ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନ ମଣ୍ଡି ଉଦଘାଟିତ

ଧାନ ମଣ୍ଡି ଉଦଘାଟିତ

ପାପଡାହାଣ୍ଡି 11/12, ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଧାନ ମଣ୍ଡି ପାପଡାହାଣ୍ଡି ଲେମ୍ପସ ଆନୁକୂଲ୍ୟରେ ସୋମବାର ଶୁଭାରମ୍ଭ ହୋଇଛି | ଏଥିରେ ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା , ଲେମ୍ପସ ସଭାପତି ସଦାଶିବ ନାୟକ, ଲେମ୍ପସ ଏମଡି. ଇସ୍ମାଇଲ ସୋନଫୁଲ , ଲେମ୍ପ କର୍ମଚାରୀ , ଆର ଏମ ସି କର୍ମଚାରୀ , ପାପଡାହାଣ୍ଡି ଅଞ୍ଚଳ ର ବରିଷ୍ଟ ଚାଷୀ ମନଜ ମହାନ୍ତି , ଦୁର୍ଗାପ୍ରସାଦ ନାୟକ , ଆନଂଦ ରାଓ , ଫାରୁଖ ବାବୁ , ପ୍ରବୀଣ ସତନାମୀ ପ୍ରମୁଖ ଉପସ୍ଥିତ ଥିଲେ | ଶୁଭାରମ୍ଭ ରେ ପୁରହିତ ନୀଳକଣ୍ଠ ତ୍ରିପାଠୀ ଙ୍କ ପୁରହିତ୍ୟରେ ମଣ୍ଡି ଆରମ୍ଭ ହୋଇଥିଲା | ମଣ୍ଡି ଆରମ୍ଭରୁ କିଛି ଚାଷୀ ଧାନ ଧରି ମଣ୍ଡିରେ ପହଞ୍ଚି ଥିଲେ କିନ୍ତୁ ସେମାନଙ୍କ ଧାନ କିଣା ଯାଇନଥିଲା | ଏନେଇ ଏମ ଡି. ଙ୍କୁ ପଚାରି ବୁଝିବାରୁ ମିଳେର ଟାଗ ହୋଇନଥିବା ଯୋଗୁଁ ଧାନ କିଣା ଯାଇନାହିଁ ବୋଲି ତାଙ୍କ ପ୍ରତିକ୍ରିୟା ରଖିଥିଲେ | ଉକ୍ତ ଧାନକୁ ଲେମ୍ପ ସୁରକ୍ଷିତ ଭାବେ ତାଙ୍କ ଜିମାରେ ରଖିଥିବା ଏମ ଡି କହିଛନ୍ତି |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ସାକ୍ଷରତା ଦିବସ -୨୦୨୫ ପାଳିତ

Sunil Chandra Nayak

ଶ୍ରୀ ରାମଚନ୍ଦ୍ର ଭଂଜଦେଓ ବିଶ୍ବ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ନୂଆ-ଓ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମରେ ଯୋଗ ଦେଲେ 5T ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ

masiha

କର୍ମକ୍ଷେତ୍ରରେ ମହିଳା ଯୌନ ଶୋଷଣ ନିଷେଧ,ନିବାରଣ ଓ ନିରାକରଣ ଆଇନ ୨୦୧୩ ସମ୍ବନ୍ଧୀୟ ତାଲିମ ଶିବିର

Sunil Chandra Nayak

Leave a Comment

error: Content is protected !!