ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭତରା ସମାଜ ଲଡୁକରିଆ ବଂଶୀୟ ଙ୍କ ନୂଆଁଖାଇ ଭେଟଘାଟ। ସମ୍ପର୍କ କୁ ସୁଦୃଢ଼ କରୁଛି ନୂଆଁଖାଇ ଭେଟଘାଟ ର ଆୟୋଜନ.

ଭତରା ସମାଜ ଲଡୁକରିଆ ବଂଶୀୟ ଙ୍କ ନୂଆଁଖାଇ ଭେଟଘାଟ।

ସମ୍ପର୍କ କୁ ସୁଦୃଢ଼ କରୁଛି ନୂଆଁଖାଇ ଭେଟଘାଟ ର ଆୟୋଜନ.

ନୂଆଁଖାଇ ଗଣପର୍ବ ଶେଷ ହୋଇଛି, ହେଲେ ନୂଆଁଖାଇ ପର୍ଵ ପରେ ବିଭିନ୍ନ ସମାଜ ଓ ସାମାଜିକ ସଂଗଠନ ପକ୍ଷରୁ ଜାରି ରହିଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ର ଆୟୋଜନ କରି ସମାଜର ବନ୍ଧୁବର୍ଗ ପରିଜନ କୁ ନେଇ ସମ୍ପର୍କ ଯୋଡ଼ି ସମାଜ ସଂଗଠନ ଏକତ୍ରିତ ହେଉଛନ୍ତି ।ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ର ୪୨ ଖଣ୍ଡ ଗ୍ରାମର ବସ୍ତର ଜିଲ୍ଲା ୫ ଖଣ୍ଡ ଓ କଳାହାଣ୍ଡି ଜିଲ୍ଲାର ୨୨ ଖଣ୍ଡ ଗ୍ରାମର ୫୬୫ ପରିବାର ଲଡୁକରିଆ ମାଝୀ ବଂଶଜର ପ୍ରାୟ ୨୦୦୦ ଲୋକ ସାମିଲ ହୋଇ ଭାଇଚାରା ର ନିଦର୍ଶନ ଦେଖାଇଛନ୍ତି।ଏକ ନୂଆଁଖାଇ ଭେଟ ପାଇଁ ଜୟପାଟଣା ବ୍ଲକ ରେଙ୍ଗାଲପାଲି ଧାନମଣ୍ଡି ରେ‌ କଳାହାଣ୍ଡି ଭତରା ସମାଜ ର ଲଡୁକରିଆ ମାଝୀ ବଂଶଜଙ୍କ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ‌ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ସମାଜର ଆରାଧ୍ୟ ଦେବ ଭୈରବ ଦେବ ଙ୍କୁ ପୂଜାର୍ଚ୍ଚନା କରି ଉପସ୍ଥିତ ଥିବା ସମସ୍ତେ ନବାନ୍ନ ଭକ୍ଷଣ କରିଥିଲେ । ମାଝୀ ବଂଶୀୟ ମୁଖ୍ୟ କର୍ମକର୍ତ୍ତା ବନମାଳି ମାଝୀ ଙ୍କ ଅଧ୍ୟକ୍ଷତାରେ ବଂଶୀୟ ସମ୍ପାଦକ ମହେନ୍ଦ୍ର ମାଝୀ ଅତିଥି ପରିଚୟ ଲଡୁକରିଆ ମାଝୀ ବଂଶଜ ସଭାପତି ତୋଫାନ ମାଝୀ ସ୍ବାଗତ ଭାଷଣ ଦେଇ ଥିବା ବେଳେ ନବରଙ୍ଗପୁର ର ବ୍ଲକ ପୂର୍ବତନ ଚେୟାରମେନ ଭାଗିରଥି ନାଏକ ମୁଖ୍ୟ ଅତିଥି ,ପୂର୍ବତନ ଜିଲ୍ଲା ସଭାପତି ନିଳକଣ୍ଠ ମାଝୀ ମୁଖ୍ୟ ବକ୍ତା,ଭାବେ ଯୋଗ ଦେଇଥିଲେ। କେନ୍ଦ୍ରୀୟ ସଭାପତି ଗରୁଡ଼ ଧ୍ୱଜ ମାଝୀ, ଇନ୍ଦ୍ରାବତୀ ବାମ ମୁଖ୍ୟକେନାଲ ଅଧିକ୍ଷଣ ଯନ୍ତ୍ରୀ ତୃପ କୁମାର ପାତ୍ର,ଭତରା ସମାଜ ର ଜିଲ୍ଲା ସଂପାଦକ ଋତୁରାଜ ମାଝୀ, ପୂର୍ବତନ ସମ୍ପାଦକ ସୁଶାନ୍ତ କୁମାର ମାଝୀ, ଆଞ୍ଚଳିକ ସଭାପତି ଗୋପାଳକୃଷ୍ଣ ପୁଝାରୀ, ଭତରା ସମାଜ ର ଜୟପାଟଣା ବ୍ଲକ ସଭାପତି ରଣସାଏ ପାତ୍ର,ନାଟ୍ୟଗୁର କବି କ୍ଷୀରୋଦ ମାଝୀ, ସୁଧୀର କୁମାର ପାତ୍ର, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ଚକାଡୋଳା ପାତ୍ର, ଗୋପୀଚନ୍ ନାଏକ ,ମନ୍ ମାଝୀ, ବିଜୟ ଦିଶାରୀ,ବଂଶୀଧର ଚଲାନ, ଅନ୍ତ ବାଣୁଆ,ରାଜୀବ ମାଝୀ,ରାଧାକାନ୍ତ ମାଝୀ ,ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋଷାଧ୍ୟକ୍ଷ ବିନୋଦ ମାଝୀ, ଜିତେନ୍ଦ୍ର ମାଝୀ,ବନ ମାଝୀ ,ଭଗବାନ ମାଝୀ,ବିଷ ମାଝୀ, ଟିକେଶ୍ୱର ମାଝୀ, ଯଦୁମଣି ମାଝୀ, ମଧୁସୂଦନ ମାଝୀ, ସୁଦର୍ଶନ ମାଝୀ ,ଟିକେ ମଣି ମାଝୀ ,କିଶୋର ମାଝୀ, ମୋହନ ମାଝୀ, ଟିକେଚନ ମାଝୀ, ଦୁର୍ଯ୍ୟୋଧନ ମାଝୀ,ସୁଦର୍ ମାଝୀ,ସନ୍ତୋଷ ମାଝୀ, ରଘୁ ମାଝୀ , ରେଶର ମାଝୀ,ପ୍ରମୁଖ ସହ ଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମାଝୀ ବଂଶଜ ଝିଅ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଓଡିଶା ଦିବସ ପାଳିତ 

