ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି : ଘର ଘରକୁ ପାଣି ସ୍ୱପ୍ନ ରେ ଚୁର ମାର ରାସ୍ତାଘାଟ  

ତେନ୍ତୁଳିଖୁଣ୍ଟି -୦୯/୦୫/୨୩ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଓ ନନ୍ଦାହାଣ୍ଡି ବ୍ଲକ ରେ ଘର ଘର କୁ ପାଣି ଯୋଗାଇ ଦେବା ଓ କୋଷାଗୁମୁଡ଼ା ବ୍ଲକ ତଥା ପାପଡାହାଣ୍ଡି ବ୍ଲକ ରେ ଘର ଘର କୁ ଜଳ ଯୋଗାଇ ଦେବାକୁ ଦୁଇଟି ମେଗା ଜଳ ଯୋଗାଣ ପ୍ରକଳ୍ପ ଚାଲିଛି। ଉଭୟ ପ୍ରକଳ୍ପ ର ଜଳ ର ମୁଖ୍ୟ ଉତ୍ସ ଇନ୍ଦ୍ରାବତୀ ଜଳ ଭଣ୍ଡାର । ଏଥିପାଇଁ ଜଳ ଭଣ୍ଡାର ରୁ ଉଭୟ ପ୍ରକଳ୍ପ ପାଇଁ ପାଇପ ବିଛା ଯାଉଛି । ଜଳଭଣ୍ଡାର ରୁ ଦେଓପାଲି ,ବାରଙ୍ଗ ପଦର ,ଖାତିଗୁଡା ,ଲମତା ଗୁଡା ,କଂହେଇମୁଣ୍ଡା ତେନ୍ତୁଳିଖୁଣ୍ଟି ଦେଇ ବିଭିନ୍ନ ସାଇଜ ର ପାଇପ ବିଛାଉଛି ଦୁଇଟି କମ୍ପାନୀ ଜେଏମ ସି ଓ ଜେ ଭି ପି ଆର କମ୍ପାନୀ। ଉଭୟ କମ୍ପାନୀ ର ପାଇପ ବିଛା କାର୍ଯ୍ୟ ପାଇଁ ରାସ୍ତା ଘାଟ ଖୋଳି ଯାତାୟତ ବ୍ୟବସ୍ଥା କୁ ବିପର୍ଯ୍ୟସ୍ତ କରି ଦେଇଛି। କେଉଁଠି ରାସ୍ତା ରେ ଗର୍ତ୍ତ ସୃଷ୍ଟି ହେଲାଣି ତ କେଉଁଠି ଗର୍ତ୍ତ କଲଭର୍ଟ ରେ। ଏଭଳି ସ୍ଥିତି ହେଲାଣି ଯେ ବହୁବାର ରାସ୍ତା ରେ ପି ଡି ଏସ ମାଲ ବୋଝେଇ ଟ୍ରକ ଦବୀ ଲାଣି ତ କେଉଁଠି ଟ୍ରାକ୍ଟର ଦବୀ ଲାଣି। ରାସ୍ତା ଖୋଦେଇ କରି ପାଇପ ବିଛାଇବା ବେଳେ ବହୁ ସଙ୍ଗଠନ ଠିକ ରୂପେ ମାଟି ପୋତି ରାସ୍ତା କଂକ୍ରିଟ ବା ପିଚୁ କରିବାକୁ ଜିଲ୍ଲାପାଳ ଙ୍କୁ ଦାବୀ ଜଣାଇ ଥିଲେ। ସମ୍ପୃକ୍ତ କମ୍ପାନୀ ର କର୍ତ୍ତୃପକ୍ଷ ରାସ୍ତା ମରାମତି ର ପ୍ରତିଶୃତି ଦେଇଥିଲେ। କାଁ ଭାଁ କିଛି ରାସ୍ତା ର ମରାମତି କରି ନିଜ କର୍ତ୍ତବ୍ୟ ସାରିଦେଇଛି କମ୍ପାନୀ ଦ୍ବୟ। ଆଜି ସକାଳେ ବାଲି ବୋଝେଇ ଟ୍ରାକ୍ଟର ଦବୀ ରାସ୍ତା ଜାମ ହୋଇ ଯାଇଥିଲା। ଇନ୍ଦ୍ରାବତୀ ର ବଜାର କମିଟି ଠୁ ଆରମ୍ଭ କରି ସବୁ ଗ୍ରାମବାସୀ ଯେଉଁଠି ରାସ୍ତା ପାଇପ ବିଛାଇବା ନାମରେ ନଷ୍ଟ ହୋଇଛି ମରାମତି କରି ଯାତାୟତ ଉପଯୋଗୀ କରିବାକୁ ଦାବି କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇ ଅଧିକାରୀ ଙ୍କ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା 

masiha

ଲାଞ୍ଜିଗଡ଼ରେ ଜେଏମ୍ଏଫ୍ ସି କୋର୍ଟ ସ୍ଥାପନ ଦାବି : ରାଜ୍ୟ ଆଇନମନ୍ତ୍ରୀଙ୍କୁ ଭେଟିଲେ ଅଞ୍ଚଳବାସୀ

masiha

OMC ଦ୍ଵାରା ଖୋଲା ଯାଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କୁ ଉପେକ୍ଷା ବିରୁଦ୍ଧ ରେ ଅଞ୍ଚଳ ବାସି ଙ୍କ  ବିକ୍ଷୋଭ ପଦର୍ଶନ

Sunil Chandra Nayak

Leave a Comment

error: Content is protected !!