ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ ବିଭାଗ ତରଫରୁ ତାଲିମ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ରୁପ୍ରା, ୧୪/୩ (ମନିସ ) : ଆଜି ପୂର୍ବାହ୍ନରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ କେସିଙ୍ଗା ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଦିନବନ୍ଧୁ ମେହେରଙ୍କ ତତ୍ତ୍ଵାବଧାନରେ ରୁପ୍ରାରୋଡ ସେକ୍ସନ ଅଫିସ ପ୍ରାଙ୍ଗଣରେ ରେ ଦିନିକିଆ ତାଲିମ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ କେସିଙ୍ଗା, ରୁପ୍ରାରୋଡ୍ ଓ କଶୃପଡା ସେକ୍ସନର ୮ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀରୁ ୧୬ଜଣ ଏସ. ଏଚ.ଜି ଲିଡର ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ତାଲିମ ଦାତା ଭାବରେ କେସିଙ୍ଗା ସ୍ପେଶାଲ ଫରେଷ୍ଟର୍ ଶ୍ରୀଯୁକ୍ତ ଶ୍ରୀମୁଖ ମେହେର ଯୋଗଦାନ କରି ତାଲିମ୍ ପ୍ରଦାନ କରିଥିଲେ। ରୁପ୍ରାରୋଡ ସେକ୍ସନ ସମସ୍ତ ବନକର୍ମଚାରି ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବରେ ଶ୍ରୀ ରୋହିତ ବିଶ୍ଵାଳ ମିଶନ ଶକ୍ତି, ବ୍ଲକ ଯୋଜନା ସଂଯୋଜକ ନର୍ଲା ସମ୍ମାନିତ ଅତିଥି ଭାବରେ ଓ ଦହଲ ତଥା ଯୋଡାବନ୍ଧ ବନ ସୁରକ୍ଷା ସମିତି ସଭାପତି ଦ୍ୱୟ ଯୋଗ ଦେଇଥିଲେ। ଉକ୍ତ ତାଲିମ କାର୍ଯ୍ୟକ୍ରମକୁ ଆମ ଜଙ୍ଗଲ ଯୋଜନା ଦଳପତି ଶ୍ରୀ ହେମନ୍ତ କୁମାର ସାହୁ ସଂଯୋଜନା କରିଥିଲେ । ତାଲିମ ଦାତା ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜ୍ୱଳନ୍ତ ଉଦାହରଣ ମାଧ୍ୟମରେ ବିଭିନ୍ନ କୌଶଳ ଶିକ୍ଷା ଦେବା ସହିତ ଆଇନ ଗତ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଶେଷରେ ବିକାଶ ଅଧିକାରୀ ଆମ ଜଙ୍ଗଲ ଯୋଜନା ଶ୍ରୀ ଇନ୍ଦ୍ରମଣି ମାଝୀ ଓ ଶ୍ରୀ ଧିରୋଜ କୁମାର ଦାଶ ଅଂଶ ଗ୍ରହଣ କାରୀଙ୍କୁ ଶପଥ ପାଠ କରାଇଥିଲେ । ଦଳପତି ଙ୍କ ଧନ୍ୟବାଦ ପରେ ତାଲିମ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଭବାନୀପାଟଣାରେ KPPA ପକ୍ଷରୁ ‘ଫଟୋ ଏକ୍ସପୋ ୨୦୨୬’ ର ନିମନ୍ତ୍ରଣ ପତ୍ର ଗ୍ରହଣ ଓ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଓଡ଼ିଆ ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ

Sunil Chandra Nayak

ଦେଶର ସାମ୍ବିଧାନିକ ଅଧିକାରକୁ ହାସଲ କରିବା ପାଇଁ ରାଜ୍ୟର ସମସ୍ତ ଅଞ୍ଚଳରେ ଜନମତ ସୃଷ୍ଟି କରାଯିବ ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା

masiha

Leave a Comment

error: Content is protected !!