masiha

Rayagada News: Odisha Non-Gazetted Forest Service Association Holds 14th Biennial Session

masiha

୧- ସାମ୍ବାଦିକ ଗୌରବ ଶାଳବଣ ର କବି ଗିରୀଶ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଦିବସ ରେ ବୃକ୍ଷ ରୋପଣ , ୨- ଭୀମଭୋଇ ସାମର୍ଥ୍ୟ ଶିବିର ରେ ୨୨୬ ଭିନ୍ନକ୍ଷମ ପଞ୍ଜୀକୃତ , ୩- ମାଳମାଳ ସମସ୍ୟା ଭିତରେ ସ୍ମାର୍ଟ ସିଟିର ସ୍ୱପ୍ନ ଦେଖୁଛି ଢେଙ୍କାନାଳ”, ୪-ଢେଙ୍କାନାଳରେ ଖୋଲା କୂଅରୁ ଆହତ ମାଈ ହାତୀ ଛୁଆ ଉଦ୍ଧାର, ୫- ଗୋରୁଙ୍କ କବ୍‌ଜାରେ ରାଜରାସ୍ତା,  ସଂପୃକ୍ତ ଗୋରୁ ମାଲିକଙ୍କୁ ଚି଼ହ୍ନଟ କରି ଜୋରିମାନା ଆଦାୟ କରନ୍ତୁ , ୬- ମା’ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ଟନେଲ ପାଇଁ ୧୫୫୦ କୋଟି, ଜିଲ୍ଲାପାଳଙ୍କୁ ଭେଟି ତଥ୍ୟ ମାଗିଲା ଆପ୍ , ୭-ଢେଙ୍କାନାଳ ସହରରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ , ୮- ବେଢାପାଳ ଗାଁରେ ଉତ୍ତେଜନା, ସୋଲାର ବାଡ଼କୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ , ୯- ଶିଳାନ୍ୟାସର ୫ ବର୍ଷ ପରେ ବି ଅଧାପନ୍ତରିଆ ପଡ଼ିଛି ଶିକ୍ଷକ ଭବନ,  ଶିକ୍ଷକ ମହଲରେ ଅସନ୍ତୋଷ ,୧୦-ମୃତ ସନାତନ ହେଲେ ପୁନଃର୍ଜୀବିତ,ଶବସତ୍କାରର ମାସେପରେ ଘରକୁ ଫେରିଲେ ସନାତନ , ୧୧- ମିଳିତ ଭାବେ ଗଣେଷ ପୂଜା ଭଷାଣି ପାଇଁ ନିଷ୍ପତି , ୧୨- ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ବୈଠକ

Sunil Chandra Nayak

Leave a Comment

error: Content is protected !!