ଧାନ ମଣ୍ଡି ଉଦଘାଟିତ
ପାପଡାହାଣ୍ଡି 11/12, ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଧାନ ମଣ୍ଡି ପାପଡାହାଣ୍ଡି ଲେମ୍ପସ ଆନୁକୂଲ୍ୟରେ ସୋମବାର ଶୁଭାରମ୍ଭ ହୋଇଛି | ଏଥିରେ ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା , ଲେମ୍ପସ ସଭାପତି ସଦାଶିବ ନାୟକ, ଲେମ୍ପସ ଏମଡି. ଇସ୍ମାଇଲ ସୋନଫୁଲ , ଲେମ୍ପ କର୍ମଚାରୀ , ଆର ଏମ ସି କର୍ମଚାରୀ , ପାପଡାହାଣ୍ଡି ଅଞ୍ଚଳ ର ବରିଷ୍ଟ ଚାଷୀ ମନଜ ମହାନ୍ତି , ଦୁର୍ଗାପ୍ରସାଦ ନାୟକ , ଆନଂଦ ରାଓ , ଫାରୁଖ ବାବୁ , ପ୍ରବୀଣ ସତନାମୀ ପ୍ରମୁଖ ଉପସ୍ଥିତ ଥିଲେ | ଶୁଭାରମ୍ଭ ରେ ପୁରହିତ ନୀଳକଣ୍ଠ ତ୍ରିପାଠୀ ଙ୍କ ପୁରହିତ୍ୟରେ ମଣ୍ଡି ଆରମ୍ଭ ହୋଇଥିଲା | ମଣ୍ଡି ଆରମ୍ଭରୁ କିଛି ଚାଷୀ ଧାନ ଧରି ମଣ୍ଡିରେ ପହଞ୍ଚି ଥିଲେ କିନ୍ତୁ ସେମାନଙ୍କ ଧାନ କିଣା ଯାଇନଥିଲା | ଏନେଇ ଏମ ଡି. ଙ୍କୁ ପଚାରି ବୁଝିବାରୁ ମିଳେର ଟାଗ ହୋଇନଥିବା ଯୋଗୁଁ ଧାନ କିଣା ଯାଇନାହିଁ ବୋଲି ତାଙ୍କ ପ୍ରତିକ୍ରିୟା ରଖିଥିଲେ | ଉକ୍ତ ଧାନକୁ ଲେମ୍ପ ସୁରକ୍ଷିତ ଭାବେ ତାଙ୍କ ଜିମାରେ ରଖିଥିବା ଏମ ଡି କହିଛନ୍ତି |