ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତପୁର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଠାରେ ୭୪ ତମ ବନ ମହୋତ୍ସବ

ନର୍ଲା (ମସିହା)କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଆନୁକୂଲ୍ୟରେ ଭବାନୀପାଟଣା ବନାଞ୍ଚଳ ଅଧୀନସ୍ଥ ସାନ୍ତପୁର ସେକ୍ସନ ର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଶାନ୍ତପୁର ଠାରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଉକ୍ତ ବନ ମହୋତ୍ସବ ଅବସରରେ ବିଦ୍ୟାଳୟରେ ଏକ ସଚେତନତା ସଭାର ଆୟୋଜନ ସହିତ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ସଭ୍ୟ ଲୋକନାଥ ସା ସମ୍ମାନିତ ଅତିଥି ଭାବେ ବନପାଳ ଭବାନୀ ଶଙ୍କର ପରିଚ୍ଛା, ବନରକ୍ଷୀ ଇନ୍ଦୁଭୂଷଣ ଧ.ମାଝୀ, ବନରକ୍ଷୀ ତୁଳସୀ ସ୍ୱାଇଁ, ଉକ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ସାରଂଗଧର ଠାକୁର ପ୍ରମୁଖ ଜଙ୍ଗଲ ସୁରକ୍ଷା ଦିଗରେ ଛାତ୍ରଛାତ୍ରୀ ତଥା ଜନସାଧାରଣ ଙ୍କୁ ବାର୍ତ୍ତା ଦେଇଥିଲେ। ଏବଂ କାର୍ଯ୍ୟକ୍ରମ ରେ ଆମ ଜଙ୍ଗଲ ଯୋଜନା ର କର୍ମକର୍ତ୍ତା ଉମେଶ ଚନ୍ଦ୍ର ଗଉଡ଼ ,ସୁବାସ ଚନ୍ଦ୍ର ନାଏକ, ରୋମାଞ୍ଚଳ ବାଗ, ଏବଂ ‘ପ୍ରକୃତି ବନ୍ଧୁ’ମିଲନ କୁମାର ଭୋଇ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ।

ଦିପକ ଠାକୁର ଙ୍କ ରିପୋର୍ଟ୍

Related posts

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ  ଧର୍ମଗଡ ରେ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଓ ମାଗଣାରେ ଔଷଧ ବିତରଣ

masiha

ଗୁଣୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ଅପମିଶ୍ରିତ ଓ ବିଷାକ୍ତ ମାଦକ ତଥା ନିଶା ଦ୍ରବ୍ୟ ସେବନ ଓ ଚୋରା ମଦ କାରବାର ବିରୋଧରେ ସଚେତନତା ରଥର ଶୁଭାରମ୍ଭ

masiha

Leave a Comment

error: Content is protected !!