ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ରେଡ଼କ୍ରସ ଦିବସରେ ସ୍ଵେଚ୍ଛାକୃତ ରକ୍ତଦାତା ସମ୍ମାନିତ

 ନର୍ଲା(ମନିସ) ରକ୍ତ ଦାନ ମହତ ଦାନ। ଏହା ଏକତାର ପ୍ରତୀକ।ଏହି ମହତ ପ୍ରୟାସରେ ରେଡ଼କ୍ରସ ଦିବସରେ ଯୋଗଦେଇ ମୂଲ୍ୟବାନ ଜୀବନ ରକ୍ଷା କରିବାରେ କିଛି ବ୍ୟକ୍ତିଙ୍କ ମହତ ଉଦ୍ଦେଶ୍ୟ ଥାଏ। ଗତ ୦୮.୦୫.୨୦୨୩ ସୋମବାର ଦିନ ବିଶ୍ଵ ରେଡକ୍ରସ ଦିବସରେ ଭାରତୀୟ ରେଡକ୍ରସ ସୋସାଇଟି ପକ୍ଷରୁ ଜିଲ୍ଲା ସ୍ତରୀୟ ରେଡକ୍ରସ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ଯୋଗଦେଇଥିଲେ। ଏହି ଦିନ ୨୦୨୨_୨୩ ବର୍ଷ ପାଇଁ ସର୍ବଶ୍ରେଷ୍ଠ ରକ୍ତଦାତା ଭାବରେ ନର୍ଲା ବ୍ଲକ୍ ଅନ୍ତର୍ଗତ ପଲସାପଡ଼ା ଗ୍ରାମର ଚନ୍ଦ୍ରଧ୍ଵଜ ସାହୁ ଓ କନକ ସାହୁଙ୍କ ପୁତ୍ର ତଥା କଳାହାଣ୍ଡି ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ପୂର୍ବତନ ଜାତୀୟ ଯୁବ ସ୍ଵେଚ୍ଛାସେବୀ ହେମସାଗର ସାହୁଙ୍କୁ ପ୍ରଶଂସାପତ୍ର , ଟ୍ରଫି ସହ ସମ୍ମାନିତ କରାଯାଇଛି। ଶ୍ରୀ ସାହୁ ୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ ୨୦ ଥର O+ ରକ୍ତ ସ୍ଵେଚ୍ଛାକୃତ ଭାବେ ପ୍ରଦାନ କରିବାରେ ସକ୍ଷମ ହୋଇଛନ୍ତି। ସେ କଳାହାଣ୍ଡି ଜିଲ୍ଲା ଓ ଓଡ଼ିଶାର ବିଭନ୍ନ ମେଡିକାଲରେ ନିରୀହ ରୋଗୀଙ୍କ ପାଇଁ ରକ୍ତ ଯୋଗାଡ କରୁଥିବା ଜଣାଯାଏ। 

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

କଳାହାଣ୍ଡି ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ “ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳନ”

masiha

ଯୁବ ସମାଜସେବୀ ଜଲେନ ବାର୍ଦା ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ଭାବେ ମନୋନୀତ

Sunil Chandra Nayak

ଗୋବର୍ଦ୍ଧନପୁର ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବ ଭୋଟିଂ  ୨ ୱାର୍ଡ ସଭ୍ୟଙ୍କ ସମେତ ଅନୁପସ୍ଥିତ ରହିଲେ ସରପଞ୍ଚ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅପେକ୍ଷା  

masiha

Leave a Comment

error: Content is protected !!