ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଭାଷା ଉତ୍ସବ ପାଳନ

ଭାରତୀୟ ଭାଷା ଉତ୍ସବ ପାଳନ

ପାପଡାହାଣ୍ଡି,11/12, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ,ପଣ୍ଡିକୋଟ ପ୍ରାଙ୍ଗଣରେ ଭାରତୀୟ ଭାଷା ଉତ୍ସବ ପାଳନ ହୋଇଥିଲା। ବୈଠକରେ ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସ୍ବାଗତ ଗୀତ ପରିବେଷଣ କରିଥିଲେ ଉକ୍ତ ବୈଠକରେ ସୁବ୍ରମନ୍ୟମ ଭାରତୀଙ୍କ ଜୀବନୀ ଉପରେ ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଏବଂ ବକୃତା ପ୍ରତିଯୋଗିତା ହୋଇଥିଲା | ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ହୃଦୟସ୍ପର୍ଶୀ ଏବଂ ପ୍ରେରଣା ମୂଳକ ଭାଷଣ ଦେଇଥିଲେ ମୁଖ୍ୟ ବକ୍ତା ମୋ ସ୍କୁଲ ସଭାପତି ସଦାଶିବ ହରିଜନ, ଏସସେମସି ସଭାପତି ସନ୍ୟାସୀ ଜାନି ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବଶଙ୍କର ସାମଲ ଭାଷାର ମହତ ବୁଝାଇଥିଲେ | ପରିଶେଷରେ “ମୋ ଦସ୍ତଖତ ମୋ ଭାଷା ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସମସ୍ତେ ନିଜ ମାତୃଭାଷା ରେ ଦସ୍ତଖତ କରିଥିଲେ । ଜମେଶ୍ଵର ନାଗ ମଞ୍ଚ ପରିଚାଳନା କରିଥିଲେ ଏବଂ ହୃଷିକେଶ ବିଷୋୟୀ, ସଞିବ ବଡଗୁଛିଆ , ନାରାୟଣ ଭୋଇ , ଉତ୍କଳ କେଶରୀ ଜେନା, କୁନିଲତା ନାୟକ, ବବିତା ଜାନୀ, ଗୋବିନ୍ଦ ଭତ୍ରା ପରିଶେଷରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଧନ୍ୟବାଦ ଦେଇଥିଲେ।

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସୁନ୍ଦରଗଡ଼ ଠାରେ ନିରନ୍ତର ବିକାଶ ଲକ୍ଷ୍ୟ ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ

masiha

Preparatory Meeting Held for the Celebration of the 3rd Death Anniversary of Smt.Sanjukta Devi.

Sunil Chandra Nayak

ଠାକୁରାଣୀ ବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଭାବ ନେଇ ତାଲା ପକାଇଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!