ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମରେ ଚାରା ବିତରଣ ଯାନ ର ଶୁଭାରମ୍ଭ 

“ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମରେ ଚାରା ବିତରଣ ଯାନ ର ଶୁଭାରମ୍ଭ 

ଡାବୁଗାଁ, ୮/୯ (ମ.ନି.ସ.)- ନଵରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ “ମା ପାଇଁ ଗଛଟିଏ କାର୍ଯ୍ୟାଳୟରେ ଚାରା ବିତରଣ ଯାନ ର ସୋମବାର ଶୁଭାରମ୍ଭ ହୋଇଯାଇଛି | ଏଥିରେ ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମ ଚନ୍ଦ୍ର ଭତ୍ରl ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ବୀଣା ମାଝୀ, ସମ୍ମାନୀତ ଅତିଥି ଡାବୁଗାଁ ସରପଞ୍ଚ ବିନୋଦ ସୌରା, ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ମଇଦଲପୁର ବନପାଳ ମଧୁ ସୁଦନ ପାତ୍ର, ଜଟାବାଲ ବନପାଳ ବିଷ୍ଣୁ ବିଶୋୟୀ ପ୍ରମୂଖ ମଞ୍ଚ ଉପରେ ଉପବେଶନ କରିଥିବା ବେଳେ ‘ବୃକ୍ଷ ହିଁ ଜୀବନ’ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ପ୍ରଚୁର ଅମ୍ଳଜାନ ପାଇବା ପାଇଁ ବହୁ ପରିମାଣରେ ଗଛ ଲଗାଇ ମନୁଷ୍ୟ ଜୀବନ ସୁରୁଖୁରୁରେ ଶାନ୍ତି ରେ କଟାଇବାର ବାର୍ତ୍ତା ଦେଇଥିଲେ l ଦିନକୁ ଦିନ ଜଙ୍ଗଲ ଏଇ ମଣିଷ କ୍ଷୟ କରି ଚାଲି ଥିବାରୁ ଅମ୍ଳଜାନ ର ଘୋର ଅଭାବ ଆଗକୁ ପରିଲକ୍ଷିତ ହେବା ସୁନିଶ୍ଚିତ l ଆସନ୍ତା ୧୭ ତାରିଖ ଭାରତର ପ୍ରଧାନ ମନ୍ତ୍ରୀ ଙ୍କ ଜନ୍ମ ଦିନ ଉପଲକ୍ଷେ ରାଜ୍ୟରେ ୭୫ ଲକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ରହିଥିବା ବେଳେ ଆମ ଡାବୁଗାଁ ବନାଞ୍ଚଳ ଅଧୀନରେ ୧୮ ପ୍ରକାର ଚାରା ଡାବୁଗାଁ ବ୍ଳକ, ପାପଡାହାଣ୍ଡି ବ୍ଳକ ଓ ଝରିଗାଁ ବ୍ଳକ ର ୨୬ ଗୋଟି ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରେ ୧୩୦୦୦ ଚାରା ରୋପଣ କାର୍ଯ୍ୟକ୍ରମ ପାଇଁ ଆଜି “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମରେ ଚାରା ବିତରଣ ଯାନ ର ଶୁଭାରମ୍ଭ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବଂଶୀଧର ମହାନ୍ତିଙ୍କର ୩୩ତମ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ବ୍ୟାସକବିଙ୍କ ୧୮୦ତମ ଜୟନ୍ତୀ ଓ ବାର୍ଷିକୋତ୍ସବ ୨୦୨୩ ପାଳିତ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ୬ ଦଫା ଦାବି ନେଇ ଜିଲ୍ଲାପାଳ ଙ୍କ କାଯ୍ୟଳୟ ସମ୍ମୁଖରେ ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!