ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକ କଳା ଗ୍ରାମ ର ବାର୍ଷିକ ଉତ୍ସବ

ଲୋକ କଳା ଗ୍ରାମ ର ବାର୍ଷିକ ଉତ୍ସବ

ଓଡିଶା ସରକାର ରାଜ୍ୟର ୩୦ ଜିଲ୍ଲାରେ ୩୦ ଗୋଟି ଗ୍ରାମକୁ କଳାଗ୍ରାମ ଭାବରେ ମାନ୍ୟତା ଦେଇଛନ୍ତି । କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ଛୋରିଆଗଡ ଗ୍ରାମ କୁ ୨୦୧୯ ପବିତ୍ର ଗାନ୍ଧୀ ଜୟନ୍ତୀ ଦିନରୁ କଳାଗ୍ରାମ ଭାବରେ ଘୋଷଣା କରାଯାଇଅଛି । ଏହାର ପଞ୍ଚମ ବାର୍ଷିକୀ ଉତ୍ସବ ଗାନ୍ଧି ଜୟନ୍ତୀ ଦିନ ପାଳନ କରାଯାଇଅଛି । ଏହି ଉପଲକ୍ଷେ ଶ୍ରୀମତୀ କଲ୍ଯାଣୀ ନାଏକ, ଅଧ୍ୟକ୍ଷ୍ୟା ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଙ୍କ ସଭାପତିତ୍ଵ ରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ଜୁନାଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସବିତା ମେହେର, ଓ ସମ୍ମାନୀତ ଅତିଥି ଭାବେ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ନାଏକ ଓ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଧବଳେଶ୍ବର ମାଝି ଏବଂ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସଂସ୍କୃତି ପରିଷଦର ସଂଯୋଜକ ଶ୍ରୀଯୁକ୍ତ ଅଶୋକ ପଟ୍ଟନାୟକ ଯୋଗଦାନ କରିଥିଲେ । ସମସ୍ତ ଅତିଥି ମାନଙ୍କୁ ଆୟୋଜନ କମିଟିର ଅଧ୍ୟକ୍ଷା ତଥା ସରପଞ୍ଚ, ଶ୍ରୀମତୀ ବବିତା ଗୁରୁ ସ୍ଵାଗତ କରିଥିଲେ । ସଭାରେ ବକ୍ତା ମାନେ ଛୋରିଆଗଡ ଗ୍ରାମ ର ଐତିହ ଓ ସଂସ୍କୃତିର ମହାନତା ଉପରେ ଆଲୋକପାତ କରିଥିଲେ । ଏହି ଗ୍ରାମ ଆଗାମୀ ଦିନରେ କିପରି ଏକ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇବ ତାହାରି ଉପରେ କାମ କରିବାକୁ ସମସ୍ତେ ଆହ୍ଵାନ ଦେଇଥିଲେ । ଏହି ଅବସରରେ ଛୋରିଆଗଡର ବର୍ଷୀଆନ କଳାକାର ଶ୍ରୀ ମଧୁ ଦୁରିଆ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେପରେ କଳା ଗ୍ରାମ ର କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଘୁମୁରା, ମାଦିଲି ଓ ବନାବାଡି ପରିବେଷଣ କରାଯାଇଥିଲା । ଶ୍ରୀ ସୁଧାଂଶୁ ଗୁରୁଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ବେଳେ ଶ୍ରୀ ଭୀଷ୍ମରଥୀ ନାଏକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଵେଚ୍ଛାସେବୀ ଜିତେନ୍ଦ୍ର ମେହେର ଓ ବାବାଜୀ ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ କାର୍ଯ୍ୟକ୍ରମ ନେଇ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଭବ୍ୟ ଆୟୋଜନ 

masiha

ମିଲେଟ ମିଶନ ତରଫରୁ ଅଞ୍ଚଳାରେ ମିଲେଟ ମଦର କାର୍ଯ୍ୟକ୍ରମ 

masiha

ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର କାର୍ଯ୍ୟକାରିଣୀ ବୈଠକ, ସମାନ ନାଗରିକ ସଂହିତା କୁ ବିରୋଧ

Leave a Comment

error: Content is protected !!