ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେମରା ଠାରେ ଭତରା ସମାଜର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ, ସମାଜକୁ ଶୃଙ୍ଖଳିତ ହେବାକୁ ଆହ୍ୱାନ

ଟେମରା ଠାରେ ଭତରା ସମାଜର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ, ସମାଜକୁ ଶୃଙ୍ଖଳିତ ହେବାକୁ ଆହ୍ୱାନ

କୋକସରା,୨୦/୧//କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଭତରା ସମାଜର ଏକ ସାମାଜିକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଭତରା ସମାଜର ଆରାଧ୍ୟ ଭୈରବ ଦେବଙ୍କୁ ପୂଜାର୍ଚ୍ଚନା ପରେ ଭତରା ସମାଜର ପ୍ରତିଷ୍ଠାତା ମର୍ଦ୍ଧରାଜ ପାତ୍ରଙ୍କ ସ୍ମୃତି ଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଟେମରା ପଞ୍ଚାୟତ ସରପଞ୍ଚ କ୍ଷିତିରାମ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସାଙ୍ଗଠାନିକ ସମାବେଶରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଭତରା ସମାଜର ସଭାପତି କୈଳାଶ ଚନ୍ଦ୍ର ମାଝୀ, ମୁଖ୍ୟବକ୍ତା ଭାବେ ପୂର୍ବତନ ଜିଲ୍ଲା ସଭାପତି ନୀଳକଣ୍ଠ ମାଝୀ, ସମ୍ମାନିତ ଅତିଥି ଭାବେ ସର୍ଵ ଭାରତୀୟ ଉପ ସଭାପତି ଗରୁଡ଼ ଧ୍ଵଜ ମାଝୀ, କୋକସରା ବ୍ଲକ ଭତରା ସମାଜ ସଭାପତି ସୁଧୀର କୁମାର ପାତ୍ର, ବରିଷ୍ଠ ସମାଜସେବୀ କ୍ଷୀରୋଦ ମାଝୀ, ପୂର୍ବତନ ସମ୍ପାଦକ ସୁଶାନ୍ତ କୁମାର ମାଝୀ, ଜନ ଗଣନା ଅଧିକାରୀ ଲୋକନାଥ ପାତ୍ର ମଞ୍ଚରେ ଉପସ୍ଥିତ ରହି ଭତରା ସମାଜକୁ ଆଗାମୀ ସମୟରେ ଶିକ୍ଷା, ଦୀକ୍ଷା ସଂସ୍କାର, ଶୃଙ୍ଖଳିତ ସମାଜ ଗଠନରେ ସମସ୍ତଙ୍କ ସହଭାଗିତାରେ ସମାଜକୁ ସୁଦୃଢ କରିବାକୁ ମତ ପ୍ରକାଶ କରିଥିଲେ। ମଞ୍ଚ ପରିଚାଳନା ଭତରା ସମାଜ କର୍ମଚାରୀ ସଙ୍ଘର ସଭାପତି ତୋଫାନ ମାଝୀ କରିଥିବା ବେଳେ ଭତରା ସମାଜର ହେମନ୍ତ ବାଣୁଆ, ଦୁଷ୍ମନ୍ତ କୁମାର ପାତ୍ର, ନୀଳମଣି ମାଝୀ, ରମେଶ ମାଝୀ, କୈଳାଶ ଚଳାନ ପ୍ରମୁଖ କର୍ମକର୍ତ୍ତା ସହଯୋଗ କରିଥିଲେ।ଏହି ସମାବେଶରେ ଟେମରା, ବୋବରିଆ, ନୂଆପଡା ଗ୍ରାମର ଶତାଧିକ ସାମାଜିକ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାତିରେ ଲୁଚାଛପା ମେସିନରେ ହେଉଛି ମନେରଗା କାମ ପ୍ରଶାସନ ର ନଜର ପଡୁନି 

masiha

ବହୁଦିନର ସ୍ୱପ୍ନ ସାର୍ଥକ ହେଲା, ଜୁନାଗଡ ଠାରେ ଆମ୍ବେଦକର ଙ୍କ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!