘ

masiha

Leave a Comment

error: Content is protected !!