ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକଙ୍କ ମାତୃ ବିୟୋଗ 

ସାମ୍ବାଦିକଙ୍କ ମାତୃ ବିୟୋଗ 

ନର୍ଲା: ନର୍ଲାର ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ରଙ୍କ ମାଁ ଲକ୍ଷ୍ମୀ ମିଶ୍ର ସୋମବାର ସକାଳ ୭.୩୦ ସମୟରେ ନିଜ ସର୍ଗିଗୁଡାସ୍ଥିତ ବାସଭବନରେ ବୟସଜନୀତ କାରଣରୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହେଉଥିଲା। ସେ ଜଣେ ଧର୍ମପରାୟଣା ତଥା ପରୋପକାରୀ ମହିଳା ଥିଲେ। ମୃତ୍ୟୁ ସଜ୍ଜା ନିକଟରେ ଏକମାତ୍ର ପୁଅ ଲିଙ୍ଗରାଜ ମିଶ୍ର, ପୁତ୍ରବଧୂ ଜ୍ୟୋତ୍ସା ମହାପାତ୍ର, ନାତୁଣୀ ପ୍ରୀତିମୟୀ ମିଶ୍ର ଓ ରୋଜୀ ପାଢ଼ୀ ଉପସ୍ଥିତ ଥିଲେ। ତାଙ୍କ ଆବର୍ତ୍ତମାନରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନର୍ଲା ବିଧାୟିକା ମନୋରମା ମହାନ୍ତି ନର୍ଲା, ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ଓଡ଼ିଶା ସାମ୍ବାଦିକ ୟୁନିଅନର ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର, ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, କଳାହାଣ୍ଡି ଓ ନର୍ଲା ଓୟୁଜେର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ବୃନ୍ଦ, ଓଡ଼ିଆ ବାର୍ତ୍ତା ପରିବାର, କଳାହାଣ୍ଡି, ନର୍ଲା ଓ ସର୍ଗିଗୁଡା ବ୍ରାହ୍ମଣ ସମାଜ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଶୋକବ୍ୟକ୍ତ କରିଛନ୍ତି। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଉତ୍କଳ ଦିବସ ପାଳନ ପାଇଁ ଗରିମା ର ପ୍ରଥମ ପ୍ରସ୍ତୁତି ବୈଠକ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ, ୨୦୨୪ ପାଳିତ 

masiha

ଲାଞ୍ଜିଗଡ଼ ବ୍ଲକରେ ଯୋଗଦେଲେ ୨ ଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ

Sunil Chandra Nayak

Leave a Comment

error: Content is protected !!