ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଭାଷା ଉତ୍ସବ ପାଳନ

ଭାରତୀୟ ଭାଷା ଉତ୍ସବ ପାଳନ

ପାପଡାହାଣ୍ଡି,11/12, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ,ପଣ୍ଡିକୋଟ ପ୍ରାଙ୍ଗଣରେ ଭାରତୀୟ ଭାଷା ଉତ୍ସବ ପାଳନ ହୋଇଥିଲା। ବୈଠକରେ ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସ୍ବାଗତ ଗୀତ ପରିବେଷଣ କରିଥିଲେ ଉକ୍ତ ବୈଠକରେ ସୁବ୍ରମନ୍ୟମ ଭାରତୀଙ୍କ ଜୀବନୀ ଉପରେ ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଏବଂ ବକୃତା ପ୍ରତିଯୋଗିତା ହୋଇଥିଲା | ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ହୃଦୟସ୍ପର୍ଶୀ ଏବଂ ପ୍ରେରଣା ମୂଳକ ଭାଷଣ ଦେଇଥିଲେ ମୁଖ୍ୟ ବକ୍ତା ମୋ ସ୍କୁଲ ସଭାପତି ସଦାଶିବ ହରିଜନ, ଏସସେମସି ସଭାପତି ସନ୍ୟାସୀ ଜାନି ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବଶଙ୍କର ସାମଲ ଭାଷାର ମହତ ବୁଝାଇଥିଲେ | ପରିଶେଷରେ “ମୋ ଦସ୍ତଖତ ମୋ ଭାଷା ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସମସ୍ତେ ନିଜ ମାତୃଭାଷା ରେ ଦସ୍ତଖତ କରିଥିଲେ । ଜମେଶ୍ଵର ନାଗ ମଞ୍ଚ ପରିଚାଳନା କରିଥିଲେ ଏବଂ ହୃଷିକେଶ ବିଷୋୟୀ, ସଞିବ ବଡଗୁଛିଆ , ନାରାୟଣ ଭୋଇ , ଉତ୍କଳ କେଶରୀ ଜେନା, କୁନିଲତା ନାୟକ, ବବିତା ଜାନୀ, ଗୋବିନ୍ଦ ଭତ୍ରା ପରିଶେଷରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଧନ୍ୟବାଦ ଦେଇଥିଲେ।

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଥୁଆମୂଳ ରାମପୁର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ଡ୍ରାଇଭର ମହାସଂଘ ର ଷ୍ଟେରିଂ ଛାଡ଼ ଆନ୍ଦୋଳନ : ପ୍ରଥମ ଦିବସ ପ୍ରଭାବ ଆନ୍ଦୋଳନକାରୀ ଙ୍କ ସପକ୍ଷରେ 

Sunil Chandra Nayak

ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର ଓ ଥଇଥାନ

masiha

Leave a Comment

error: Content is protected !!