ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନରେ ସଭାପତି ଭାବେ ଅକ୍ଷୟ ମହାନ୍ତି ଏବଂ ସଂପାଦକ ଭାବେ ମନୋଜ ଦାସ ନିର୍ବାଚିତ

ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନରେ ସଭାପତି ଭାବେ ଅକ୍ଷୟ ମହାନ୍ତି ଏବଂ ସଂପାଦକ ଭାବେ ମନୋଜ ଦାସ ନିର୍ବାଚିତ

 ମୟୂରଭଞ୍ଜ – ୩୦/୩ ( ମସିହା)ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୫୪ ଜଣ ପଂଜିକୃତ ଓକିଲଙ୍କ ମଧ୍ୟରୁ ୨୩୬ ଜଣ ଓକିଲ ନିଜ ମନ ପସନ୍ଦର ପ୍ରାର୍ଥିଙ୍କୁ ଭୋଟ ଦେଇଥିଲେ । ନିର୍ବାଚନରେ ଅକ୍ଷୟ ମହାନ୍ତି ଲଗାତର ୬ ଷ୍ଠ ଥର ପାଇଁ ସଭାପତି ପଦ ହାତେଇ ରେକର୍ଡ ସୃଷ୍ଟି କରିଛନ୍ତି । ସେହିଭଳି ସଂପାଦକ ଭାବେ ମନୋଜ ଦାସ, ଯ ପସଭାପତି ମାନଗୋବିନ୍ଦ ମହାନ୍ତ,ଯୁଗ୍ମ ସଂପାଦକ – ହରେକୃଷ୍ଣ ମହାକୁଡ, ସହ ସଂପାଦକ – ଵୈଜୟନ୍ତୀ ଦଳେଇ, କୋଷାଧ୍ୟକ୍ଷ – ଶିଶୁପଦ ମହାନ୍ତ ବିଜୟୀ ହୋଇଛନ୍ତି । ସମସ୍ତେ ଗରୀବ ଅସହାୟ ଲୋକଙ୍କୁ ସୁବିଧାରେ ନ୍ୟାୟ ଦେବା ପାଇଁ ସହଯୋଗ କରିବା ସହ ଵାମନଘାଟୀ ଉପଖଣ୍ଡର ମୌଳିକ ସମସ୍ୟା ସମାଧାନ ଓ ବିକାଶ ପାଇଁ ଅଗ୍ରାଧିକାର ଦେବେ ବୋଲି ଗଣମାଧ୍ୟମକୁ କହିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ରଘୁନାଥ ଦାସ,ଅର୍ଚ୍ଚନା ଦତ୍ତ,ନିୟତୀ ମହାନ୍ତି, ସସ୍ମିତା ଦତ୍ତ,ଲକ୍ଷ୍ମୀ ମହାନ୍ତି,ସେକ ରହେମାନ,ସନତ ନନ୍ଦ, ଦୁଷ୍ମନ୍ତ ବସା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କୁହୁରା ଭାଟି ଛକ ଠାରୁ ଭୂର୍ଷାଗୁଡା ରାସ୍ତା ଅତ୍ୟନ୍ତ ଶୋଚନୀୟ

Sunil Chandra Nayak

ସିଂହପୁର ଠାରେ ବିଂଝାରପୁର ସୁରଭି ପକ୍ଷରୁ ବିଶ୍ୱ ଯୋଗ ଦିବସ 

masiha

ବାଇକ୍ ଦୁର୍ଘଟଣାରେ ତିରି° ଥାନା ହୋମଗାର୍ଡଙ୍କ ମୃତ୍ୟୁ     

masiha

Leave a Comment

error: Content is protected !!